ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ତୁମକୁ ଖୋଜିବା ମୁହୂର୍ତ୍ତରେ

ତୁମକୁ ଖୋଜିବା ମୁହୂର୍ତ୍ତରେ

ସକାଳର ରକ୍ତିମ ସୂର୍ଯ୍ୟ କିରଣରେ
ଶୀତୁଆ କାକରର ସ୍ୱଚ୍ଛ ଟୋପାରେ
ଆକାଶର ବିସ୍ତୀର୍ଣ୍ଣ ନୀଳିମାରେ
ବଗିଚାରେ ହସୁଥିବା ପ୍ରତି ଫୁଲ ପାଖୁଡ଼ାରେ
ଗାଁ ପୋଖରୀର ଚହଲା ପାଣିର ଛବିରେ
ସୁନେଲି ସୋରିଷ ଫୁଲ କିଆରୀରେ
ଉଡନ୍ତା ଚଡ଼େଇର ଚିଁ ଚିଁ ଶବ୍ଦରେ
ସ୍ମୃତିର ମନ ଆଇନାରେ
ଖୋଜେ ମୁଁ ତୁମକୁ
ମୋ ଭାବନାର ପ୍ରତି ମୁହୂର୍ତ୍ତରେ ।
ସଦା ଖୋଜେ ମୁଁ ତୁମକୁ
ଶୂନ୍ୟ ଆକାଶର ସୀମାହୀନ ବୁକୁରେ
ଦୂର ଦିଗ୍ ବଳୟର ମିଳନ ସ୍ଥଳେ
ଇନ୍ଦ୍ରଧନୁର ସାତଟି ରଙ୍ଗରେ 
ଖୋଜେ ପୁଣି ବହୁଥିବା ପବନର 
ନିଶ୍ଚଳ ନୀରବ ଶବ୍ଦରେ ।
ସେ ଶବ୍ଦ ସବୁ ହିଁ 
ଆଜି ମୃଦୁ ଗୁଞ୍ଜରିତ ହୁଅନ୍ତି
କହି କହି କେବଳ ତୁମ କଥା
ମୋ ଦୁଇ କାନରେ ।।🌹।।

 ©ସସ୍ମିତେଶ ସାହୁ

   ଶଙ୍ଖଚିଲା,ଯାଜପୁର

Related posts

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଫଳାଫଳ

Sunil Chandra Nayak

ସଚିନ ଦାସ ଙ୍କ କବିତା ମିଚ୍ଛେଇ ପ୍ରିୟା

ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ 

Sunil Chandra Nayak

Leave a Comment

error: Content is protected !!