ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ୍ ଅଧ୍ୟକ୍ଷା ଆଡ୍ ମୁଁହ ରେ ଚାଲିଗଲେ- ବିଧବା ଙ୍କୁ ସାହାଯ୍ୟ ର ହାତ ବଢାଇଲେ ପୂର୍ବତନ ସରପଞ୍ଚ 

ନବରଙ୍ଗପୁର (ମନିସ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କଂଗରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକଡ଼ିପାଲା ଗ୍ରାମ ର ଫଗୁଣୁ ସୌରା ଙ୍କ ୧୦ଦିନ ଆଗରୁ କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ପରିବାର ର ପରିସ୍ଥିତି ଭଲ ନ ଥିଲା,୧୦ଦିନିଆ ଦଶା କିଭଳି କରିବେ ଚିନ୍ତାରେ ପରିବାର ଲୋକେ ଥିଲେ। ଗ୍ରାମର ଯୁବକ ମାନେ ତେନ୍ତୁଳିଖୁଣ୍ଟି ବ୍ଲକ୍ ଜଣାଶୁଣା ବିଜେଡ଼ି ଯୁବ ନେତା ତଥା ସ୍ଥାନୀୟ ନେତା ଗୋଲକ ନାୟକ ପବନ ବେଗରେ ଶୁଣିବା ପରେ କିଭଳି ଫଗୁଣୁ ପରିବାରଙ୍କୁ ସାହାଯ୍ୟ କରି ହେବ ଚିନ୍ତା କରି ପୂର୍ବତନ ସରପଞ୍ଚ ଦୂର୍ଯ୍ୟ ମାଝୀ ଙ୍କ ସହିତ ଆଲୋଚନା କରିଥିଲେ। ଲଗାଣ ବର୍ଷା ରେ ବାଇକ୍ ଯୋଗେ ଲକଡ଼ିପାଲା ଉଭୟେ ଯାଇ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ସହିତ, ତୁରନ୍ତ ବିଧବା ଭତ୍ତା ସହ ଜାତୀୟ ମଙ୍ଗଳ ବିଭାଗ ଯୋଜନା ସରକାରଙ୍କ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।ଅପର ପକ୍ଷରେ ଏଭଳି ସାହାଯ୍ୟ ସହଯୋଗ ପଞ୍ଚାୟତ ର ଗରୀବ ଅବସ୍ଥାରେ ଥିବା ଲୋକଙ୍କ ପ୍ରତି ସବୁ ବେଳେ ଚାଲୁରହିବ ବୋଲି ପୂର୍ବତନ ସରପଞ୍ଚ କହିଛନ୍ତି ।ପୁର୍ବତନ ସରପଞ୍ଚ ଓ ଯୁବ ନେତା ଙ୍କୁ ବ୍ଲକ୍ ର ସବୁଆଡେ ଏଭଳି ସାହାଯ୍ୟ ସହଯୋଗ ଯୋଗାଇ ଦେଉଥିବାରୁ ପ୍ରଶଂସା କରୁଥିବା ବେଳେ,ଏହି ପଞ୍ଚାୟତ ରୁ ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଧ୍ୟକ୍ଷା ନିଲେନ୍ଦ୍ରୀ ନାୟକ ଲକଡିପାଲା ଦେଇ ନିଜ ଗ୍ରାମ ଅଲମା ପ୍ରତ୍ୟକ ଦିନ ଯିବା ଆସିବା କରୁଛନ୍ତି, ଟିକେ ଆଡ୍ ମୁହେ ନ ଚାହିବା କିମ୍ବା ପଦେ ସମବେଦନା ନ ଜଣାଇବା ପାଇଁ ସମୟ ନାହି କି ବୋଲି ପଞ୍ଚାୟତ ବାସିଙ୍କ ଠାରୁ ଶୁଣିବାକୁ ମିଳୁଛି। ତୁରନ୍ତ ବ୍ଲକ୍ ଅଧ୍ୟକ୍ଷା ଏଭଳି ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ଆବଶ୍ୟକ ରହିଛି, ଯେ ହେତୁ ସେ ଜନତା ଙ୍କ ପ୍ରତିନିଧି ବୋଲି ବିରୋଧୀ କଂଗ୍ରେସ ଓ ବିଜେପି ଦଳ ର ତୁଙ୍ଗ ନେତା କହିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଆବାସ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ

Sunil Chandra Nayak

କେସିଙ୍ଗା ପୁଲିସର ବଡ ସଫଳତା, ରାତ୍ର ପେଟ୍ରୋଲିଂ ସମୟରେ ବାଇକ୍ ରେ ଚୋରାଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ, ତିନି ଜଣ ଅଟକ ରହିଥିବା ବେଳେ ଚାରିଟି ବାଇକ୍ ଜବତ

Sunil Chandra Nayak

ଦାଦନ ଯାଇଥିବା ସ୍ୱାମୀ କୁ ହରାଇ ଚିନ୍ତାରେ ଫୁଲମଣୀ ୩ ଛୁଆ ଙ୍କୁ ପାଠ ପଢାଇବାରେ ଅସମର୍ଥ

Leave a Comment

error: Content is protected !!