ଅର୍କକ୍ଷେତ୍ର କୋଣାର୍କ ଠାରେ ଅନୁଷ୍ଠିତ କୋଣାର୍କ ମହୋତ୍ସବ ପାଳନ ଅବସରରେ କୋଣାର୍କ ପୁସ୍ତକ ମେଳା -୨୦୨୨ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ମାନନୀୟ ସମୀର କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସୁରେଶ କୁମାର ରାଉତରାୟ, ଅଧ୍ଯକ୍ଷ , ବିଜ୍ଞାପିତ ଅଞ୍ଚଳ ପରିଷଦ, କୋଣାର୍କ, ସମ୍ମାନୀତ ଅତିଥି ଭାବେ ନୃସିଂହ ଚରଣ କର, ଅଧ୍ୟକ୍ଷ ଜବାହର ନବୋଦୟ ବିଦ୍ୟାଳୟ, ଅବତାର ମିଶ୍ର ଅଧ୍ୟକ୍ଷ ଭଗବତୀ ମହାବିଦ୍ୟାଳୟ, କୋଣାର୍କ, ପ୍ରଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟେଇ ସମ୍ପାଦକ ବାନରସେନା, ଏନ୍ ଏ ସାହ ଅନସାରୀ ଅଧ୍ୟକ୍ଷ ରେଡ଼ିଓ ନମସ୍କାର, ଡଃ ଦିଲ୍ଲୀପ ସେନାପତି ଅଧ୍ୟକ୍ଷ ପ୍ରାଚୀ ମହାବିଦ୍ୟାଳୟ, କୁମାରୀ ଦମୟନ୍ତୀ ରାଜଯୋଗ ଶିକ୍ଷିକା ବ୍ରହ୍ମା କୁମାରୀ, କୋଣାର୍କ , ପ୍ରଫୁଲ୍ଲ କୁମାର ପାତ୍ର, ଉମେଶ ଚନ୍ଦ୍ର ସ୍ବାଇଁ, ସୁବାସ ଚନ୍ଦ୍ର ବରାଳ,ପ୍ରତାପ କୁମାର ରାଉତ ଓ ସୁରେଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ, ସସ୍ମିତା ମହାପାତ୍ର ଓ କରୁଣାକର ମଲିକ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ, ସମାଜ ସେବା, ଉତ୍କଳୀୟ କଳା ସଂସ୍କୃତି ସୁରକ୍ଷା ଦିଗରେ ଏମାନଙ୍କ ଅତୁଳନୀୟ ଅବଦାନ ପାଇଁ ଏମାନଙ୍କୁ ସମ୍ମାନିତ କରାଯାଇଛି ।
previous post