ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃତ୍ରିମ ବନୀକରଣ ୨୦୨୨-୨୩ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଵ୍ରହ୍ମପୁର ମୁଖ୍ୟ ବନ ସରଂକ୍ଷକ

ଫୁଲବାଣୀ -:  କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବନାଞ୍ଚଳ ଅଧିନସ୍ଥ ସାରଙ୍ଗଡ଼ ସ୍ଥିତ ହାତୀ ଶାଳ ଠାରେ ହୋଇଥିବା କୃତିମ ବନୀକରଣ କାର୍ଯକ୍ରମ ୨୦୨୨-୨୩ ପରିଦର୍ଶନ ନିମନ୍ତେ ଆଜି ତା ୧୯/୭/୨୦୨୨ ରିଖ ଦିନ ବ୍ରହ୍ମପୁରର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଆଇ ଏଫ ଏସ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର ଓ ବାଲିଗୁଡା ବନଖଣ୍ଡ ଅଧିକାରୀ ଓ ଏଫ ଏସ ଶ୍ରୀଯୁକ୍ତ ବିଶ୍ୱରାଜ୍ ପଣ୍ଡା ଯୋଗଦେଇ ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ନିଜ କର କମଳରେ ଅସ୍ଵସ୍ତ ବୃକ୍ଷ ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କ. ନୂଆଗାଁ ବନାଞ୍ଚଳ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ ହେବାରେ ସହଯୋଗ କରିଥିଲେ । ସେଠାରେ ୫.୦ ହେକ୍ଟର ପରୀମିତ ଜାଗାରେ ନିମ୍ବ , ଫାଶୀ, ସିରିଶ, ଓଉ, ଆମ୍ବ, ପଣସ, ଅର୍ଜୁନ , କରଞ୍ଜ , ଗମ୍ଭାରୀ , ମେହୋଗାନି ଆଦି ବହୁ ମୂଲ୍ୟବାନ ଔଷଧିୟ ଚାରା ରୋପଣ କରାଯାଇଥିଲା । ଶ୍ରମିକ ମାନଙ୍କ ବିଶ୍ରାମ ନିମନ୍ତେ ଏକ କୁଟୀର ଏବଂ ପରିଦର୍ଶନ ନିମନ୍ତେ ଏକ ପରିଦର୍ଶନ ପଥ ର ବ୍ୟବସ୍ଥା ମଧ୍ୟ କରାଯାଇଛି । କୃତିମ ବନୀକରଣ କାର୍ଯ୍ୟକ୍ରମରେ ହୋଇଥିବା କାମଗୁଡିକ ଦେଖି ଅଧିକାରୀମାନେ ସନ୍ତୋଷ ପ୍ରକାଶ କରିଥିବା ବେଳେ ଆଗାମୀ ଦିନରେ ଏହାକୁ ଏକ ସଫଳ ପ୍ଲାଣ୍ଟେସନ ଭାବେ ପରିଣତ କରିବାକୁ ପରିଦର୍ଶନ କରିବା ପାଇଁ ଆସିଥିବା ଅଧିକାରୀ ମାନେ ପରାମର୍ଶ ଦେଇଥିଲେ। ଅଧିକାରୀ ଙ୍କର ବନୀକରଣ କାର୍ଯ୍ୟକ୍ରମ ପରିଦର୍ଶନ ସମୟରେ ସାରଙ୍ଗଡ ଭାରପ୍ରାପ୍ତ ବନପାଳ ଦାଶରଥି ପଣ୍ଡା ଓ ବନରକ୍ଷୀ ଅଜିତ୍ କୁମାର ଦିଗାଲ ଓ ଅନ୍ୟାନ୍ୟ ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ!

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ଚାରି ଝିଅ ଙ୍କ ସହ ଭଙ୍ଗାଘରେ ଜୀବନ ବିତାଉଛି ଗୋମତୀ

Sunil Chandra Nayak

ରାଉରକେଲା – ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମାଠିଆ ବିଜୟୀ ନଡିଆ ଗଛ ଧରାଶାୟୀ

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ରଜ ଆ ଗମନ

Sunil Chandra Nayak

Leave a Comment

error: Content is protected !!