ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଡାବୁଗାଁ, ୨୨/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ଏମ. ଖୁଟୁଗୁଡା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି, ପାନୀୟଜଳ ସୁବିଧା, ଶ୍ରେଣୀଗୃହ ନିର୍ମାଣ ଓ ଖେଳ ପଡିଆ ନିର୍ମାଣ ଦାବି କରି ଶନିବାର ସକାଳେ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି | ସୂଚନାଯୋଗ୍ୟ:- ଉକ୍ତ ବିଦ୍ୟାଳୟରେ ୧ ମ ଶ୍ରେଣୀରୁ ୮ ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି | ୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଏଥିରୁ ଶିକ୍ଷକ ସଞ୍ଜୟ ଜେନାଙ୍କୁ ଗୋଦମାଗୁଡା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଛି | ସେଥିରୁ ଜଣେ ପ୍ରଧାନଶିକ୍ଷକ ଯେକି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଆଉ ଜଣେ ଶିକ୍ଷକ ବିଏଲଓ କାର୍ଯ୍ୟରେ ନିୟୋଜିତ ରହିଛନ୍ତି | ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି | ଏଥିରୁ ଜଣେ ଶିକ୍ଷକ ଡେପୁଟେସନ ରେ ଯିବାରୁ ୧୩୧ ପିଲାଙ୍କ ପାଠପଢା ଉପରେ ପ୍ରଭାବ ପଡିବା ନେଇ ଗ୍ରାମବାସୀ ଆଶଙ୍କା ପ୍ରକଟ କରି ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି | ଡେପୁଟେସନ ହୋଇଥିବା ଶିକ୍ଷକ ଙ୍କ ଆଦେଶନାମାକୁ ପରିବର୍ତ୍ତନ ନକରିବା ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ବିଦ୍ୟାଳୟ କମିଟି ସଭାପତି ଗୋବିନ୍ଦ ମାଝି, ବିଷମ ଭତରା, ଡମନା ଭତରା, ନିଧି ଭତରା, ଖଗୁ ଭତରା, ରୂପା ଭତରା, ବିକ୍ରମ ଭତରା, ଲଳିତ ଭତରା ପ୍ରମୁଖ କହିଛନ୍ତି | ଏନେଇ ଗ୍ରାମବାସୀ ଶିକ୍ଷା ବିଭାଗ ଅଧିକାରୀ ଙ୍କୁ ଘଟଣା ସମ୍ପର୍କରେ ଟେଲିଫୋନ ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି ଅଧିକାରୀ, ପ୍ରଶାସନିକ ଅଧିକାରୀ ମଧ୍ୟାନ୍ନ ୧୨ ଘ. ସୁଦ୍ଧା ବିଦ୍ୟାଳୟରେ ପହଞ୍ଚି ନଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଘୁମୁରା ନୃତ୍ୟ ଦ୍ୱାରା ପୋଷଣ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଦୁଇ ଦଶନ୍ଧୀ ଧରି ଓଡିଶାବାସୀ ସାମ୍ନା କରିଥିବା ୧୦ଟି ଝଡ….

ଓଡିଆ ସିନେମାର ଦୃଷ୍ଟିକୋଣ ବଦଳାଇଦେଲା ‘ଦୃଷ୍ଟିକୋଣ’

Leave a Comment

error: Content is protected !!