ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ ଗଳ୍ପ ଉପସ୍ଥିତ ବୁଦ୍ଧି 

           ଉପସ୍ଥିତ ବୁଦ୍ଧି 

ଗୋଟିଏ ଗାଁରେ ରାମ ଆଉ ଶ୍ୟାମ ଦୁଇ ସାଙ୍ଗ ଥିଲେ, ରାମ ବହୁତ୍ ଧନୀ ଲୋକ କିନ୍ତୁ ଶ୍ୟାମ ବହୁତ୍ ଗରୀବ, ପ୍ରତ୍ୟେକ ଦିନ ସେମାନେ ସାଥି ହୋଇ ବୁଲିବାକୁ ଯାଉଥିଲେ ଏବଂ ପୁଣି ନିଜ ନିଜ ଘରକୁ ଲେଉଟି ଆସୁଥିଲେ, ଦୁହିଁଙ୍କ ସମ୍ପର୍କ ଏତେ ନିବିଡ ଯେ କେହି କାହାକୁ ଛାଡ଼ି ରହି ପାରୁ ନ ଥିଲେ, କିନ୍ତୁ ରାମର ଧନ ଥିଲା ସତ କିନ୍ତୁ ଶ୍ୟାମ ସ୍ତ୍ରୀ ବହୁତ୍ ସୁନ୍ଦର, ଏକଦା ରାମ ମନରେ ଚିନ୍ତା କଲା ମୁଁ ଯେମିତି ହଉ ଶ୍ୟାମ ସ୍ତ୍ରୀ କୁ ଆଣିବି, ଧନ ପାଖରେ ଶ୍ୟାମ ସ୍ତ୍ରୀ ବହୁତ୍ ସୁନ୍ଦର ହେବ, କିଛିଦିନ ପରେ ଦୁଇଜଣ ଯାକ ସାଂଗ ବେଶ୍ ଖୁସି ଗପ ଜମେଇ ଥାଆନ୍ତି ରାମ ମନରେ ତ ପାପ ବସା ବାନ୍ଧିଛି ସେ ମିଛରେ କହିଲା ଆଜି ଆମେ ଚାଲ୍ ସତ୍ୟ କରିବା ତମେ ମୋ ଘରକୁ ଯିବ ଯାହା ପ୍ରଥମେ ଧରିବ ତାହା ତୁମର ହେବ, ତାପରେ ମୁଁ ତମ ଘରକୁ ଯିବି ଯାହା ଧରିବି ତାହା ମୋତେ ତୁମେ ଦେବ, ଦୁଇ ସାଙ୍ଗ ବହୁତ୍ ଖୁସି ହୋଇ ନିଜ ନିଜ ଘରକୁ ଚାଲିଗଲେ ଓ ସେମାନେ ତାଙ୍କ ସ୍ତ୍ରୀ କୁ ବି କହିଲେ ଶ୍ୟାମର ସ୍ତ୍ରୀ ସାଙ୍ଗଙ୍କ କଥା ବୁଝି ପାରୁଥିଲା ଓ ସେ ତାର ସ୍ବାମୀଙ୍କୁ କହିଲା ଠିକ୍ ଅଛି ତୁମେ ତୁମ ସାଙ୍ଗକୁ କୁହ ସେ କାଲି ଆମ ଘରକୁ ଆସିବେ, ଶ୍ୟାମ ଖୁସି ହୋଇ ରାମ କୁ କହିଲା ସାଙ୍ଗ କାଲି ତମେ ଆମ ଘରକୁ ଆସ ତମେ ଯାହା ଧରିବ ତୁମର, ଏ କଥା ଶୁଣି ରାମ କାଳ ବିଳମ୍ବ ନକରି ଆଖି ପିଛୁଡ଼ାକେ ଶ୍ୟାମ ଘରେ ପହଞ୍ଚିଲା, ଶ୍ୟାମ ର ସ୍ତ୍ରୀ ବହୁତ୍ ବୁଦ୍ଧିମତୀ ସେ ତାର ଘର ସଂଗାରେ ଚଡ଼ି ବସିଲା ଆଉ ନିସାଣି ଟି ଡେରି ରଖିଲା, ରାମ ଶ୍ୟାମ ସ୍ତ୍ରୀ ଆଶାରେ କାଳ ବିଳମ୍ବ ନକରି ନିଶାଣି ଧରି ଉପରକୁ ଚଡ଼ିବା ପାଇଁ ଗଲା ବେଳକୁ ଶ୍ୟାମ ସ୍ତ୍ରୀ ହସି ହସି କହିଲା ରୁହ ସାଙ୍ଗ ଏ କଣ କଲ ମୋର ଗରିବ ଘର ବୋଲି ତମେ ଏ ନିଶାଣି ଟି ଚୁଇଁଲ ବଡ ପାଟିରେ ତାର ସ୍ୱାମୀକୁ ଡାକ ଛାଡ଼ି କହିଲା ଶୁଣୁଚ ଏ ନିସାଣିଟି ସାଙ୍ଗକୁ ଦେଇ ଦିଅ, ସେତେ ବେଳକୁ ରାମର ମୁହଁ ଲାଜରେ କଳା କାଠ ପଡ଼ି ଯାଇଥାଏ ଓ ଶ୍ୟାମ ରାମର କୁଟିଳ ବୁଦ୍ଧିକୁ ଜାଣି ପାରିଲା ଓ ତାର ସ୍ତ୍ରୀ ଉପସ୍ଥିତ ବୁଦ୍ଧି ଯୋଗୁଁ ଏଡେ ବଡ ବିପଦରୁ ସେ ରକ୍ଷା ପାଇଲା , ବାରମ୍ବାର ସେ ତା ସ୍ତ୍ରୀ କୁ ଧନ୍ୟବାଦ୍ ଦେଲା , ମୋ କାହାଣୀଟି କେମିତି ଲାଗିଲା ମତାମତ ଅପେକ୍ଷାରେ ରହିଲି।

ଜୟ ଜଗନ୍ନାଥ

ବିଳାସିନୀ ପୃଷ୍ଟି,

ଭୁବନ, ଢ଼େଙ୍କାନାଳ

Related posts

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ରାସୋଳ ଦ୍ବାରା ଜଳ ବିଶୋଧନ ଏବଂ ସ୍ବାସ୍ଥ୍ୟ ସଚେତନତା ର ବାର୍ତ୍ତା ପ୍ରଦାନ 

Sunil Chandra Nayak

ଭବାନୀ ପାଟଣା ଠାରେ ଆନ୍ତର୍ଜାତିକ ଶିଶୁ କନ୍ଯା ଦିବସ ପାଳିତ

Sunil Chandra Nayak

ମହିଳା ଆରୋଗ୍ଯ ସମିତି ସମ୍ମେଳନ ୨୦୨୨ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!