ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମରାଜ ଯୁଧିଷ୍ଠିର କ’ଣ ପାଇଁ ପଶ୍ଚାତାପ କଲେ

ଧର୍ମରାଜ ଯୁଧିଷ୍ଠିର କ’ଣ ପାଇଁ ପଶ୍ଚାତାପ କଲେ

     ଏକଦା ଦରବାର ଶେଷ ହେବା ପରେ ଧର୍ମରାଜ ଯୁଧିଷ୍ଠିର ନିଜର ଭାଇ ଓ ପତ୍ନୀଙ୍କ ସହିତ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଦ୍ବାରପାଳ ଆସି ସୂଚନା ଦେଲେ ଯେ, ଦୁଇଜଣ ଅତିଥି ଆପଣଙ୍କୁ ସାକ୍ଷାତ୍ କରିବାକୁ ଚାହୁଁଛନ୍ତି । ଯୁଧିଷ୍ଠିର ସେମାନଙ୍କୁ ଆସନ୍ତାକାଲି ଆସିବାକୁ କହିଲେ । ଏହାଦେଖି ଭୀମ ଉଠିପଡି ଚାଲିଗଲେ ଏବଂ ରାଜମହଲ ଦ୍ବାରରେ ଲାଗିଥିବା ଘଣ୍ଟା ବାଜି ଉଠିଲା । ଯଦି କୌଣସି ଆଶ୍ଚର୍ଯ୍ୟ ଜନକ ପରିସ୍ଥିତି ସୃଷ୍ଟି ହୁଏ ତେଵେ ଏହି ଘଣ୍ଟା ବଜା ଯାଇଥାଏ ।

       ଭୀମ ସ୍ବୟଂ ବିଶାଳକାୟ ଥିଲେ ଏବଂ ଘଣ୍ଟା ମଧ୍ୟ ଯଥେଷ୍ଟ ବଡ଼ ଥିଲା । ଭୀମ ଏହି ଘଣ୍ଟାକୁ ଜୋରରେ ବଜାଇଦେଲା । ଘଣ୍ଟାର କର୍କଶ ସ୍ବରରେ ସମସ୍ତଙ୍କ କାନ ସ୍ତବ୍ଧ ହୋଇଗଲା । ଘଣ୍ଟା ବଜାଇବା ଦେଖି ଯୁଧିଷ୍ଠିର ଭୀମକୁ ଘଣ୍ଟା ବଜାଇବାର କାରଣ ପଚାରିଲେ । ଏହାପରେ ଭୀମ ଆସି କହିଲେ ରାଜା ତ ଯମରାଜାଙ୍କ ଠାରୁ ଶ୍ରେଷ୍ଠ ହୋଇଗଲେ । କ’ଣ କହୁଛ ଭୀମ ? ସ୍ପଷ୍ଟ ଭାବରେ କୁହ ? ଭୀମ ଉତ୍ତର ଦେଲେ ମହାରାଜ ଏବେ ଆପଣ ଦୁଇଜଣ ଅତିଥିଙ୍କୁ କାଲି ଆସିବାକୁ କହିଲେ । ଏହାର ଅର୍ଥ ହେଉଛି ଆପଣଙ୍କର ପୂର୍ଣ୍ଣ ଭରସା ଅଛି କି ? ଆପଣ କାଲି ପର୍ଯ୍ୟନ୍ତ ଜୀବିତ ରହିବେ । ସତକଥା ହେଉଛି ମନକୁ ଏହିକଥା ବିଲକୁଲ୍ ଚିନ୍ତା କରନ୍ତୁନି ଆଗାମୀ ଦିନରେ କ’ଣ ଘଟିବାକୁ ଯାଉଛି । ଆସନ୍ତାକାଲିକୁ ଭରସା କେଉଁ ଆଧାରରେ କରାଯାଇ ପାରିବ । ଆପଣ ଅତିଥି ମାନଙ୍କୁ ଆସନ୍ତାକାଲି କହିବା ଏହିକଥା ସୂଚନା ଅଟେ ଯେ, କାଲି ଆପଣ ଏହି ପୃଥିବୀରେ ରହିବେ ?

      ଧର୍ମରାଜ ଯୁଧିଷ୍ଠିର ନିଜର ଭୁଲ୍ ପାଇଁ ପଶ୍ଚାତାପ କଲେ ଏବଂ ସେ ତୁରନ୍ତ ଦ୍ବାରପାଳଙ୍କୁ କହିଲେ କି, ଦୁଇଜଣ ଅତିଥିଙ୍କୁ ଏବେ ହିଁ ଡକାଯାଉ । ଅତିଥି ଦରବାରରେ ହାଜର ଦେଲେ ଏବଂ ଧର୍ମରାଜ ଯୁଧିଷ୍ଠିର ସେମାନଙ୍କର ସମସ୍ୟାର ସମାଧାନ କରାଇଲେ ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, 

Related posts

ସଂସଦୀୟ ସ୍ଥାୟୀ କମିଟିଗୁଡ଼ିକର ପୁନର୍ଗଠନ,ଜୁଏଲ ପ୍ରତିରକ୍ଷା ଓ ଭର୍ତ୍ତୃହରି ଶ୍ରମ ସ୍ଥାୟୀ କମିଟି ଅଧ୍ୟକ୍ଷ

Sunil Chandra Nayak

ବିନା ସୂଚନା ଫଳକରେ ଚାଲିଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମାଟି କାମ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ତୁମ୍ଭେ ହିଁ ସହାୟ ହୁଅ

Sunil Chandra Nayak

Leave a Comment

error: Content is protected !!