ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସବୁ ପଞ୍ଚାୟତରେ ନାହିଁ ବ୍ୟାଙ୍କ: ରାଜ୍ୟରେ ୫୬୦୭ ବ୍ୟାଙ୍କ ଶାଖା ଓ ୭୪୬୧ ଏଟିଏମ୍‌ ଥିବା ସୂଚନା

ରାଜ୍ୟର ସବୁ ଲୋକଙ୍କର ଯେପରି ବ୍ୟାଙ୍କ ଆକାଉଣ୍ଟ ବା ଜନଧନ ଆକାଉଣ୍ଟ, ଡାକଘର ପାସ୍‌ ବହି ରହିବ, ସେ ଦିଗରେ ରାଜ୍ୟ ସରକାର ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି…

ରାଜ୍ୟର ସମସ୍ତ ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ। ଏବେ ରାଜ୍ୟରେ ୫ ହଜାର ୬୦୭ଟି ବ୍ୟାଙ୍କ ଶାଖା ରହିଛି। ସେଥିମଧ୍ୟରୁ ୩ ହଜାର ୨୨ଟି ସରକାରୀ, ୯୯୮ଟି ଘରୋଇ, ୯୮୨ଟି ଆଞ୍ଚଳିକ ଗ୍ରାମୀଣ, ୨୫୭ଟି କ୍ଷୁଦ୍ର ଫାଇନାନ୍ସ ଓ ୩୪୮ଟି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଶାଖା ଉପଲବ୍ଧ ଅଛି। ୧୭ ହଜାର ୧୨୭ଟି ବିଜନେସ୍‌ କରେସ୍‌ପଣ୍ଡେଣ୍ଟ(ବିସି) ଓ ଗ୍ରାହକ ସେବା କେନ୍ଦ୍ର(ସିଏସ୍‌ପି) ରହିଛି। ସେଥିମଧ୍ୟରେ ସରକାରୀ ବ୍ୟାଙ୍କର ୯୯୫୩, ଘରୋଇ ବ୍ୟାଙ୍କର ୫୩୦୮, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ୧୮୧୩ ଓ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କର ୫୩ଟି ରହିଛି। ସହରାଞ୍ଚଳ, ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୭୪୬୧ଟି ଏଟିଏମ୍‌ କାର୍ଯ୍ୟ କରୁଛି। ସେଥିରୁ ସରକାରୀ ବ୍ୟାଙ୍କର ୫୫୯୩, ଘରୋଇର ୧୫୮୭, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ୧୩୨, କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କର ୨୩ଟି ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ୧୨୬ଟି ଏଟିଏମ୍‌ କାର୍ଯ୍ୟ କରୁଥିବା ନେଇ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି।

ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଗତ ଜୁନ୍‌ ମାସ ସୁଦ୍ଧା ରାଜ୍ୟରେ ମୋଟ ୭ କୋଟି ୧୦ ଲକ୍ଷ ୧୯ ହଜାର ୮୮୪ଟି ବ୍ୟାଙ୍କ ଖାତା ଓ ଡାକଘର ପାସ୍‌ ବହି ରହିଛି। ଜୁନ୍‌ ୩୦ ସୁଦ୍ଧା ୧ କୋଟି ୮୯ ଲକ୍ଷ ୭୭ ହଜାର ୯୭୨ଟି ଜନଧନ ଆକାଉଣ୍ଟ ଅଛି। ରାଜ୍ୟର ସବୁ ଲୋକଙ୍କର ଯେପରି ବ୍ୟାଙ୍କ ଆକାଉଣ୍ଟ ବା ଜନଧନ ଆକାଉଣ୍ଟ, ଡାକଘର ପାସ୍‌ ବହି ରହିବ, ସେ ଦିଗରେ ରାଜ୍ୟ ସରକାର ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରିବା ଲାଗି ରାଜ୍ୟର ପ୍ରତି ବ୍ୟାଙ୍କ ଶାଖା ସାପ୍ତାହିକ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଶିବିର ଆୟୋଜନ କରୁଛନ୍ତି। ଏହାବ୍ୟତୀତ ୧୩୬ଟି ଆର୍ଥିକ ସାକ୍ଷରତା କେନ୍ଦ୍ର ପରିଚାଳନା କରୁଛି। ଏସ୍‌ସିବି, ୟୁକୋ, ବିଓଆଇ ଓ ୟୁବିଆଇ ସହାୟତାରେ ନାବାର୍ଡ ରାଜ୍ୟରେ ୫୨ଟି ଆର୍ଥିକ ସାକ୍ଷରତା କେନ୍ଦ୍ର ପ୍ରତିଷ୍ଠା କରିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭାରସାମ୍ୟ ହରାଇ ପଥରରେ ପିଟିହେଲେ ବାଇକ ଚାଳକ : ଗାଡି ଚାଳକଙ୍କୁ ଜିଲ୍ଲା ଚିକିତ୍ସାଲୟରେ ଭର୍ତି

Sunil Chandra Nayak

ଲଗାଣ ଲଘୁଚାପ ଜନିତ ବର୍ଷାରେ କାଣିଗୁମା ଗ୍ରା,ପ, ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକଙ୍କ ଘର ଭୂଷୁଡି ପଡିଛି

Sunil Chandra Nayak

ଧର୍ମଗଡ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ସାବିତ୍ରୀ ବାଈ ଫୁଲେଙ୍କ ପରିନିର୍ବାଣ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort