ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଧୋଇବା କୁ ଯାଇ ଇନ୍ଦ୍ରାବତୀ ଜଳଭଣ୍ଡାରେ ନିଖୋଜ ଥିବା ବ୍ଯକ୍ତି ଙ୍କ ଶବ ଉଦ୍ଧାର

ଥୁଆମୂଳ ରାମପୁର:୭/୯- (ମନିସ):- ଗାଧୋଇବାକୁ ଯାଇ ଇନ୍ଦ୍ରାବତୀ ଜଳଭଣ୍ତାରେ ନିଖୋଜ ଥିବା ବ୍ଯକ୍ତିଙ୍କର ଶବ ଉଦ୍ଧାର। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପିନାଥପୁର ଗ୍ରାମପଞ୍ଚାୟତ ନିକଟସ୍ଥ ଦୁର୍ଖାଲ ଗ୍ରାମର ପୀତବାସ ନାଏକ (୬୫) ନାମକ ବ୍ଯକ୍ତି ସବୁ ଦିନ ଭଳି ଗତ ମଙ୍ଗଳବାର ୬/୯/୨୨ ତାରିଖ ଦିନ  ଗ୍ରାମ ନିକଟରେ ଥିବା ଇନ୍ଦ୍ରାବତୀ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ। ତେଣୁ ପରିବାର ଲୋକେ ଜଳଭଣ୍ଡାର ରେ ବୁଡିଯାଇଥିବା ସନ୍ଦେହ କରି ଥୁଆମୂଳ ରାମପୁର ଥାନକୁ ସୂଚନା ଦେଇଥିଲେ। ସୂଚନା ପାଇ ଥୁଆମୂଳ ରାମପୁର ଥାନା କର୍ମଚାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜିବା ଆରମ୍ଭ କରିଥିଲେ। ପରେ ଶବଟିକୁ ଜଳଭଣ୍ଡାର ରୁ ଠାବ କରିବାରେ ସକ୍ଷମ ହୋଇଥିଲେ। ଆଜି ଯଥା ବୁଧବାର ୭/୯/୨୨ ତାରିଖ ଦିନ ଶବ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ଯବଛେଦ ପାଇଁ ପଠାଇ ଦିଆଯାଇଥିଲା। ଶବ ବ୍ଯବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ପୁଲିସ ଏସଂକ୍ରାନ୍ତରେ ଏକ ଅପମୃତ୍ଯୁ ମାମଲା ରୁଜୁ କରିଥିବା ଜଣାପଡିଛି। ତେବେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକର ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ

ଭଏସ ଅଫ ୱେଷ୍ଟର୍ଣ ଓଡ଼ିଶା ପକ୍ଷରୁ ଲିପ୍ସା ମହାରଣା ସମ୍ବର୍ଦ୍ଧିତ

Sunil Chandra Nayak

ଭାରତରେ ୮ ବର୍ଷରେ ୨୦ ହଜାର ବର୍ଗ କିମି ଜଙ୍ଗଲ ବଢ଼ିଛି: ନରେନ୍ଦ୍ର ମୋଦୀ

Leave a Comment

error: Content is protected !!