ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏନ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ପରେ ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକ ସଂଘ ର ଆନ୍ଦୋଳନ ପାଇଁ ପ୍ରସ୍ତୁତି

ତେନ୍ତୁଳିଖୁଣ୍ଟି -୦୨/୧୨/୨୨– ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର ) ସଂଘ ଆସନ୍ତା କାଲି ତାର ଆଠ ଦଫା ଦାବୀ ନେଇ ଆନ୍ଦୋଳନ ପାଇଁ ମୂଳଦୁଆ ପକାଇବ। ଏଥିପାଇଁ ସଂଘ ପ୍ରସ୍ତୁତ ହେଉଛି। ଆଠ ଦଫା ଦାବୀ ପତ୍ର ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଜରିଆ ରେ ପ୍ରଦାନ କରିବ ସଂଘ। ଏଥିପାଇଁ ପ୍ରସ୍ତୁତି ବୈଠକ କରି ଶହୀଦ ଲକ୍ଷ୍ମଣ ନାୟକ ପ୍ରତିମୂର୍ତ୍ତି ସ୍ଥଳରୁ ଆସନ୍ତା କାଲି ଅପରାହ୍ନ ରେ ରାଲି କରି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟ।ଳୟ ପଂହଁଚି ଦାବୀ ପତ୍ର ଦେବାକୁ ନିଷ୍ପତ୍ତି ହୋଇଥିବା ବ୍ଲକ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡ଼ର ସଭାପତିପଙ୍କଜ କର୍କରା ସମ୍ପାଦକ ଜହ ନେଶ ପାତ୍ର ବାଘ ସୂଚନା ଦେଇଛନ୍ତି। ଏନ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ରେ ବ୍ଲକ ରେ ୧୭୫ ଶିକ୍ଷକ ଶିକ୍ଷୟତ୍ରୀ ଭାଗ ନେଇଥିଲେ, ଏକ୍ସ କ୍ୟାଡ଼ର ଆନ୍ଦୋଳନ ହେଲେ ପ୍ରାୟ 95 ଶିକ୍ଷକ ଶିକ୍ଷୟତ୍ରୀ ଭାଗ ନେବେ ବୋଲି ଜଣା ପଡ଼ିଛି। ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଛି ବୋଲି କହି କିଛି ବିଭାଗର ଦାବୀ ପୂରଣ କରିବା ପରେ ଅନ୍ୟାନ୍ୟ ସଂଘ ନିଜ ଦାବୀ ହାସଲ ପାଇଁ ପ୍ରୟାସ କରୁଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

କବିତା – ନିଃଶବ୍ଦ ନିନାଦ

Sunil Chandra Nayak

ପିତବାସପୁର ସ୍କୁଲ ପରିଦର୍ଶନ କଲେ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

ସରକାରୀ ବୃତ୍ତିରେ ସରସ୍ଵତୀ ଶିଶୁ ମନ୍ଦିରର ସଫଳତା

Sunil Chandra Nayak

Leave a Comment

error: Content is protected !!