ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗରିବ କଣ୍ଟା ପୁଟେଲକୁ ଭତ୍ତା ଓ ଏକ ଟ୍ରାଇସାଇକେଲ ଯୋଗାଇ ଦେବା ପାଇଁ ଦାବି

ଭବାନୀପାଟଣା: ୨୩/୧୧ – (ମ.ନି.ସ) :- ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ସମାଜରେ ଯେତେ ବି ବୃଦ୍ଧ ବୃଦ୍ଧା ଦିବ୍ଯାଙ୍ଗ, ଅନାଥ ଅଛନ୍ତି ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବ,ଏଥିରୁ କେହିବି ବାଦ ପଡିବେ ନାହିଁ, ପ୍ରଶାସନ ଙ୍କ ତରଫରୁ ସେମାନଙ୍କୁ ବାଧ୍ୟତାମୂଳକ ଭାବରେ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ରହିଅଛି। ହେଲେ ସେଅନୁସାରେ ହିତାଧିକାରୀ ଏଥିରୁ ବାଦପଡିଛନ୍ତି। ଏଭଳି ଅନେକ ସ୍ଥାନରେ ଆଜି ମଧ୍ୟ ଅନେକ ଲୋକ ଏହି ସୁବିଧାରୁ ବଞ୍ଚିତ ରହିଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲା ସଦର ବ୍ଳକ ଅର୍ତଲ ଗ୍ରାମପଞ୍ଚାୟତ କାନ୍ଦୁଲଝର ଗ୍ରାମର ଜନୈକ ବୃଦ୍ଧା କଣ୍ଟା ପୁଟେଲ ସମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ଜଣାପଡିଛି। ଘଟଣା ରୁ ଜଣାଯାଇଛି ଯେ, ଗରିବ କଣ୍ଟା ପୁଟେଲଙ୍କୁ ଗୋଡରେ କ୍ଯାନ୍ସସର ରୋଗ ଆକ୍ରମଣ କରିଥିଲା। ଏହି କାରଣରୁ ଗତ ଫେବୃଆରୀ ୨୦୨୦ ଦିନ ଖଡିଆଲ ଡାକ୍ତରଖାନାରେ ତାଙ୍କର ବାମ ଗୋଡକୁ କଟାଯାଇଥିଲା। ଏଣୁ କଣ୍ଟା ପୁଟେଲ ବର୍ତ୍ତମାନ ପରିବାର ପ୍ରତିପୋଷଣ କରିବା ପାଇଁ ଅକ୍ଷମ ଅଛନ୍ତି। ପରିବାରର ଏକମାତ୍ର ରୋଜଗାରିଆ ମୁରବି ଭାବରେ କଣ୍ଟା ପୁଟେଲ ଥିଲେ, କଷ୍ଟେମଷ୍ଟେ ପରଘରେ କୁଲିମଜୁରୀ କରି ଯାହା ପାଇଲେ ଘରକୁ ଆଣୁଥିଲେ ସେଥିରୁ ଘରେ ଦିନେ ଛାଡି ଦେନେ ଚୂଳି ଜଳୁଥିଲା। ଏପରି ଭାବରେ ପରିବାର ପ୍ରତିପୋଷଣ କରୁଥିଲେ। ଏବେ କ୍ଯାନ୍ସସର ଯୋଗୁଁ ତାଙ୍କର ଗୋଡ କଟାଯାଇଛି, ତେବେ କେମିତି ପରିବାର ଚଳେଇବେ ସେନେଇ ଚିନ୍ତାରେ ରାତିଦିନ ରହୁଛନ୍ତି। ଅନ୍ଯ ପକ୍ଷରେ କଣ୍ଟା ପୁଟେଲଙ୍କୁ ସରକାରୀ ସହାୟତା ଅପହଞ୍ଚ ଭାବରେ ରହିଯାଇଛି। ତେଣୁ କଣ୍ଟା ପୁଟେଲଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ସହିତ ଭତ୍ତା ଓ ଟ୍ରାଇସାଇକେଲ ପ୍ରଶାସନ ତରଫରୁ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଡମ୍ବରୁଧର ପାଣିଗ୍ରାହୀ ଙ୍କ ରିପୋର୍ଟ 

 

Related posts

ଜଣା ଅଜଣା.. ନବରାତ୍ରୀ ଉପଲକ୍ଷେ ମନ୍ଦିରର ସଜା ସଜିରେ ଖର୍ଚ୍ଚ ହୁଏ ୬ କୋଟି ଟଙ୍କା

Sunil Chandra Nayak

ମମତା ଶତପଥୀ ଙ୍କ କବିତା ଭୀତି ତୋର ଭାଷା ପ୍ରୀତିକି

Sunil Chandra Nayak

ମିନାକ୍ଷୀ ଧର ଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

Leave a Comment

error: Content is protected !!