ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢ଼ାବା ମାଳିକାନି ହତ୍ୟା ଘଟଣା , ଅଭିଯୁକ୍ତ ଗିରଫ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମର ଆପନା ହୋଟେଲ ମାଳିକାଣୀଙ୍କୁ ଗୁଳି କରି ହତ୍ଯା ଘଟଣାର ମୁଖ୍ୟ ଆଶାମି ଗିରଫ । ଘଟଣାରୁ ପ୍ରକାଶ ଯେ ଗତ ୨୦୨୧ ଜୁଲାଇ ୩୧ ତାରିଖ ରାତ୍ରି ୯ ଘଣ୍ଟା ସମୟରେ ଗୋଟିଏ ମୋଟର ସାଇକେଲରେ ଦୁଇ ଜଣ ଅଜଣା ଯୁବକ ଆସି ଡୁଆଝର ଆପନା ହୋଟେଲ ମାଳିକାଣୀଙ୍କୁ ଖାଇବାକୁ ମାଗିଥିଲେ ହୋଟେଲ ମାଳିକାଣୀ ବାସନ୍ତୀ ମେହେର ଖାଦ୍ୟ ନଥିବା କହିବାରୁ ଯୋଜନା ବଦ୍ଧ ଭାବରେ ବାସନ୍ତୀ ମେହେରଙ୍କ ଛାତିରେ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲେ ଫଳରେ ବାସନ୍ତୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା । ଗୁଳି ମାରିବା ପରେ ବନ୍ଧୁକକୁ ହୋଟେଲ ଭିତରେ ଫିଙ୍ଗି ପଳାଇ ଯାଇଥିଲେ । ଏହି ସମୟରେ ବାସନ୍ତୀଙ୍କ ସ୍ୱାମୀ ବିଭୀଷଣ ମେହେର ଓ ତାଙ୍କ ଝିଅ ଲଷ୍ମୀ ମେହେର ଏହି ହତ୍ୟା କାଣ୍ଡରେ ତାଙ୍କ ଜ୍ବାଇଁ ଲଷ୍ମୀଙ୍କ ସ୍ୱାମୀ ମୀନକେତନ ମେହେର ସମ୍ପୃକ୍ତ ଥିବାନେଇ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୁଲିସ ଘଟଣାର ତଦନ୍ତ କରି ଝାଡ଼ସୁଗୁଡା ଠାରେ ରହୁଥିବା ତାଙ୍କ ସ୍ୱାମୀ ମୀନକେତନ ମେହେର ଓ ତାଙ୍କ ବଡ ଭାଇ ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୀନକେତନ ସୁପାରୀ ଦେଇ ଶାଶୁ ବାସନ୍ତୀଙ୍କୁ ହତ୍ଯା କରିଥିବା ଜଣା ପଡିଥିଲା । ସେହି ଘଟଣାର ମୁଖ୍ୟ ଆସାମୀ କର୍ଣ୍ଣ ବାଗ (୩୦) ଲୁକାପଡା ବଲାଙ୍ଗୀର ଜିଲ୍ଲା ଯିଏକି ବାସନ୍ତୀ ମେହେରଙ୍କୁ ଗୁଳିକରି ହତ୍ୟା କରିଥିଲା ସେ ତାଙ୍କ ଶଶୁର ଘରେ କିରିବା ଗ୍ରାମ ବୋର୍ଲା ଥାନା ଜିଲ୍ଲା ସମ୍ବଲପୁର ଠାରୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ନୂଆପଡ଼ା ଓ ଖଡ଼ିଆଳ ପୁଲିସ ସହାୟତାରେ ଗିରଫ କରାଯାଇ ଥିବା ବେଳେ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜେନା ସୂଚନା ଦେଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅରୁଣ ବଞ୍ଚାଅ ଅଭିଯାନ ର ଶେଷ ସୋପାନ

Sunil Chandra Nayak

ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ଡେଙ୍ଗାଗୁଡାରେ ବୁଢାରଜାଙ୍କ ବାର୍ଷିକ ଦଶହରା ପୂଜା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!