ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ମନେପଡେ, ସବୁ ଆଜି

ମନେପଡେ, ସବୁ ଆଜି 

ଜୟ କୁମାର ମିଶ୍ର 

କାହିଁକି କେଜାଣି, କହିତ ହୁଏନି 
କାରଣଟି ଅଙ୍କା ବଙ୍କା, 
ତୁମେ ମନେପଡ, ସବୁସ୍ମୃତି ଭିଡ଼ 
ଅତୀତ କରୁଛି ଦେଖା ll
ତୁମରି ସରାଗ, ହାତ ଅନୁରାଗ  
ସୁଇଟର ଅଛି ସାକ୍ଷୀ, 
ମଉନ ଭାଷାରେ, କୁହେକଥା ବାରେ 
ଗତ ଅତୀତ ପରଖି ll
ସେ ଗତ ଅତୀତ, ସତେ କି ଅମୃତ 
ଦେଖିବାର ବେଳା ତିଥି, 
ହୃଦୟ ଯୋଡ଼ିଲା, ହୃଦୟ ସାଥିରେ
ବାଢ଼ିଦେଲା ଭାବ ପ୍ରୀତି ll 
ପ୍ରଥମ ଦେଖାରେ, ମନଟି ଚିହ୍ନଲା  
ମନସାଥେ ସାଥି ହୋଇ, 
ଆନନ୍ଦ ଉଲ୍ଲାସେ, ସମୟ ବିତିଲା  
ସବୁ କଥା ସ୍ମୃତିନଈ ll
କେତେ ଯେ ଭାବନା, ସନ୍ଦୀହାନ୍ ମନା 
ଘୁରି ବୁଲୁ ଥାଏ ନିତି, 
ତିଳକୁ ତାଳଟି, କରିବାକୁ ମତି 
କୁଛିତ ବାସନା ସ୍ଥିତି ll
ନିନ୍ଦାର ବlଇଦ, ନିଶବ୍ଦେ ଶବବ୍ଦ
ଦାଣ୍ଡ ବାଡ଼ି, ଘରେ ଘରେ, 
ଛାଡି ଘର କାମ, ପ୍ରସଙ୍ଗ ପ୍ରଥମ 
ଫୁସୁରୁ ଫାସର ବାରେ ll
ତୁଚ୍ଛା ଘରେ ପରା, ବିଛା ସଂକ୍ରାନ୍ତିଟି 
ଅଜଣାରେ ଜଣା ନାଟ, 
କlମଳ ବେମାରୀ, କଲା ବାହାଦୂରୀ 
ମାରିଲା ନିନ୍ଦାର ଛାଟ ll
ନିଜର ଅତୀତ, ଅନ୍ଧାର ଚରିତ୍ର
ଚୋରା ପୀରତିର କଥା, 
ଲୁଚି ଛପି ଗଲା, ପୁରୁଣା ସେ ହେଲା 
ନିର୍ଲଜେ ଟେକଇ ମଥା ll
କାଳ ମହାସ୍ରୋତ, ନେଲା ବହୁପଥ
ହାଟନାଟ ସାରିଦେଲା, 
ଅର୍ଥ, ଘର, ବାଡ଼ି, ଆଳି ଅଳଙ୍କାର 
ଭଦ୍ର ମଣିଷଟି କଲା ll
ଘାଆ ଶୁଖି ଅଛି, ଚିହ୍ନ ରହି ଅଛି 
କହୁଛି ସେଦିନ କଥା, 
ପାଉଁଶ ତଳର, ନିଆଁ ହୋଇ ସିଏ 
ଦହୁଛି, ବିବେକ ମଥା ll
ବସୁମତି ପରି, ସହନତା ତରି 
ହୃଦୟରେ ବlହି ନେଲ, 
ଆଖିର ଲୁହକୁ, ମନର କୋହକୁ 
ପିଇ ପିଇ ନିତି ଗଲ ll
ଦୁଃଖର ପାହାଡ଼, ମୁଣ୍ଡରେ ମୁଣ୍ଡାଇ 
ହସିକି ହସାଉ ଥିଲ, 
ବୁଲା କୁକୁରରଙ୍କ, ଭୋକିବା ଆତଙ୍କ 
ସବୁକୁ ଦୁରାଇ ଥିଲ ll
ଦୀପ ଶିଖା ସରି, ଜଳି ଜାଳି ଦେଲ
ନିଜ ସ୍ଥିତି, ଭବିଷ୍ୟତ, 
ସେବାର ଆଲୋକେ, ଗତି ଦୀନ ଦୈନ୍ୟ 
ସୁଖ ଅଵିଵେକୀ ଚିତ୍ର ll
ସ୍ୱାର୍ଥ ବିଜଡ଼ିତ, ମନ ହେଲା ମତ୍ତ 
ଖୋଜିଲା ବାହାନା ପଥ, 
ଆପଣା ସୁଖର, ଭlବନା ବିଚାର 
ମୋହାନନ୍ଧରେ ଜ୍ଞାନ ଖତ ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର,
ଜିଲ୍ଲା-ଗଜପତି , ଓଡିଶା, 761206, 

Related posts

ଚାରି ବନ୍ଧୁକ ସହ ଚାରି ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ 

Sunil Chandra Nayak

ନିରୁପମା ପାଣି ଙ୍କ କବିତା ଗଣ ପର୍ବ ରଜ

Sunil Chandra Nayak

କଶ୍ରୁପଡା କନିଷ୍ଠ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!