ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏସ, ଏସ, ସାହା ଅନ୍ତରରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

 ରାଇଘର -:, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛତାବେଢ଼ା ଠାରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଆନ୍ତଜାତୀୟ ଏସ, ଏସ, ସାହା ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ କୁ ସ୍ଥାନୀୟ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଉଦଘାଟନ କରିଥିବା ବେଳେ। ଏହି ଟୁର୍ଣ୍ଣାମେଣ୍ଟ ରେ ଦଶ ଗୋଟି ଦଳ ଭାଗ ନେଇ ଥିଲେ। ପ୍ରଥମ ମ୍ୟାଚ ରେ ବଲାଙ୍ଗୀର ଓ ଭବାନିପାଟଣା ମଧ୍ୟ ରେ ମ୍ୟାଚ୍ ଅନୁଷ୍ଟିତ ହୋଇଥିଲା। ଏଵଂ ପ୍ରଥମ ମ୍ୟାଚ ରେ ଭବାନିପାଟଣା ବିଜୟ ଲାଭ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ କେରଳ ଏବଂ ବରଗଡ଼ ମଧ୍ୟ ରେ ହୋଇଥିଲା। କେରଳ ଟିମ ବରଗଡ଼ ଟିମ୍ କୁ ୨/୧ ଗୋଲ ମାରି ପରାଜିତ କରି ବିଜୟୀ ହୋଇଥିଲା। ବିଜୟୀ ଟିମ୍ କୁ 25000 ଟଙ୍କା , ଏଵଂ ପରାଜିତ ଟିମ୍ କୁ 15000 ହଜାର ଟଙ୍କା ପୁରସ୍କାର ରୂପେ ଦିଆଯାଇଥିଲା। ଫାଇନାଲ ମ୍ୟାଚ ରେ ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ ରାଇଘର ବ୍ଲକ ଅଧ୍ୟକ୍ଷା ନବୀନା ନାୟକ, ପୁର୍ବତନ ଉମରକୋଟ ବିଧାୟକ ସୁବାଷ ଗଣ୍ଡ, ଏକ ନୋ ଜିଲ୍ଲା ପରିଷଦ ସଦସ୍ୟ ଯତୀନ୍ଦ୍ର ଗଣ୍ଡ, ଦୁଇ ନୋ ଜିଲ୍ଲା ପରିଷଦ ସଦସ୍ୟ ନାନାର ରାଓ ଖରା, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ଏହି ଟୁର୍ଣ୍ଣାମେଣ୍ଟ ଦୀର୍ଘ 31 ବର୍ଷ ଧରି ହୋଇଆସୁଥିବା ବେଳେ ଗତ ଦୁଇ ବର୍ଷ ହେବ କରୋନା ସକାଶେ ବନ୍ଦ ଥିଲା କିନ୍ତୁ ଏହି ବର୍ଷ କରୋନା ର ପ୍ରଭାବ ନ ଥିବାରୁ ଟୁର୍ଣ୍ଣାମେଣ୍ଟ କୁ ଅଞ୍ଚଳ ର ତଥା ବାହାରରୁ ଆସି ହଜାର ହଜାର ଦର୍ଶକ ଖେଳ କୁ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଜିଲାସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ ଚୟନ

Sunil Chandra Nayak

ବିଜୁ ଜନତା ଦଳର ଜନ ସଂର୍ପକ ପଦଯାତ୍ରା

Sunil Chandra Nayak

ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ମହାମାରୀ ଅଧିନିୟମ ଓ କୋଭିଡ-୧୯ ଗାଇଡଲାଇନ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!