ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଛୁଲା ଗାଁର ସୀମାନ ଶବର ବିଦ୍ଯୁତ ଆଘାତ ଘଟଣା ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମୂଖ୍ଯ ସଚ୍ଚିବଙ୍କୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବ ଅଧିକାର କମିଶନ

ଭବାନୀପାଟଣା:୦୬/୧୨ – (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ତା ବ୍ଳକ ଉଛୁଲା ଗାଁର ବୃଦ୍ଧ ସୀମାନ ଶବର ବିଦ୍ଯୁତ ଆଘାତ ପାଇବା ଘଟଣାରେ ତାଙ୍କୁ ୨୫ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ମୂଖ୍ଯ ଶାସନ ସଚ୍ଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବ ଅଧିକାର କମିଶନ। ଶ୍ରୀ ଦିଲ୍ଲୀପ କୁମାର ଦାସଙ୍କ ପକ୍ଷରୁ ଆଗତ ମାମଲା ( କେ.ନଂ – ୭୯୬/୧୮/୬/୨୦୨୨) ଚୂଡାନ୍ତ ଶୁଣାଣୀ କରି ଆଜି ୭ ଡିସେମ୍ବର ୨୦୨୨ ରେ ଏହି ରାୟ ଶୁଣାଇଛନ୍ତି ମାନବ ଅଧିକାର କମିଶନ।ଗତ ଫେବୃଆରୀ ମାସ ୨୫ ତାରିଖରେ ଗାଁ ପାଖ ପଡିଆରେ ଛେଲି ଚରାଇବା ସମୟରେ ଅଳ୍ପ ଉଚ୍ଚତା ରେ ଝୁଲି ରହିଥିବା ୧୧ କେ.ଭି ବିଦ୍ଯୁତ ତାରରେ ସୀମାନ ଶବରଙ୍କ ଛତା ଲାଗିଯିବାରୁ ବିଦ୍ଯୁତ ଆଘାତ ପାଇ ସେ ଆହତ ହୋଇଥିଲେ। ଏହି ଘଟଣାରେ ଶ୍ରୀ ଦିଲ୍ଲୀପ କୁମାର ଦାସ ଙ୍କ ଅଭିଯୋଗ ପାଇଲା ପରେ ମାନବାଧିକାର କମିଶନ ୫ ଏପ୍ରେଲ ୨୦୨୨ରେ ନୋଟିସ ଜାରି କରି ବିଦ୍ଯୁତ ବିଭାଗ ସଚ୍ଚିବ ଓ କଳାହାଣ୍ଡି ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ତଲବ କରିଥିଲେ। ବିଦ୍ଯୁତ ବିଭାଗ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟ ରେ ଦର୍ଶାଇ ଥିଲେ ଯେ, ଗାଁ ପାଖରେ ଖୋଳା ଯାଇଥିବା ବନ୍ଧର ମାଟି ପଡି ରାସ୍ତା ଉଚ୍ଚା ହୋଇଯାଇଥିଲା ଓ ବିଦ୍ଯୁତ ଖୁଣ୍ଟର ଦୂରତା ଅଧିକ ଥିବାରୁ ତାର ଝୁଲି ରହିଥିବାରୁ ଏଭଳି ଘଟଣା ଘଟିଛି। ତା ସହିତ ସେଠାରେ ଟାଟା ପାଓ୍ବାର ତରଫରୁ କୌଣସି ସୂଚନା ଲଗା ଯାଇନଥିଲା। ଏଣୁ ଏଥିପାଇଁ ଟାଟା ପାଓ୍ବାର ଦାୟୀ। କିନ୍ତୁ ପରବର୍ତ୍ତୀ ସମୟରେ ମାନବ ଅଧିକାର କମିଶନ ପକ୍ଷରୁ ୨୦ ଡିସେମ୍ବର ୨୦୨୨ ରେ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ ର ଜବାବ ରେ ଶକ୍ତି ବିଭାଗର ସ୍ବତନ୍ତ୍ର ସଚ୍ଚିବ ବିପରୀତ ପ୍ରକାରର ଉତ୍ତର ଦାଖଲ କରି ଏହି ଘଟଣା ପାଇଁ ସୀମାନ ଶବର ଙ୍କ କୌଣସି ଆଘାତ ଲାଗିନାହିଁ ଓ ସେ ନିଜେ ମଧ୍ୟ ସମପରିମାଣରେ ଦାୟୀ ବୋଲି ମାନବ ଅଧିକାର କମିଶନ ଙ୍କ ଜଣାଇଥିଲେ। କିନ୍ତୁ ଶକ୍ତି ବିଭାଗର ଉପରୋକ୍ତ ସଫେଇରେ ଜାତୀୟ ମାନବ ଅଧିକାର କମିଶନ ବିରକ୍ତି ପ୍ରକାଶ କରିବା ସହିତ ଏହି ରିପୋର୍ଟ କୁ ଅଗ୍ରାହ୍ଯ କରି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ଯୁତ ତାର ଯେତିକି ଉଚ୍ଚତାରେ ରହିବା କଥା ତାହା ପରିଚାଳନା କରିବାରେ ଟା ଟା ପାଓ୍ବାର (TPWODL) ବିଫଳ ହୋଇଛି ଓ ବିଦ୍ଯୁତ ଶକ୍ତି ସଂଚାରଣ ସମ୍ପର୍କିତ ସୁରକ୍ଷା ବିଧି ୨୦୧୦ ଉଲ୍ଲଘଂନ କରୁଥିବାରୁ ଟାଟା ପାଓ୍ବାର ଓ ଓଡିଶା ସରକାର ସୀମାନ ଶବରଙ୍କ ମାନବ ଉଲ୍ଲଘଂନ ପାଇଁ ଦାୟୀ ବୋଲି ତାଙ୍କ ରାୟରେ ଦର୍ଶାଇଛନ୍ତି ଓ ୬ ସପ୍ତାହ ମଧ୍ୟରେ ୨୫ ହଜାର ଟଙ୍କା କ୍ଷତିପୂରଣ ରାଶି ସୀମାନ ଶବରଙ୍କୁ ପ୍ରଦାନ କରି ତାର ପ୍ରମାଣ ସହିତ ରିପୋର୍ଟ ଦାଖଲ କରିବାକୁ ମୂଖ୍ୟ ଶାସନ ସଚ୍ଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତତ୍ ସହିତ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସାମାଜିକ ସୁରକ୍ଷା ଯୋଜନା ଗୁଡିକର ସୁବିଧା ଯେପରି ସୀମାନ ଶବରଙ୍କୁ ଯୋଗାଇ ଦିଆଯିବ ତାହା ସେ ନିଜେ ନିଶ୍ଚିତ କରିବେ।

ମସିହା ନିଉଜ ସର୍ଭିସ୍ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଆର୍ଥିକ ସହାୟତା ଅପେକ୍ଷାରେ ରିକେଶ, ଜନ୍ମରୁ ଭିନ୍ନକ୍ଷମ ଯନ୍ତ୍ରଣା

Sunil Chandra Nayak

Leave a Comment

error: Content is protected !!