ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲମପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଚିନ୍ତାମଣୀ ବେହେରା ନିର୍ବାଚିତ

କଲମପୁର –  ୨୪/୩- ମ.ନି.ସ:- କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତ ସମିତି ଅଧ୍ଯକ୍ଷ ନିର୍ବାଚନ ଶେଷ ହୋଇଯାଇଛି। ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଦୁଇ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ। ଚନ୍ତାମଣୀଙ୍କ ସମେତ୍ ସମିତି ସଭ୍ଯା ଜ୍ଯୋତି ନାଏକ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବ୍ଳକର ୧୧ ଗୋଟି ପଞ୍ଚାୟତର ୧୧ ଜଣ ସମିତି ସଭ୍ଯ ସଭ୍ଯାଙ୍କ ମଧ୍ୟରୁ ବିଜମରା ଗ୍ରାମପଞ୍ଚାୟତ ସମିତି ସଭ୍ଯା ଅନୁପସ୍ଥିତ ରହିଥିଲେ। ଚିନ୍ତାମଣୀ ବେହେରାଙ୍କୁ ୮ଜଣ ସମର୍ଥୀତ ସମିତି ସଭ୍ଯ ସଭ୍ଯା ଭୋଟ ଦେଇବେଳେ ଜ୍ଯୋତି ନାଏକଙ୍କୁ ସଫକ୍ଷରେ ୨ ଗୋଟି ଭୋଟ ମିଳିଥିଲା। ନିର୍ବାଚନରେ କୋକସରା ବ୍ଳକ ଗୋଷ୍ଠୀଉନ୍ନୟନ ଅଧିକାରୀ ନିର୍ବାଚନ ଅଧିକାରୀ ଭାବେ ମନୀସା ଦାସ ପରିଚାଳନା କରିଥିଲେ। ମାଜିଷ୍ଟ୍ରେଟ ଭାବେ କଲମପୁର ତହସିଲଦାର କରିସ୍ମା ବେଶ୍ରା ଉପସ୍ଥିତ ରହିଥିଲେ। ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ କରୁଣା କର ବାଗ ଓ ଅନ୍ଯାନ୍ଯ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଶ୍ରୀ- ବେହେରାଙ୍କୁ ଉପାଧ୍ୟକ୍ଷ ପଦରେ ବିଜୟୀ ଘୋଷଣା କରାଯାଇଥିଲା। ଫଳାଫଳ ଘୋଷଣା ହେବାପରେ ପୂର୍ବତନ ବ୍ଳକ୍ ଅଧ୍ଯକ୍ଷ ଶ୍ରୀ ସୁଧାଂଶୁ ଶେଖର ପଣ୍ତା, ମହେନ୍ଦ୍ର ସାହୁ,ବିପିନ୍ ବିହାରୀ ପ୍ରଧାନୀ, ପୂର୍ବତନ ବ୍ଳକ୍ ବିଜେଡି ସଭାପତି ପ୍ରଦୀପ କୁମାର ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ ବିଜୟ ଦେବ ସାହୁ, ଅଜିତ କୁମାର ମୁଣ୍ଡ, ଅରୁଣ ପଣ୍ତା, ପୂର୍ବତନ ସମିତି ସଭ୍ଯ ଦିବ୍ଯ ସାହୁ, ଲୋଚନ ନାଗ୍, ସମାଜସେବୀ ବୁଲୁ ମୁଣ୍ଡ, ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ବେହେରା ପ୍ରକଶ କରିଥିଲେ ଯେ, ଏହି ବନ୍ଧୁ ମାନଙ୍କ ସହଯୋଗରେ ମୁଁ ଉପାଧ୍ୟକ୍ଷ ପଦରେ ବିଜୟୀ ହୋଇପାରିଛି ତେଣୁ ବନ୍ଧୁ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେଉଅଛି। ଏହା ଛଡା ମୁଁ ବ୍ଳକର ଅନେକ ସମସ୍ୟାର ସମାଧାନ କରି ଆଗାମୀ ଦିନରେ ସୁରୁଖୁରୁରେ କାର୍ଯ୍ଯ ସଂପୂର୍ଣ୍ଣ କରିବି ବୋଲି କହିଥିଲେ।

ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କେନାଲରୁ ମହିଳାଙ୍କ ଶବ ଉଦ୍ଧାର ଘଟଣା, ମିଳିଲା ମୃତ ମହିଳାଙ୍କ ପରିଚୟ

Sunil Chandra Nayak

ସାତ ମାଇଲି ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ସପ୍ତଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ର ଚତୁର୍ଥ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!