ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆୟ ବର୍ହିଭୂତ ସଂପତି ଠୁଳ ମାମଲା

ଜେଲ ଗଲେ ବିଶ୍ୱନାଥପୁର ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ

ଲାଞ୍ଜିଗଡ,୦୮/୦୩( )-ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ଜେଲ୍ ଯିବାକୁ ପଡିଛି । ଗତକାଲି ଦିନ ତମାମ ତାଙ୍କ ବିଶ୍ୱନାଥପୁର ଓ ଭୁବନେଶ୍ୱରସ୍ଥିତ ଘର ତଥା ପୋଖରୀବନ୍ଧ ଓ ଖୋର୍ଦ୍ଧାଠାରେ କ୍ରସର ୟୁନିଟ୍ ଉପରେ ଚଢଉ କରିବା ପରେ ସେ ଓ ତାଙ୍କ ପତ୍ନୀଙ୍କ ନାମରେ ପାଞ୍ଚ କୋଟି ୩୬ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଥିଲା । ଜଣେ ସାଧାରଣ କଲେଜ ଅଧ୍ୟକ୍ଷଙ୍କ ଘରୁ ବିପୁଳ ପରିମାଣର ସଂପତ୍ତି ଜବତ ହେବା ଦେଖି ଭିଜିଲାନ୍ସ ଟିମ୍‌ର ଆଖି ଖୋସି ହୋଇଯାଇଥିଲା । ଏହାସହିତ ତାଙ୍କୁ ଅଧିକ ପଚରାଉଚୁରା ପାଇଁ ଭିଜିଲାନ୍ସ ପକ୍ଷରୁ ଅଟକ ରଖାଯାଇଥିଲା । ଆଜି ତାଙ୍କୁ ଭବାନୀପାଟଣାସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିବାବେଳେ ତାଙ୍କଠାରୁ ଜବତ କୋଟି କୋଟି ଟଙ୍କାର ସଂପତ୍ତି ସଂପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଏହି ମାମଲାର ଶୁଣାଣି କରି ଶ୍ରୀ ସାହୁଙ୍କୁ ଜେଲ୍ ପଠାଇଦେଇଥିବା ଜଣାପଡିଛି । ଅପରପକ୍ଷରେ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦୀର୍ଘ ଅଠର ଘଣ୍ଟା ଧରି ଭିଜିଲାନ୍ସ ଚଢଉ ପ୍ରଥମ ହୋଇଥିବାବେଳେ ଏଥିରେ ଛଅଜଣ ଡିଏସ୍‌ପି ପାହ୍ୟାର ଅଧିକାରୀ ଓ ଚାରିଜଣ ଇନ୍ସପେକ୍ଟରଙ୍କ ସମେତ ଚାଳିଶରୁ ବିଭାଗୀୟ କର୍ମଚାରୀ ସାମିଲ ହୋଇଥିଲେ । ତେବେ ଶ୍ରୀ ସାହୁ ଜେଲ୍ ଯିବା ପରେ ତାଙ୍କ କଳା କାରନାମାରେ ସାମିଲ ଥିବା ବ୍ୟକ୍ତିବିଶେଷମାନଙ୍କ ରାତିର ନିଦ ହଜିଯାଇଛି । ସେମାନଙ୍କ ଉପରେ ମଧ୍ୟ ଭିଜିଲାନ୍ସ ଚଢଉ ହେବାର ଆଶଙ୍କା ଏବେ ବଢିବାରେ ଲାଗିଛି । –ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଫୁଲବାଣୀ କୋର୍ଟ ପରିସରେ ପେପର ଲେସ ଅଦାଲତ ଉଦଘାଟିତ 

Sunil Chandra Nayak

ବଢିଲା ତାତି ଶୁଖିଲା ପୋଖରୀ

Sunil Chandra Nayak

ଡ଼ାବୁଗାଁ ରେ ଧାନ ମଣ୍ଡି ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!