ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ପଞ୍ଚାୟତ ନିର୍ବାହି ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା 

କୋକସରା-୧୯/୦୭-  (ମ ନି ସ  ) କଳାହାଣ୍ଡି ଜିଲ୍ଲାରେ ନୂତନ ଭାବେ ଜିଲ୍ଲାପାଳ ପି. ଅନ୍ୱେଷା ରେଡି ଯୋଗଦାନ କରିବା ପରେ ଜିଲ୍ଲା ର ୧୩ ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହି ଅଧିକାରୀ ଙ୍କ ବଦଳି ହୋଇଛି। ଏହି କ୍ରମରେ କୋକସରା ବ୍ଲକ ର ୧୧ ଜଣ ପିଇଓ ଙ୍କୁ ଅନ୍ୟ ବ୍ଲକ କୁ ବଦଳି ହୋଇଛି। ମଙ୍ଗଳବାର କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଅବସ୍ଥାପିତ ଥିବା ୧୧ ଜଣ ପିଇଓ ଙ୍କୁ କୋକସରା ବ୍ଲକ କାର୍ଯ୍ୟାଳୟ ଠାରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମକୁ ଜିପିଇଓ ନାରାୟଣ ଭୋଇ ପରିଚାଳନା କରିଥିବା ବେଳେ କୋକସରା ବିଡ଼ିଓ ମନୀଷା ଦାସ ନିଜ ବକ୍ତବ୍ୟ ରେ ଦୀର୍ଘ ବର୍ଷ ଧରି କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟରେ ପିଇଓ ଙ୍କ ସହଯୋଗ କୁ ପ୍ରସଂଶା କରିଥିଲେ। ବ୍ଲକ ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା, ହିସାବ ରକ୍ଷକ ଅଶୋକ କୁମାର ସେଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ମୁଖ୍ୟ କିରାଣି ଅଚ୍ୟୁତାନନ୍ଦ ନାଗ, କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ସେନାପତି, ସମସ୍ତ ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ ଓ ବ୍ଲକର ବିଭିନ୍ନ ବିଭାଗ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ସମସ୍ତ ପିଇଓଙ୍କୁ ବ୍ଲକ କର୍ମଚାରୀଙ୍କ ପକ୍ଷରୁ ଉତ୍ତରୀୟ ସହ ସମ୍ବର୍ଦ୍ଧନା ଦିଆଯାଇଛି।

Related posts

ବିପଦ ସଂକୁଳ ଅବସ୍ଥାରେ ଚାରବାହାଲ ୟୁ ପି ସ୍କୁଲ ଭଙ୍ଗା ଦଦରା ଘରେ ପାଠ ପଢୁଛନ୍ତି ପ୍ରଥମରୁ ଷଷ୍ଠ ଶ୍ରେଣୀର ଛାତ୍ର ଛାତ୍ରୀ

Sunil Chandra Nayak

ପିତବାସପୁର ସ୍କୁଲ ପରିଦର୍ଶନ କଲେ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ

Sunil Chandra Nayak

Leave a Comment

error: Content is protected !!