ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋହୁ କଥାରେ ପଡ଼ି ପୁଅ ଚାଲି ଗଲା ମାଆକୁ ଛାଡି, ଭଙ୍ଗା ଦଦରା କୁଡିଆ ଘରେ ଜରି ପାଲ ଟାଣି ଜୀବନ ବିତାଉଛନ୍ତି ବୃଦ୍ଧା ମହିଳା ଗେଲେହି

(ମସୀହା ନିଉଜ୍ ର ସ୍ଵତନ୍ତ୍ର ଉପସ୍ଥାପନା)

ମାଆ ଅନେକ ଦୁଃଖ କଷ୍ଟ ସହି ପୁତ୍ର ସନ୍ତାନ ଟିଏ ଜନ୍ମ କରି ଥାଏ। ପୁଅଟି ଯେତେ ବେଳେ ଛୋଟ ହୋଇ ଥାଏ, ମାଆ ଟି ଭାବି ଥାଏ ମୋ ପୁଅ ମୋ ପାଇଁ ସବୁ କିଛି । ବଡ଼ ହେଲେ ଭଲ ପାଠ ପଢିବ , ମୋ ପାଇଁ ଦୁଃଖ କଷ୍ଟରେ ଛିଡା ହେବ, ବିଦେଶ ବାହାରକୁ ଯାଇ ଟଙ୍କା ପଇସା ଆଣି ମୋତେ ଭଲରେ ରଖିବ, ମୋ ପୁଅକୁ ଭଲ ଘରେ ବାହାଘର କରିବି ମୋ ବହୁ ମୋତେ ଭଲରେ ପାଳିବ ବୋଲି ପ୍ରତେକ ବାପା ମାଆ ଭାବି ଥାଆନ୍ତି। କିନ୍ତୁ ଏଠି ଦୃଶ୍ୟ ଅଲଗା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କୁଟୁରୀଆ ପଞ୍ଚାୟତ କୁଟୁରିଆ ଗ୍ରାମରେ। ବହୁ କଥାରେ ପଡ଼ି ପୁଅ ଚାଲି ଗଲା ମାଆକୁ ଛାଡି। ପୁଅ ସିନା ଚାଲି ଗଲା ବହୁ କଥାରେ ପଡ଼ି କିନ୍ତୁ ଏଠି ଭଙ୍ଗା ଦଦରା ଘରେ ବୃଦ୍ଧା ମାଆକୁ ଆହାର ମୁଠାଏ ଦେବା ପାଇଁ ପାଖରେ କେହି ନାହାନ୍ତି। ଏ ହେଉଛନ୍ତି କୁଟୁରୀଆ ଗ୍ରାମର ଗେଲେହୀ ବେହେରା, ଦୁଇ ବର୍ଷ ହେବ ସ୍ବାମୀ ଆର ପାରି କୁ ଚାଲି ଗଲା ପରେ ଭଙ୍ଗା ଦଦରା ଘରେ ପଡ଼ି ରହିଛନ୍ତି ଗେଲେହି। ଓଳିଟେ ଖାଇଲେ ଓଳିଟେ ଉପାସ ରୁହନ୍ତି। ସରକାରଙ୍କ ଠାରୁ ଭତା ଆକାରରେ ୫୦୦ ଟଙ୍କା ପାଉଥିବା ବେଳେ ଚାଉଳ କହିଲେ ୫କେଜି ପାଉଛନ୍ତି। ବହୁତ୍ ଦୁଃଖ କଷ୍ଟରେ ଚଳୁ ଛନ୍ତି ଗେଲେହି ବେହେରା। ବାସ ଗୃହ କହିଲେ ଭଙ୍ଗା ଦଦରା ପଲିଥିନ୍ ପାଲ ତଳେ ବୃଦ୍ଧା ଗେଲେହି ଙ୍କ ବିତୁଛି ଜୀବନ, ଘର ଭିତରୁ ଉପରକୁ ଦେଖିଲେ ଦିନରେ ସୂର୍ଯ୍ୟ ରାତିରେ ତାରା ଗଣିବାକୁ ପଡ଼ି ଥାଏ । ନା ମିଳିଛି ସରକାରୀ ସହାୟତା ନା ରହିଛି ଇନ୍ଦିରା ଆବାସ ଯୋଜନାରେ ଖଣ୍ଡିଏ ପକ୍କା ଘର। ସରକାର ଥିଲା ବାଲାଙ୍କ ପାଇଁ ଘର ଉପରେ ଘର ଦେଉଥିବା ବେଳେ , ଏଯାଏ ମିଳି ପାରିଲା ନାହିଁ ବୃଦ୍ଧା ମାଆ ଗେଲେହି ଙ୍କ ପାଇଁ ଇନ୍ଦିରା ଆବାସର ଘର ଟିଏ। ପୁଅ ବହୁ ବାହାର କୁ ଯାଇ ଭଡ଼ା ଘରେ ରହି ଅଏସ୍ କରୁ ଥିବା ବେଳେ ବୁଢ଼ୀ ମାଆ ମାଗି ଯାଚି ରହୁଛନ୍ତି ଭଙ୍ଗା ଦଦରା ଘରେ। ଜମି ବାଡ଼ି କଥା ନକହିଲେ ଭଲ, କାରଣ ଜମି ବାଡି କହିଲେ କିଛି ନାହିଁ କେବଳ ରହିଛି ଭଙ୍ଗା ଦଦରା ଘର। ଏ ନେଇ ବୃଦ୍ଧା ଗେଲେହି ଅନେକ ଥର ବ୍ଲକ୍ ପ୍ରଶାସନଙ୍କୁ ଗୁହାରି କରି ଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଗୋଚର କରୁ ନାହାନ୍ତି ବୋଲି କହିଛନ୍ତି।

