ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲ୍ଯବିବାହ ନିରୋଧ ଆଇନ ଓ ଶିଶୁ ସୁରକ୍ଷା ବ୍ଯବସ୍ଥା ବାବଦରେ ଅଙ୍ଗନବାଡି କର୍ମୀଙ୍କ ତାଲିମ ଶିବିର

ଥୁଆମୂଳ ରାମପୁର: ୨୮/୪- ମ.ନି.ସ:– କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ମୂଖ୍ଯାଳୟ ଆଇ.ସି.ଡି ଏସ୍ କାର୍ଯ୍ଯାଳୟ ଠାରେ ଆଜି ଅପ୍ରେଲ ୨୮/୪/୨୨ ଦିନ ଅନ୍ତୋଦୟ ଅନୁଷ୍ଠାନ ତରଫରୁ ବାଲ୍ଯ ବିବାହ ନିରୋଧ ଆଇନ୍ ଓ ଶିଶୁ ସୁରକ୍ଷା ବ୍ଯବସ୍ଥା ଉପରେ ଅଙ୍ଗନବାଡି କର୍ମୀଙ୍କୁ ନେଇ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ବ୍ଳକର ପ୍ରତ୍ୟେକ ଗ୍ରାମପଞ୍ଚାୟତ ରୁ ୨ ଜଣ ଲେଖାଏଁ ମନୋନୀତ ଅଙ୍ଗନବାଡ଼ି କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଉକ୍ତ ତାଲିମ ଶିବିରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଦୀପ୍ତି ମାର୍ଗାରେଟ କନ୍ଧପାନୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ବାଲ୍ଯ ବିବାହ ଆଇନ୍ ଓ ବାଲ୍ଯ ବିବାହ ରୋକିବା ଦିଗରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଏବଂ ଏହାର ବ୍ଯବସ୍ଥା ବିଷୟରେ ତାଲିମ୍ ପ୍ରଦାନ କରିଥିଲେ। ଅନ୍ତୋଦୟର ଅଧ୍ଯକ୍ଷ ଦିଲ୍ଲୀପ କୁମାର ଦାସ ଗ୍ରାମ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟି ଏବଂ ଏହାର କାର୍ଯ୍ଯଧାରା ଉପରେ ଆଲୋଚନା କରିବା ସହିତ ଶିଶୁ ମାନଙ୍କ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ। ସଂଯୋଜକ ସଞ୍ଜୀବ ଶତପଥି ଚାଇଲଡ୍ ଲାଇନର କାର୍ଯ୍ଯକାରୀତା ବିଷୟରେ ଆଲୋଚନା କରିଥିବା ବେଳେ ସଂଯୋଜକ ବୀଣାକାର ନାଏକ ଏବଂ ରବିନାରାୟଣ ସିଂହ ଅଞ୍ଚଳରେ କିଶୋର କିଶୋରୀ ମାନେ କିପରି ଠକ କମ୍ପାନୀ ମାନଙ୍କ ଶୋଷଣ ଶୀକାର ହୋଇ ଘର ନଛାଡିବେ ସେ ବିଷୟରେ ଆଲୋଚନା କରିଥିଲେ। ୟୁନିସେଫ୍ ସହାୟତାରେ ଆୟୋଜିତ ଉକ୍ତ ତାଲିମ ଶିବିରରେ ୪୮ ଜଣ ଅଙ୍ଗନବାଡି କର୍ମୀ ଯୋଗଦାନ କରିଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗ ଓ ରବି ନାରାୟଣ ସିଂ ଙ୍କ ରିପୋର୍ଟ ।

Related posts

ରୀତା ଅପରlଜିତା ମହାନ୍ତି ଙ୍କ କବିତା ତୁମେ ଆସିଛ ମୌସୁମୀ 

Sunil Chandra Nayak

ଭାରତ ଜୋଡୋ ଅଭିଯାନ କୋକସରା ଠାରେ କଂଗ୍ରେସ ଯୋନ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

Sunil Chandra Nayak

ପ୍ରିୟବ୍ରତ ଦେହୁରୀ ଙ୍କ କବିତା କେଉଁଠି ଥୋଇବି ପାଦ

Leave a Comment

error: Content is protected !!