ଲାବଣ୍ୟମୟୀ ମୌସୁମୀ
କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର
କେବେ ଝିପି ଝିପି କେବେ ଟିପି ଟିପି
କେବେ ପୁଣି ଝର ଝର,
ଲାବଣ୍ୟ ମୌସୁମୀ ତା ଓଠରେ ତୁମି
ଅମିୟ ଢାଳେ ମହୀର…….(୦)
ନରମ ସ୍ପରଶ ହୃଦେ ଭରେ ହସ
କାୟା ତୃପତି ଲଭଇ
ଅତି ସ୍ନେହ ବୋଳା ମୌସୁମୀ ଶୀତଳା
ହରି ଚନ୍ଦନ ଲେପଇ
ନର ପଶୁ ପକ୍ଷୀ କୀଟ ତରୁ ଲତା
କିଣଇ ସବୁ ଅନ୍ତର…..(୧)
ଜୀବର ଜୀବନ ସେ ମୌସୁମୀ ଧନ
ଯାହା ଲାଗି ଏହି ଧରା
ଶସ୍ୟଶ୍ୟାମଳା ସୁଜଳା ସୁଫଳା
ନାନା ବେଶ ଧରି ପରା
ଚକିତ କରଇ ପୁଲକ ଭରଇ
ବୁଣି ସାତ ରଂଗ ତା’ର….(୨)
ଶୀତଳ ସୁନ୍ଦର ତା’ର କଳେବର
ରିମି ଝିମି ପାଦ ଥୋଇ
ମୋହିତ କରଇ ହରଷ ଭରଇ
ଲାବଣ୍ୟ ରୂପକୁ ନେଇ
ଜଡରେ ଭରଇ ପରାଣଟି ସେହି
ତାହା ସରି କିଏ କାହିଁ….(୩)