ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ରାଜସ୍ୱ ଗ୍ରାମ ସକାଶେ ପ୍ରସ୍ତୁତି ବୈଠକ

କୋକସରା,୧୪/୯-( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତର ଭୂର୍ଷାଗୁଡା ଗ୍ରାମବାସୀ ଦୀର୍ଘ ଦିନରୁ ଭୁର୍ଷାଗୁଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେବା ପାଇଁ ଦାବୀ ଜଣାଇ ଆସୁଥିଲେ । ତେବେ ରାଜ୍ୟ ସରକାର ଭୂର୍ଷାଗୁଡା ଗ୍ରାମକୁ ନୂତନ ରାଜସ୍ୱ ଗ୍ରାମ ନିମନ୍ତେ ବିବେଚିତ କରିଛନ୍ତି । ଏହି ଖବର ଜାଣିବା ପରେ ଗ୍ରାମବାସୀ ସରକାର ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । କୋକସରା ଭାରପ୍ରାପ୍ତ ତହସିଲଦାର ରାକେଶ ପରୁଆ ସୋମବାର ଭୂର୍ଷାଗୁଡା ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହିତ ସାକ୍ଷାତ କରି ନୂତନ ରାଜସ୍ୱ ଗ୍ରାମ ସକାଶେ ଏକ ପ୍ରସ୍ତୁତି ବୈଠକ ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ସମୟରେ କୋକସରା ରାଜସ୍ୱ ପର୍ଯ୍ୟବେକ୍ଷକ ଅଜୟରାଜ ସିର୍କା, ଗୋତମୁଣ୍ଡା ରାଜସ୍ୱ ନିରୀକ୍ଷକ ଜିତେନ୍ଦ୍ର କୁମାର ନାଏକ, ଅମିନ ମହେନ୍ଦ୍ର ମାଝୀ, ମହିମା ସରପଞ୍ଚ ଇଶରାମ କୋଲଥିଆ ପ୍ରମୂଖ ଉପସ୍ଥିତ ରହିଥିଲେ । ନକୁଲ ନାଏକ, ଟଙ୍କଧର ନାଏକ, ପୁସ୍ତମ ମାଝି, ଔରଜ ମାଝୀ, ଭାରତ ଦୁର୍ଗା ସମେତ ଭୂର୍ଷାଗୁଡା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସପନ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ତୁମେ ହିଁ ତ ଗୁରୁ

Sunil Chandra Nayak

ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ ,କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!