ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ରେ ଚୋର ଦଳ ସକ୍ରିୟ

ଚୋରି କଲେ ସୁନା, ରୂପା ଗହଣା ଓ ନଗଦ ଟଙ୍କା

 –ଭବାନୀପାଟଣା,୦୮।୩/କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେ ଚୋର ମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି ।ଜୈନେକ ଘର ମାଲିକ ଙ୍କ ଅନୁପସ୍ଥିତ ର ସୁଯୋଗ ନେଇ ଘରେ କଳାକନା ବୁଲେଇଛନ୍ତି ଚୋର ମାନେ।

ସୁଚନା ରୁ ଜଣାଯାଏ ଯେ ଭବାନୀପାଟଣା ଟାଉନ ଚୁଡ଼ିହାରି ପଡ଼ା ଶର୍ମା କଲୋନୀ ନିକଟରେ ରହୁଥିବା ପ୍ରଦ୍ୟୁମ୍ନ କୁମାର ପଟ୍ଟନାୟକ ସ୍ତ୍ରୀ ଙ୍କ ନିଜ ବଡ ଭାଇଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ଯାଇଥିବା ସମୟରେ କିଛି ଦୁର୍ବୃତ୍ତ ଘର ତାଲା ଭାଙ୍ଗି ଦୁଇଗୋଟି ଆଲମିରା ଖୋଲି ପ୍ରାୟ ୨୦ ହଜାର ଟଙ୍କା, ରୂପା ପାଉଁଜି ଆଦି ମୂଲ୍ୟବାନ ସାମଗ୍ରୀ ଚୋରି କରିଛନ୍ତି। ସେହିପରି ତଳ ଭଡ଼ାଘର ତାଲା ଭାଙ୍ଗି ଏକ ହଳ ସୁନା ରିଂ, ସୁନା ମୁଦି, ଚାରିଅଣି ସୁନା ଓ ବିଲ ସମେତ ନଗଦ ୧୫ ହଜାର ଟଙ୍କା ଚୋରି କରି ନେଇଛନ୍ତି। ଘଟଣା ସମ୍ପର୍କରେ ଘର ମାଲିକ ପ୍ରଦ୍ୟୁମ୍ନ କୁମାର ପଟ୍ଟନାୟକ ଟାଉନ୍ ଥାନା ରେ ଏତଲା ଦାଖଲ ପରେ ପୋଲିସ ଏକ ମକଦ୍ଦମା ରୁଜୁ କରି ସାଇଣ୍ଟିଫିକ ଟିମ୍ ସହ ମିଳିତ ତଦନ୍ତ ଆରମ୍ଭ କରିଛନ୍ତି।ରଜନୀ ମିଶ୍ର ଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ଶିକ୍ଷା ବିଭାଗର ରେ ନୂତନ ବିଇଓଙ୍କ ଯୋଗଦାନ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆମେରେ ଅମୃତ ସନ୍ତାନ

Leave a Comment

error: Content is protected !!