ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋର ସନ୍ଦେହ ରେ ଉଚ୍ଚ ଶିକ୍ଷିତ ଯୁବକକୁ ମାଡ ମାରିବା ସହ ଉଲଗ୍ନ ଘଟଣା, ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

ଜାମିନ ଆବେଦନ ଖାରଜ ପରେ ଜେଲ୍ ହାଜତକୁ ଗଲେ

 ଚନ୍ଦାହାଣ୍ଡି( ମ ନି ସ ) ଜଣେ ନିରୀହ ଉଚ୍ଚ ଶିକ୍ଷିତ ଯୁବକକୁ ଗତ ଜୁଲାଇ ୩୧ ତାରିଖରେ ଚୋର ସନ୍ଦେହ ରେ ନିସ୍ତୁକ ମାଡ ମାରିବା ସହ ଉଲଗ୍ନ କରାଯାଇଥିବା ଘଟଣାରେ ଚନ୍ଦାହାଣ୍ଡି ଥାନା କେସ ନମ୍ବର ୯୩/୨୨ ପ୍ରକାରେ ଦଶ ଜଣ ବ୍ୟକ୍ତି ଖିରଚନ୍ଦ୍ର ନାୟକ, ସିରାଜ ବେଶ୍ରା,ଭୁବନେ ତ୍ରିପାଠୀ, ବୁଧେଶ୍ବର ବେଶ୍ରା,କ୍ଷେଦ ରାଜ ବେଶ୍ରା,ବନବାସୀ ନାୟକ, କପିଳ ରଣା,ଦିବ୍ୟ ରଞ୍ଜନ ତ୍ରିପାଠୀ, ମୋହନ ନାୟକ ଓ ଉଗ୍ରେସନ ପଟେଲ ଙ୍କ ମାମଲା ରୁଜୁ ହୋଇଥିବା ବେଳେ ଆଜି ପୁଣି ଭାଇରାଲ ଭିଡିଓ କୁ ଆଧାର କରି ପଲସାପରା ଗ୍ରାମର ଅନ୍ୟ ଜଣେ ଯୁବକ ଘନ ଗହିର କୁ ଚନ୍ଦାହାଣ୍ଡି ପୁଲିସ ଗିରଫ କରି ଉମରକୋଟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଙ୍କ ଅଦାଲତ କୁ ପ୍ରେରଣ କରିଥିବା ଜଣାପଡିଛି। ପ୍ରକାଶ ଥାଉକି ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଅଧିନସ୍ଥ ପୁରଲା ଡୁରକିଗୁଡା ଗ୍ରାମର ବୃନ୍ଦାବନ ସାନ୍ତା ନାମକ ଜୈନେକ ଯୁବକ ଗତ ଜୁଲାଇ ୩୧ ତାରିଖ ରବିବାର ଦିନ ଚନ୍ଦାହାଣ୍ଡି ବ୍ଲକ ଖପରାଡିହି ଗ୍ରାମର ନିଜ ସାଙ୍ଗକୁ ଦେଖାକରିବାକୁ ଯାଇଥିବା ବେଳେ ତାଙ୍କ ବାଇକ ର ପେଟ୍ରୋଲ ସରିଯିବାରୁ ମୋତିଗାଁ ନିକଟରେ ବିଶ୍ରାମ ନେଇଥିଲେ । ମୋତିଗାଁ ଗ୍ରାମର କିଛି ବ୍ୟକ୍ତି ତାଙ୍କୁ ସେଠାରେ ତମେ କିଏ ବୋଲି ପଚାରିବାରୁ ସେ କିଛି କହିନଥିବାରୁ ଚୋର ବୋଲି ସନ୍ଦେହ କରି ମାଡ ମାରିବା ସହ ତାର ହାତକୁ ପଛପଟୁ ବାନ୍ଧି ଦେବା ସହ ଉଲଗ୍ନ କରି ମୋବାଇଲ ରେ ଭିଡିଓ କରିଥିଲେ । ଏହାପରେ ଚନ୍ଦାହାଣ୍ଡି ପୁଲିସ ଖବର ପାଇ ତାକୁ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସୋସିଆଲ ମିଡିଆ ରେ ଖବର ପ୍ରଚାର ହେବାପରେ ତାଙ୍କ ବାପା ଚନ୍ଦାହାଣ୍ଡି ଡାକ୍ତରଖାନାରେ ପହଞ୍ଚି ପୁଅର ଅବସ୍ଥା ଦେଖି ଚନ୍ଦାହାଣ୍ଡି ଥାନାରେ ଗତ ଜୁଲାଇ ୩୧ ତାରିଖ ରାତିରେ ଏତଲା ଦେଇଥିଲେ। ତେବେ ଏହି ମାମଲା ର ତଦନ୍ତ ଉମରକୋଟ ଏସଡିପିଓ କରୁଥିବା ଜଣାପଡିଛି । ଅଭିଯୁକ୍ତ ଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠେଇ ଦିଆଯାଇଥିବା ଚନ୍ଦାହାଣ୍ଡି ଥାନା ଏସ ଆଇ ଶିବ ପ୍ରସାଦ ମହାନ୍ତି ପ୍ରକାଶ କରିଛନ୍ତି।

ଚନ୍ଦାହାଣ୍ଡି ରୁୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲାରେ ଯୁକ୍ତ ୨କଳା ପରୀକ୍ଷାରେ ଦୀପଶିଖା ସାହୁ ଟପ୍ପର

Sunil Chandra Nayak

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ଅଜଣା ପଥର ପଥିକ

ଅର୍ଜୁନ ପ୍ରଧାନ ଙ୍କ କବିତା ହୋ ଭକତେ 

Sunil Chandra Nayak

Leave a Comment

error: Content is protected !!