ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଂସଦ ଏବଂ ବିଧାୟକ ଙ୍କ ଝରିଗାଁ ବ୍ଲକ ରେ ତୋଫାନୀ ଗସ୍ତ

ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝି ଏବଂ ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ରବିବାର ଦିନିକିଆ ଝରିଗାଁ ବ୍ଲକକୁ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ର ଉଦଘାଟନ ଓ ଶୁଭ ଭିତ୍ତିପ୍ରସ୍ତର ଦେବାସହ ସ୍ଥାନୀୟ ଜନସାଧାରଣ ଙ୍କ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସର୍ବପ୍ରଥମେ ଝରିଗାଁ ପଞ୍ଚାୟତ ଗସ୍ତ କରି ସ୍ଥାନୀୟ ମହାବିଦ୍ୟାଳୟର ୨୦ ଲକ୍ଷ ଟଙ୍କା ବ୍ୟୟ ରେ ନୂତନ ଶ୍ରେଣୀଗୃହର ଶୁଭ ଉଦଘାଟନ କରିଥିଲେ ଏହାପରେ ୪୪ କୋଟି ବ୍ୟୟ ରେ ଝରିଗାଁ ଠାରୁ ମେଦନା ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ପକାଇଥିଲେ।ବିଧାୟକ ପାଣ୍ଠିରୁ ୫ ଲକ୍ଷଟଙ୍କା ବ୍ୟୟରେ ଝରିଗାଁ ମୋଟର ଚାଳକ ସଂଘର ସଭାଗୃହ ନିମିତ୍ତ ଶୁଭ ପକାଇଥିଲେ।ଏହାପରେ ଫୁପୁଗାଁ, କୁସୁମୀ ଏବଂ ବେଲଗାଁ ଠାରେ ୬୦ଲକ୍ଷ ବ୍ୟୟରେ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ଶୁଭ ପକାଇଥିଲେ। ଏହାପରେ ତେଲନଦୀ ପଞ୍ଚାୟତ ଗସ୍ତକରି କୋଚିଆସାହିଠାରେ ୩କୋଟି ୯୦ଲକ୍ଷ ବ୍ୟୟରେ ସେତୁର ଶୁଭ ଦେଇଥିଲେ ସେହିପରି ରତାଖଣ୍ଡିଗୁଡା ପଞ୍ଚାୟତ ଗସ୍ତକରି ୧କୋଟି ୯୦ଲକ୍ଷ ବ୍ୟୟ ରେ ବଇଁଶୀବନ୍ଧା ଠାରୁ ଛୋଟାଗୁଡା ରାସ୍ତା ଏବଂ ୩କୋଟି ୮୦ ଲକ୍ଷ ବ୍ୟୟ ରେ ଧୋଡ୍ରା ପଞ୍ଚାୟତ ର ତେଲକନାଡି ଠାରୁ ଗୋବରୀ ଗ୍ରାମ ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ପକାଇଥିଲେ।ଏହି ମାରାଥନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଗ୍ରାମାଞ୍ଚଳର ଉନ୍ନତି ତଥା ସାଧାରଣ ଜନତାଙ୍କ ସର୍ବନିମ୍ନ ଆବଶ୍ୟକତାକୁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଥିବାବେଳେ ଦୁର୍ଗମ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ବିଶେଷ କରି ଗମନାଗମନ ବ୍ୟବସ୍ଥା କୁ ପ୍ରାଥମିକତା ଦେଇ ସରକାର ଙ୍କ ବିକାଶର ଧାରା ଆଗକୁ ବଢ଼ି ଚାଲିଥିବ ବୋଲି ନିଜର ମତ ରଖିଥିଲେ।ସେହିପରି ସ୍ଥାନୀୟ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରି ଏହାର ଲାଭ ଉଠାଇବା ପାଇଁ ଗ୍ରାମବାସୀ ଙ୍କୁ ବୁଝାଇଥିଲେ।ବ୍ଲକ ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାଶ ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମ ସୁନ୍ଦର ନାୟକ, ଜିଲ୍ଲା ପରିଷଦ ସଭ୍ୟ ତ୍ରମିଳା ପୂଜାରୀ, ଜିଲ୍ଲା ପରିଷଦ ସଭ୍ୟ ଯମୁନା ଗଣ୍ଡ,ବିଡ଼ିଓ ସତ୍ୟ ନାରାୟଣ ମେହେର, ସହକାରୀ ଯନ୍ତ୍ରୀ ବିନୀତ କୁମାର ମିଶ୍ର,ପୂର୍ବତନ ସରପଞ୍ଚ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ମୋହନ ପ୍ରଧାନୀ,ନରସିଂହ ଦଳେଇ,ମହେନ୍ଦ୍ର ନାୟକ,ପୂର୍ଣ ପୂଜାରୀ,ଜି କ୍ରିଷ୍ଣା ରାଓ,ସତ୍ୟ ନାୟକ,ମାଧବ କଲାର,ଟିକଚନ୍ଦ ମାଝୀ, ସରପଞ୍ଚ ମୋହନ ନାୟକ, ଥବିର ପୂଜାରୀ,ରାଜୁ ସାନ୍ତା,ଚୈତନ ଗଣ୍ଡ, ଗୁପ୍ତ ଜାନୀ,ଯମୁନା ଗଣ୍ଡ,ଲଷ୍ମୀ ପୂଜାରୀ, ଗୀତାଞ୍ଜଳି ଭତ୍ରା,ଗମୋତି ବଂଜାରା,ଅନିତା ପୂଜାରୀ,ଜଗଦୀଶ ମାଝୀ,ଲଛମା ଗଣ୍ଡ ,ସୁଧର ମାଝୀ,ଚୈତୁ ଭତ୍ରା,ତୁଳସା ପୂଜାରୀ ଲଷ୍ମୀ ପୂଜାରୀ,ବାପି ବିଶ୍ୱାସ,ଚମ୍ପାଲାଲ ପନକା,ସନ୍ତୋଷ ବିଶୋଇ, ଯୁବରାଜ ସିଂ, ମୁକେଶ ଗୁପ୍ତା,ମହମ୍ମଦ ଅନିସ,ରାକେଶ ଜେନା,ବଂଶୀ ପନକା,ଚିତ୍ତ ରଞ୍ଜନ ପାଣ୍ଡେ,ପିଙ୍କୁ କାହାଳିଆ ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ଆଇ.ଜି ଏମ କଲେଜ ଠାରେ ଧୂଷୁରୀ ରେ ନିଶାନିବାରଣ ମହା ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ଶ୍ରଦ୍ଧା ରେ ଦୀପାବଳୀ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!