ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଅଗଣା

                       ମୂ ନାରୀ

 

ମୁ ନାରୀ

 ମାନବ ସଭ୍ୟତା ର ପ୍ରଥମ ଅବଦାନ

ମୋ ଗର୍ଭ ରେ ସ୍ଥାନିତ

ଦିବ୍ୟ ସନ୍ତାନ

ଏନ୍ତୁଡ଼ିଶାଳରେ ଦେଖଇ ଜଗତ ର ଆଲୋକ

ମୋ ଚୁମ୍ବନ ରେ

ହସ ଟି ଖେଳିଯାଏ

ତା ଓଠ ରେ!

ମୋ ଅମୃତ ପାନ କରି

ଶରୀର ହୁଅଇ ବଜ୍ର!

 

ମୋ ଆଚରଣ ନୀତି ନିୟମ ଅନୁଶାସନ ରେ

ହୁଅଇ ସେ ମହାଦ୍ରୁମ!

 

ମୁ ନାରୀ!

ପତି ର ସହଧର୍ମିଣୀ

ଉଚିତ ଅନୁଚିତ ମାର୍ଗ ରେ

ହାତ କୁ ହାତ ମିଳାଇ

ଚାଲୁ

ଜୀବନ ର ରାସ୍ତା ରେ!

ସଫଳତା ର ଶୀର୍ଷକ ରେ

ସେ ହୁଅଇ ଗର୍ବିତ!

 

ମୁ ନାରୀ!

ଶୁଭମନା ସୁଥିବା

ସୁଖ ଦୁଃଖ ରେ

ଆଖିରୁ ଅଶ୍ରୁ ଗଡା଼ଉଥିବା

ମୁ ଭଉଣୀ!

ଭାଇଜଉଁନ୍ତିଆ, ରାକ୍ଷୀ ପର୍ବ ଅଟଇ ସାକ୍ଷୀ!

 

ମୁ ନାରୀ!

ପଡୋଶୀର ଆର୍ତ୍ତଚିତ୍କାରରେ

ସହଯୋଗ ର ହାତ ବଢ଼ାଉଥିବା

ସାଥି!

 

ମୁ ନାରୀ!

ବୈଦିକ ସଭ୍ୟତା ର

ଆଦ୍ୟ ଝଙ୍କାର

ବେଦ ମନ୍ତ ର ଧୋନି ରେ

ପ୍ରକୃତି ପରିବେଶ ର ଶୁଦ୍ଧପୁତ ର ସ୍ୱର ଟିଏ!

 

ମୁ ନାରୀ!

. ମୋ ପଣତ ରେ ଚିତ୍ରିତ

ଦୟା କ୍ଷମା ସହନଶୀଳତା

ପ୍ରେମ ସେବା!

 

ମୁ ନାରୀ!

ମନ ରେ ଅଛି ଇପ୍ସିତ ଇଚ୍ଛା

ମୁ ଵି ଚାହେଁ ସ୍ୱାଧୀନ

ଆକାଶ ରେ ମୁକ୍ତ ବିହଙ୍ଗ ପରି ଉଡିବି

ଗାଇବି ପ୍ରେମ ର ସଂଗୀତ!

 

ମୁ ଵି ଚାହେଁ

ସନ୍ତାନ ର ସ୍ନେହ ଶ୍ରଦ୍ଧା ମଧୁର ବଚନ!

ମୁ ଵି ଚାହେଁ

ପତିର

ପ୍ରେମ ଶ୍ରଦ୍ଧା ର ବଚନ!

ମୁ ଵି ସେହି ଆଜିର ସମାଜ ର ଉପେକ୍ଷିତ ଶବରୀ!

ମୁ ଵି ସେହି ସୀତା

ମୁ ଵି ସାବିତ୍ରୀ!

ମୁ ଵି ଅନସୂୟା!

ହେଲେ ଆଜିର ସମାଜ ରେ

ମୋର ଇଚ୍ଛା ନିର୍ଲିପ୍ତ

ମନ ର ଅଗ୍ନିରେ!

ହୋଇନି ପାଷାଣ

ଆକାଶ ପରି ବିଶାଳ ହୃଦୟ ରେ ଦେଇଛି ସ୍ଥାନ

ଏକତ୍ୱ ମନ୍ତ୍ର ରେ

ଦେଇଛି ବାନ୍ଧି

ସମଗ୍ର ବିଶ୍ୱ!

ନାରୀ ମନକୁ ବୁଝିବା

ସନମାନ ଦେବା

ହୋଇବ ନାରୀ ଦିବସ ସଫଳ!

ସ୍ୱପ୍ନା ମହାନ୍ତି ନବରଙ୍ଗପୁର

Related posts

ବରିଷ୍ଠ କଳାକାର ମହାସଂଘର ଶୋକସଭା

Sunil Chandra Nayak

ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ପରିଚାଳନା ପାଇଁ ତାଲିମ ଶିବିର

Sunil Chandra Nayak

କଳାହାଣ୍ଡି ବିଶ୍ବ ବିଦ୍ୟାଳୟରେ କ୍ୟାମ୍ପସ କମିଟି ଗଠନ କଲା ବିଜୁ ଛାତ୍ର ଜନତା ଦଳ

Sunil Chandra Nayak

Leave a Comment

error: Content is protected !!