ସରକାର ଗରିବ ଦୁଃଖୀ ରଖୀଙ୍କ ପାଇଁ ଅନେକ ମାଳ ମାଳ ଯୋଜନାର ଡିଡିମ ପିଟୁ ଥିବା ବେଳେ ପ୍ରକୃତ ହିତାଧିକାରୀଙ୍କୁ ମିଳି ପାରୁ ନାହିଁ ସରକାରୀ ସହାୟତା । ଭୋଟ ସମୟରେ ନେତା ମନ୍ତ୍ରୀ ମାଆ ମାଉସୀ କହି ଭୋଟ ମାଗି ନେଇ ଯାଆନ୍ତି। କିନ୍ତୁ ଭୋଟ ସାରିଲା ପରେ ତମେ କିଏ ଆମେ କିଏ। ସତରେ ଏ ପରିସ୍ଥିତିରେ ବୃଦ୍ଧା ମାଆଙ୍କୁ ତ ପୁଅ ଛାଡି ଚାଲି ଯାଇଛି। କିନ୍ତୁ ଦୁଃଖ ଯନ୍ତ୍ରଣାରେ କାଳାତିପାତ କରୁଛନ୍ତି ବୃଦ୍ଧା ମାଆ। ଆମେ ଏଠି କହି ରଖିବୁ ସତରେ ବୃଦ୍ଧା ମାଉସୀ କଣ ଚାଉଳ ୫ କେଜି ରେ ମାସ ତମାମ ଚଳି ପାରିବେ। ଏଣୁ ସାଧାରଣ ରେ ଦାବୀ ହେଉଛି ଗେଲେହି ବେହେରାଙ୍କୁ ଅନ୍ତୋଦୟ ଓ ଇନ୍ଦିରା ଆବାସ ଗୃହ ଟିଏ ମିଳିଲେ ଖୁସିରେ ରହି ପାରିବେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ସରସ୍ଵତୀ ଶିଶୁ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ

Sunil Chandra Nayak

ଚୋରି ମାମଲାରେ ତିନି ଗିରଫ, କୋର୍ଟ ଚାଲାଣ

Sunil Chandra Nayak

ପଛୁଆ ବର୍ଗ ଙ୍କ ପାଇଁ ଶିକ୍ଷା ଓ ବୃତ୍ତି ରେ ୨୭ ପ୍ରତିଶତ ସଂରକ୍ଷଣ ଦାବୀ

Sunil Chandra Nayak

Leave a Comment

error: Content is protected !!