ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୟୁରିଆ ସାର ଚୋରା ଚାଲାଣ ଘଟଣା, ଗାଡି ଡ୍ରାଇଭର କୁ କୋର୍ଟ ଚାଲାଣ 

କୋକସରା,୧୯/୭- ( ମ ନି ସ) କଳାହାଣ୍ଡି ରୁ ନବରଙ୍ଗପୁର ଜିଲ୍ଲାକୁ ଚୋରା ଚାଲାଣ ବେଳେ ଗତ ରବିବାର ରାତିରେ ଆମପାଣି ପୋଲିସ ଯାଞ୍ଚ ସମୟରେ ୟୁରିଆ ସାର ବୋଝେଇ ଏକ ମିନି ଟ୍ରକ ନମ୍ବର ଓଡ଼ି ୨୪ ଜି ୮୭୯୨କୁ ସାର ପରିବହନ ସଂପର୍କିତ କାଗଜପତ୍ର ଦେଖାଇ ନପାରିବାରୁ ପୋଲିସ ଗାଡି କୁ ଅଟକ ରଖିଥିଲେ। ସୋମବାର ଜିଲ୍ଲା କୃଷି ଅଧିକାରୀ ଜେ. ସୂର୍ଯ୍ୟ ରାଓ ସମେତ କୋକସରା ବ୍ଲକ କୃଷି ଅଧିକାରୀ ଲିଙ୍ଗରାଜ ମେହେର ପହଞ୍ଚି ଗାଡିରେ ଥିବା ୩୫୦ ବସ୍ତା ୟୁରିଆ ସାରକୁ ଆମପାଣି ପେକ୍ସରେ ଜିମାଦେଇ ବିଭାଗ ତରଫରୁ ସାର ବୋଝେଇ ଟ୍ରକକୁ ପୋଲିସର ଜିମା ଦେବାସହ ଟ୍ରକ ଡ୍ରାଇଭରଙ୍କ ନାମରେ ଏତଲା ଦେଇଥିଲେ। ପୋଲିସ ଡ୍ରାଇଭର କୁ ଜେରା କରିବା ସହ ଘଟଣାରେ ଦୋଷୀ ପାଇ ଆମପାଣି ଥାନା କେଶ ନମ୍ବର ୭୭/୨୨ ରେ ମାମଲା ରୁଜୁ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ପୋଲିସ ସୁଚନା ଦେଇଛି। କୋର୍ଟ ଚାଲାଣ ହୋଇଥିବା ଡ୍ରାଇଭର ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ର ଚିରାଗ ଉଦ୍ଦିନ(୩୨) ବୋଳି ପୋଲିସ ପକ୍ଷରୁ ସୁଚନା ମିଲିଛି। ତେବେ କୋକସରା ଜେଏମଏଫସି କୋର୍ଟ ରୁ ଡ୍ରାଇଭର ଜାମିନ ରେ ଖଲାସ ହୋଇଥିବା ଜଣାପଡିଛି।

Related posts

ରାଜ୍ୟରେ ଖନନ ହେବ ୧ଲକ୍ଷ ନୂଆ ବୋରୱେଲ୍‌

Sunil Chandra Nayak

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, କଳାହାଣ୍ଡି ଏସପି ଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ସାମ୍ବାଦିକ

Sunil Chandra Nayak

Leave a Comment

error: Content is protected !!