ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ବ୍ଲକ୍ ଅଧିନ ରୁପ୍ରାରେ ଶାନ୍ତି ପୂର୍ଣ୍ଣ ଭାବରେ କୋଶଲ ମହାବନ୍ଦକୁ ମିଳିଛି ସମର୍ଥନ 

ରୁପ୍ରା, ୭/୯ (ମନିସ) : ସ୍ବତନ୍ତ୍ର କୋଶଲ ରାଜ୍ୟ ଦାବିରେ ଆଜି ସାରା ପଶ୍ଚିମ ଓଡିଶାରେ ୧୨ ଘଣ୍ଟିଆ ମହାବନ୍ଦ ଡାକରା ଯୋଗୁଁ ନର୍ଲା ବ୍ଲକ୍ ଅଧିନ ରୁପ୍ରା ଅଞ୍ଚଳରେ ସମସ୍ତ ସ୍କୁଲ୍ କଲେଜ, ବ୍ୟାଙ୍କ୍, ପ୍ରାଥମିକ କୃଷି ସମବାୟ ସମିତି ସମେତ ସମସ୍ତ ଦୋକାନ ବନ୍ଦ୍ ରହିଥିବା ଜଣାପଡ଼ିଛି । ଉକ୍ତ ବନ୍ଦ ପାଳନକୁ ସମର୍ଥନ କରି ରୁପ୍ରାରେ ଗୋପାଳକୃଷ୍ଣ ବିହାରୀଙ୍କ ନେତୃତ୍ୱରେ ପୂର୍ବ ସରପଞ୍ଚ ଅକୃର ସାହୁ ଓ ପ୍ରଦୀପ ସେନାପତିଙ୍କ ସମେତ ଯୁବଗୋଷ୍ଠୀ ଗ୍ରାମରେ ପିକେଟିଂ କରି ଖୋଲାଥିବା ବିଦ୍ୟାଳୟ ଓ ଅନୁଷ୍ଠାନ ମାନଙ୍କୁ ବନ୍ଦ୍ କରାଇଥିଲେ। କୋଶଳ ସେନା ଓ କୋଶଳ ମୁକ୍ତିମୋର୍ଚ୍ଚା ଏହି ବନ୍ଦ୍ ଡାକରା ଦେଇଥିବାବେଳେ ନର୍ଲା ଅଞ୍ଚଳରେ ଆଂଶିକ ପ୍ରଭାବ ଓ ସମର୍ଥନ ମିଳିଥିବା ବେଳେ ରୁପ୍ରାରେ ସମ୍ପୂର୍ଣ୍ଣ ଭାବରେ ବନ୍ଦ୍ ଥିବା ଦେଖାଯାଇଥିଲା। ପଶ୍ଚିମ ଓଡିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଦିନକୁ ଦିନ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି । ସରକାର ଯଦି ଆଗାମି ଦିନରେ ପଦକ୍ଷେପ ନ ନିଅନ୍ତି ତାହେଲେ ପରିସ୍ଥିତି ଭୟାବହ ହେବ ବୋଲି ଆନ୍ଦୋଳନ କ‍ାରୀମାନେ ଚେତାବନୀ ଦେଇଛନ୍ତି ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଵିରହୀ ଗୀତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଖବର ସଂଗ୍ରହ କରିଯାଇଥିବା କର୍ମରତ ସାମ୍ବାଦିକ ଙ୍କୁ ଆମାନୁଷିକ ବ୍ୟକ୍ତି ଙ୍କ ଥାନା ସମ୍ମୁଖ ରେ ସଂଘ ବଧ ଆକ୍ରମଣ

Leave a Comment

error: Content is protected !!