ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଣାର୍କ ପୁସ୍ତକ ମେଳା ସମ୍ମାନ -୨୦୨୨ ପ୍ରଦାନ

ଅର୍କକ୍ଷେତ୍ର କୋଣାର୍କ ଠାରେ ଅନୁଷ୍ଠିତ କୋଣାର୍କ ମହୋତ୍ସବ ପାଳନ ଅବସରରେ କୋଣାର୍କ ପୁସ୍ତକ ମେଳା -୨୦୨୨ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ମାନନୀୟ ସମୀର କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସୁରେଶ କୁମାର ରାଉତରାୟ, ଅଧ୍ଯକ୍ଷ , ବିଜ୍ଞାପିତ ଅଞ୍ଚଳ ପରିଷଦ, କୋଣାର୍କ, ସମ୍ମାନୀତ ଅତିଥି ଭାବେ ନୃସିଂହ ଚରଣ କର, ଅଧ୍ୟକ୍ଷ ଜବାହର ନବୋଦୟ ବିଦ୍ୟାଳୟ, ଅବତାର ମିଶ୍ର ଅଧ୍ୟକ୍ଷ ଭଗବତୀ ମହାବିଦ୍ୟାଳୟ, କୋଣାର୍କ, ପ୍ରଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟେଇ ସମ୍ପାଦକ ବାନରସେନା, ଏନ୍ ଏ ସାହ ଅନସାରୀ ଅଧ୍ୟକ୍ଷ ରେଡ଼ିଓ ନମସ୍କାର, ଡଃ ଦିଲ୍ଲୀପ ସେନାପତି ଅଧ୍ୟକ୍ଷ ପ୍ରାଚୀ ମହାବିଦ୍ୟାଳୟ, କୁମାରୀ ଦମୟନ୍ତୀ ରାଜଯୋଗ ଶିକ୍ଷିକା ବ୍ରହ୍ମା କୁମାରୀ, କୋଣାର୍କ , ପ୍ରଫୁଲ୍ଲ କୁମାର ପାତ୍ର, ଉମେଶ ଚନ୍ଦ୍ର ସ୍ବାଇଁ, ସୁବାସ ଚନ୍ଦ୍ର ବରାଳ,ପ୍ରତାପ କୁମାର ରାଉତ ଓ ସୁରେଶ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ, ସସ୍ମିତା ମହାପାତ୍ର ଓ କରୁଣାକର ମଲିକ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ, ସମାଜ ସେବା, ଉତ୍କଳୀୟ କଳା ସଂସ୍କୃତି ସୁରକ୍ଷା ଦିଗରେ ଏମାନଙ୍କ ଅତୁଳନୀୟ ଅବଦାନ ପାଇଁ ଏମାନଙ୍କୁ ସମ୍ମାନିତ କରାଯାଇଛି । 

ମସିହା ନିଉଜ ସର୍ଭିସ୍ 

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଛବିବହି 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ରଥ ଅନୁକୂଳ

ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତରେ ଲାଞ୍ଜିଗଡ ବିଧାୟକ

Sunil Chandra Nayak

Leave a Comment

error: Content is protected !!