ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଗ୍ରେସର ରାୟଗଡ଼ା ପୌର ପରିଷଦର ଅଧ୍ୟକ୍ଷ ପ୍ରାର୍ଥୀ- ଶ୍ରୀଯୁକ୍ତ ଆପଲାସ୍ବାମୀ କାଡ୍ରକା

ରାୟଗଡ଼ା – ୨୨/୦୩ ଆସନ୍ତା ରାୟଗଡ଼ା ପୌର ପରିଷଦର ନିର୍ବାଚନରେ କଂଗ୍ରେସ ଫୁଲ ଦମରେ ଲାଗି ପଡିଛନ୍ତି।ଏଥର ରାୟଗଡ଼ା ପୌର ପରିଷଦକୁ ପୁଣି ଥରେ ଦାଖଲ କରିବା ଲକ୍ଷ୍ୟରେ ରାୟଗଡ଼ା କଂଗ୍ରେସ। ସେଥି ପାଇଁ ଏଥର ଏକ ଟାଣୁଆ ନେତା ଓ ରାୟଗଡାର ଲୋକପ୍ରିୟ ନେତା ଶ୍ରୀଯୁକ୍ତ ଆପଲାସ୍ବାମୀ କାଡ୍ରକାଙ୍କୁ ରାୟଗଡ଼ା ପୌର ପରିଷଦ ପାର୍ଥୀ ଭାବେ ଛିଡା କରାଇଛି କଂଗ୍ରେସ ଦଳ ।ରାୟଗଡାରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟାକୁ ଦୂର କରିବାକୁ ଅଣ୍ଟା ଭିଡିଛନ୍ତି ଶ୍ରୀଯୁକ୍ତ ଆପଲାସ୍ବାମୀ କାଡ୍ରକା । ରାୟଗଡ଼ା ଜିଲ୍ଲାରେ ଚାଲି ଥିବା ବିଜେଡିର କୁ ବିରୋଧରେ ଛିଡା ହେବାକୁ ବାହାରି ଆସିଛନ୍ତି ଶ୍ରୀ ଆପଲାସ୍ବାମୀ କାଡ୍ରକା ।

ତାଙ୍କ ସହିତ ସାମିଲ ଅଛନ୍ତି କୋରାପୁଟ ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲାକା। ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମୈଦାନ କୁ ଓଲ୍ହାଇଛନ୍ତି ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା। ରାୟଗଡା ପୋୖରାଞ୍ଚଳର ବିଭନ୍ନ ୱାର୍ଡ ବୁଲି ପ୍ରତି ଘରବୁଲି ଲୋକଙ୍କ ନିକଟତର ହେବା ସହ ଭୋଟ ପ୍ରଚାର କରୁଛନ୍ତି।ପୋୖରାଞ୍ଚଳର ବହୁ ୱାର୍ଡ ବୁଲି କଂଗ୍ରେସ ଅଧକ୍ଷ୍ୟ ପ୍ରାଥି ଅପଳାସ୍ବାମୀ କାଡ୍ରକା ଏବଂ ୱାର୍ଡ ସଭ୍ୟଙ୍କ ସପକ୍ଷରେ ଭୋଟ ପ୍ରଚାର କରିଥିଲେ। ପ୍ରତେକ ସାହି ବସ୍ତିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଶିକ୍ଷ୍ୟା ବିକାଶ ପାଇଁ ବିଭିନ୍ନ ପଦକ୍ଷେପ, ସ୍ୱାସ୍ଥ ଓ ରାସ୍ତାଘାଟର ଉନ୍ନତି କରଯିବା ବୋଲି ଶ୍ରୀଯୁକ୍ତ ସାଂସଦ କହିଥିଲେ ।

ଣୁ କଂଗ୍ରେସର ଦଳର ପ୍ରାର୍ଥୀ ଙ୍କୁ ଭୋଟ ଦେବାପାଇଁ ପ୍ରତି ୱାର୍ଡରେ ଜନସାଧାରଣଙ୍କୁ ପ୍ରକାଶ କରି ନିବେଦନ କରିଥିଲେ। ଏହି ପ୍ରଚାର କାର୍ଯ୍ୟକ୍ରମରେ ପ୍ରାର୍ଥୀ ଦଳୀୟ କର୍ମକର୍ତା ଓ ସମର୍ଥକ ବହୁସଂଖ୍ୟାରେ ସାମିଲ ଥିଲେ। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଗଜଲକ୍ଷ୍ମୀ ବଣିକ ସଙ୍ଘର ସଦସ୍ୟଙ୍କ ଅକାଳ ବିୟୋଗରେ ଶୋକସଭା

Sunil Chandra Nayak

ପୁଲିସ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଜବତ

ଅପର୍ତ୍ତି ସେଠୀ ଙ୍କ କବିତା ଏତ କଳିଯୁଗ ବାଣୀ

Sunil Chandra Nayak

Leave a Comment

error: Content is protected !!