ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

 ହଜିଲା ଦରବ

ଅଧ୍ୟାୟ-୮

 ଦିଲ୍ଲୀପ କୁମାର ନନ୍ଦୀ

ବୋହୂଚୋରୀ ଅବା ଠିଆପୁଚି ଖେଳ
ଗାଆଁ ଦାଣ୍ଡରେ ଦିଶୁନି
କୁମାର ଉତ୍ସବ ମକର କି ଚାନ୍ଦ
ପରମ୍ପରା ଉଠିଲାଣି।୧।
ଗୁଲି ଦଣ୍ଡା କଥା କିଏବା ପଚାରେ
ସଢ଼େଇରେ ନାହିଁ ବାଲି
ଶୁଭେ ନାହିଁ କେଁ କଟର ଶବ୍ଦଟା
ବସନ୍ତେ ନାହିଁ କୋଇଲି।୨।
ନଟୁ ଖେଳ କଥା ଭୁଲି ତ ଗଲେଣି
ନାହିଁ ତ ଲୁକ ଲୁକାନି
ଟାୟାର ଗଡ଼ୁନି ଗାଆଁ ଦାଣ୍ଡରେ ତ
ନାହିଁ ତ ରୁମାଲ ଚୋରି।‌୩।
ଗଡ଼ିଆ କଣ୍ଡିଆ ଶୁଖିଲା ପଡ଼ିଛି
ନଦୀ ବହୁନି ଉଜାଣି
ଠାବେ ଠାବେ ଆନିକଟ୍ ନଦୀ ବନ୍ଧ
ଛାଣି ହୋଇଯାଏ ପାଣି।୪।

କାଏମା, ଧର୍ମଶାଳା, ଯାଜପୁର

Related posts

ଏସ ଓ ଜି ର ସର୍ଚ୍ଚ ଅପରେସନ ରେ ମାଓବାଦୀ ଙ୍କ ଛତ୍ରଭଙ୍ଗ , ମାଓ ସାମଗ୍ରୀ ଓ କ୍ୟାମ୍ପ ଠାବ 

Sunil Chandra Nayak

ତୁମୁରା ଠାରେ ବାଇକ ଧକ୍କା ରେ ଗାଈ ମୃତ, ବାଇକ ଚାଳକ ଗୁରୁତର

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଗୁରୁ

Leave a Comment

error: Content is protected !!