ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟପାଟଣା:ଚିତ୍ରଗୁପ୍ତଙ୍କ ପୂଜା ଅନୁଷ୍ଠିତ

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଧର୍ମରାଜ ଯମଙ୍କ ପ୍ରମୁଖ ପରାମର୍ଶଦାତା ଅଟନ୍ତି ଭଗବାନ ଚିତ୍ରଗୁପ୍ତ । ସେ ପାପ, ପୁଣ୍ୟର ହିସାବ ନିକାଶ କରିଥାନ୍ତି । ଯିଏ ନିଷ୍ପତି ନିଅନ୍ତି ମୃତ୍ୟୁ ପରେ ସ୍ବର୍ଗ ପ୍ରାପ୍ତି ହେବ ନା ନର୍କ । ଏଥିପାଇଁ ହିନ୍ଦୁ ଶାସ୍ତ୍ରରେ ସେହି ଦେବତାଙ୍କ ସ୍ଥାନ ସର୍ବଦା ସ୍ବତନ୍ତ୍ର । ସମଗ୍ର ଭାରତର କୋଣଅନୁକୋଣରେ ଚିତ୍ରଗୁପ୍ତଙ୍କ ବଂଶଧର ଏବଂ ଶ୍ରଦ୍ଧାଳୁ ରହିଛନ୍ତି । ଦେଶରେ ଚିତ୍ରଗୁପ୍ତଙ୍କର କିଛି ପୁରାତନ ମନ୍ଦିର ରହିଛି । ସେଥିମଧ୍ୟରୁ ପୁରୁଣା ହାଇଦ୍ରାବାଦରେ ଥିବା ଚିତ୍ରଗୁପ୍ତ ମନ୍ଦିର ଅନ୍ୟତମ ।

ଚଳିତ ବର୍ଷ କାଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ଚିତ୍ରଗୁପ୍ତଙ୍କର ପୂଜନତ୍ସଵ ଅନୁଷ୍ଠିତ ହୋଇଛି ତନ୍ମଧ୍ୟରୁ ଜୟପାଟଣା ଅନ୍ୟତମ । ଗତକାଲି ସନ୍ଧ୍ୟାରେ କଳସ ଯାତ୍ରାରେ ସ୍ଥାନୀୟ ବ୍ଲକ ଅଫିସ ପାଖ ପୂଜା ମଣ୍ଡପରୁ ଶତାଧିକ କାୟସ୍ତ ବା କାରଣ ସମାଜର ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଆନନ୍ଦ ଉଲ୍ଲାସରେ ଘଣ୍ଟ, କୀର୍ତ୍ତନ କରି ସ୍ଥାନୀୟ ଆଡକଟା ପୋଖରୀରୁ କଳସ ଯାତ୍ରାରେ ବାହାରି ଜଳ ଆଣି ପୂଜାର ପ୍ରାରମ୍ଭ କରିଥିଲେ । ଚଳିତ ବର୍ଷ ତିନିଦିନ ଧରି ଏହି ଉତ୍ସବ ପାଳନ ହେବାର ସୂଚନା କରଣ ସମାଜର ସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକ ଦେଇଥିଲେ । ଏହି ଅବସରରେ ସମାଜର ବିଭିନ୍ନ ପ୍ରତିଯୋଗିତା ତଥା ପ୍ରତ୍ୟେକ ଦିନ ଅନ୍ନ ଭୋଗର ବ୍ୟବସ୍ଥା ରହିଥିବା ଜଣାପଡ଼ିଛି ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

ଭବାନୀପାଟଣା ଠାରେ ୭୬ତମ ସ୍ବାଧିନତା ଦିବସ ୨୦୨୨ ପାଳିତ

Sunil Chandra Nayak

ଢେଙ୍କାନାଳ ପଲ୍ଲିଶ୍ରୀ ମେଳାରେ ଷ୍ଟେଟ୍ ବ୍ୟାଙ୍କ୍ ମୋବାଇଲ ଏଟିଏମ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!