ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ସ୍ମୃତି ଆଉ ଅନୁଭୂତିର ..ଶେଷ ରଜ

ସ୍ମୃତି ଆଉ ଅନୁଭୂତିର …

 

ଶେଷ ରଜ

 

ରଜ

ସେଦିନ ବି ଏମିତି ଏକ 

ରଜ ଆସିଥିଲା

ଆମ ଜୀବନରେ

କିଛି ଆଲୁଅ ଆଉ କିଛି ଅନ୍ଧାରରେ

କେତେ ଲୁଚା ଛପା

କେତେ ହସ, କେତେ ଖୁସି ଭିତରେ

ଭରିଥିଲା ଆମ ମନରେ ଆମ ଦେହରେ

କେତେ ଅନୁଭୂତି କେତେ ଅଲିଭା ସ୍ମୃତି ..।।

 

ପ୍ରକୃତି ବି ଶାନ୍ତ ହୋଇଯାଇଥିଲା 

ଖରା ବି କମି ଯାଇଥିଲା

ବର୍ଷା ବି ଲୁଚି ଯାଇଥିଲା

ଆମ ପାଇଁ ସନ୍ଧ୍ୟା ବି ବୋଧେ

ଡେରି ଡେରି ହେଉଥିଲା

କାରଣ ଆମେ

ଶେଷ ରଜର ମଉଜକୁ

ଆମ ହସି ଖୁସିର ଦଉଡିରେ 

ବାନ୍ଧି ରଖିଥିଲେ

ଭୁଲିଯାଇ ସେଦିନ ସମୟର ଗତିକୁ…।।

 

ଆଉ ଏବେ ଦେଖିଲ

ସେହି ସମୟର ଗତି

କେମିତି ଏବେ ଫିକା କରି ଦେଇଛି

ଆଜିର ସେଇ ଶେଷ ରଜକୁ

ସବୁ ହସ ସବୁ ଖୁସିକୁ

ଆମ ମନାନ୍ତରର କଳା ବାଦଲରେ

ଆମ ଭାବନାର ସୀମାହୀନ ଦୁରତାରେ

ଆମ ବିଶ୍ଵାସରେ ପଡ଼ିଥିବା 

ଅବିଶ୍ବାସର କାଦୁଅ ଛିଟକାରେ ..।।

 

ଆଶା ବାନ୍ଧିଛି ମୁଁ ମନେ 

ନିଶ୍ଚେ ଏ ସମୟ ଦିନେ 

ଆପେ ଆପେ ବଦଳିଯିବ

ଅବୁଝାବଣାର ପ୍ରହେଳିକା ହଟି ତ ଯିବ

ସବୁ କିଛି ନିଶ୍ଚେ ଠିକ୍ ହୋଇବ

ଆମ ମୁହଁରେ ସେ ଦିନ ହସ ଫୁଟିବ..।।

ସସ୍ମିତେଶ ସାହୁ

ଶଂଖଚିଲା, ଯାଜପୁର

Related posts

ରୋଗ ଶଯ୍ୟା ରେ ଘର ମୁରବୀ ଦିବାକର କୁମାର , ଔଷଧ କିଣିବା ପାଇଁ ପୁଅ ଗଲା ଦାଦନ, ସ୍ତ୍ରୀ କରୁଛି ଫେନ୍ସି ବେପାର

Sunil Chandra Nayak

କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏଏସପି ଙ୍କ ଆକ୍ରମଣ ଘଟଣା

Sunil Chandra Nayak

ଶୈଲଙ୍ଗର ବ୍ୟବସାୟୀ ଶ୍ୟାମସୁନ୍ଦର ସାହୁ ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!