ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଃନ ନିଯୁକ୍ତି ଦାବିରେ ବିଇଓ ଙ୍କୁ ପ୍ରେରକ ସଂଘର ଦାବୀ ପତ୍ର

ଉତ୍କେଲା, ୧୩/O୮, କେସିଙ୍ଗା ବ୍ଳକ ସ୍ଵାକ୍ଷର ଭାରତ ମିଶନରେ କାର୍ଯ୍ୟ କରିଥିବା ପ୍ରେରକ ସଂଘର ସଭାପତି ଶ୍ରୀ ସୁରେଶ ଚନ୍ଦ୍ର ମେହେର ଓ ସଂଘ ର କର୍ମକର୍ତ୍ତାଙ୍କ ନେତୃତ୍ଵରେ କେସିଙ୍ଗା ବିଇଓ ଶ୍ରୀ ବବୃ ବାହାନ ପ୍ରଧାନ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। କଲାହାଣ୍ଡି ଜିଲ୍ଲା ର ସମସ୍ତ ବ୍ଳକରେ ପ୍ରେରକ ସଂଘ ପକ୍ଷରୁ ପୁ8ନ ନିଯୁକ୍ତି ଦେବା ପାଇଁ ଦାବୀ ପତ୍ର ଦେଇଥିବା ଜଣାପଡ଼ିଛି| ପ୍ରକାଶ ଯେ ଜିଲ୍ଲା ସ୍ଵାକ୍ଷରତା ମିଶନ ପକ୍ଷରୁ ୧୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଅଣ ସ୍ଵାକ୍ଷର କୁ ସ୍ଵାକ୍ଷର କରିବା ଲକ୍ଷ୍ୟରେ ୨୦୧୧ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିଥିଲା । ପ୍ରେରକ ମାନେ ପୌଢ ଶିକ୍ଷା ମାଧ୍ୟମରେ ଅଣ ସ୍ଵାକ୍ଷର କୁ ସ୍ଵାକ୍ଷର କରିବା ସହ ସ୍ଵଛ ଭାରତ ମିଶନ ସର୍ଭେ , ବିପିଏଲ ଏପିଏଲ ସର୍ଭେ ରେ ପଞ୍ଚାୟତ କର୍ମଚାରୀ ଙ୍କୁ ସହଯୋଗ କରୁଥିଲେ I ୨୦୧୮ ରୁ କାର୍ଯକ୍ରମ ବନ୍ଦ ଥିବାର ସେଥିରେ କାର୍ଯ୍ୟରତ ପ୍ରେରକ ହାତ ବାନ୍ଧି ବସି ରହିଛନ୍ତି | ପ୍ରେରକ ସଂଘର ସମ୍ପାଦକ କିଶନ ମୁଗ୍ରି , ଜଗତ ରାମ ସାହୁ, ମନୋଜ ବଗର୍ତ୍ତି, ଲିଙ୍ଗରାଜ ହେର୍ଣା, ଶେଷଦେବ ତାଣ୍ଡି, ଜଗଦିଶ ଗଉଡ, ଗିରିଜା ଭୋଇ, ଶୈଳବାଳା ବାଗ,ସୌଭାଗ୍ୟ ଭୋଇ, ସୁପ୍ରଭା କହ୍ନେଇ ଗାୟତ୍ରୀ ଶବର, ଭାରତି ମାଝୀ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଦାବୀ ପ୍ରଦାନ କରିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ବିଜୁ ଜନତା ଦଳ ତରଫରୁ ନୁଆଁଖାଇ ଭେଟଘାଟ ପାଳିତ

Sunil Chandra Nayak

ରେମୁଣା ସାହିତ୍ୟ ସଂସଦ ତରଫରୁ କବିତା ପାଠ ଓ ପୁସ୍ତକ ଲୋକାର୍ପଣ ଉତ୍ସବ 

Sunil Chandra Nayak

ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!