ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

 ହଜିଲା ଦରବ

ଅଧ୍ୟାୟ-୮

 ଦିଲ୍ଲୀପ କୁମାର ନନ୍ଦୀ

ବୋହୂଚୋରୀ ଅବା ଠିଆପୁଚି ଖେଳ
ଗାଆଁ ଦାଣ୍ଡରେ ଦିଶୁନି
କୁମାର ଉତ୍ସବ ମକର କି ଚାନ୍ଦ
ପରମ୍ପରା ଉଠିଲାଣି।୧।
ଗୁଲି ଦଣ୍ଡା କଥା କିଏବା ପଚାରେ
ସଢ଼େଇରେ ନାହିଁ ବାଲି
ଶୁଭେ ନାହିଁ କେଁ କଟର ଶବ୍ଦଟା
ବସନ୍ତେ ନାହିଁ କୋଇଲି।୨।
ନଟୁ ଖେଳ କଥା ଭୁଲି ତ ଗଲେଣି
ନାହିଁ ତ ଲୁକ ଲୁକାନି
ଟାୟାର ଗଡ଼ୁନି ଗାଆଁ ଦାଣ୍ଡରେ ତ
ନାହିଁ ତ ରୁମାଲ ଚୋରି।‌୩।
ଗଡ଼ିଆ କଣ୍ଡିଆ ଶୁଖିଲା ପଡ଼ିଛି
ନଦୀ ବହୁନି ଉଜାଣି
ଠାବେ ଠାବେ ଆନିକଟ୍ ନଦୀ ବନ୍ଧ
ଛାଣି ହୋଇଯାଏ ପାଣି।୪।

କାଏମା, ଧର୍ମଶାଳା, ଯାଜପୁର

Related posts

ଆମପାଣି ପଞ୍ଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଖବର ସଂଗ୍ରହ କରିଯାଇଥିବା କର୍ମରତ ସାମ୍ବାଦିକ ଙ୍କୁ ଆମାନୁଷିକ ବ୍ୟକ୍ତି ଙ୍କ ଥାନା ସମ୍ମୁଖ ରେ ସଂଘ ବଧ ଆକ୍ରମଣ

ଶ୍ରୀନିବାସ ପଣ୍ଡା ଙ୍କ କବିତା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ

Sunil Chandra Nayak

Leave a Comment

error: Content is protected !!