ଧର୍ମଗଡ:୦୭/୦୮/୨୨: ଧର୍ମଗଡ ବ୍ଲକ ପ୍ରଥମିକ ଶିକ୍ଷକ ସଂଘ ର ନବ ନିର୍ବାଚିତ ସଦସ୍ୟ ଙ୍କ ଶପଥ ପାଠ ଉତ୍ସବ ଆଜି ବଗାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଆୟୋଜିତ ହୋଇ ଯାଇଛି । ଜିଲ୍ଲା ସଭାପତି ସୁରେନ୍ଦ୍ର ମୋହନ ଯୋଷୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଏବିଇଓ ଅରୁପାନନ୍ଦ ଭୋଇ , ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଧିରେନ ମୋହନ ପଟ୍ଟନାୟକ, ଉପସଭାପତି ବିରେନ୍ଦ୍ର ବାଗ, ଉପଦେଷ୍ଟା ଅଚ୍ୟୁତାନନ୍ଦ ନାଏକ, ବିନୋଦ ବିହାରୀ ମଣ୍ଡଳ, ଶାନ୍ତନୁ କୁମାର ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ନବ ନିର୍ବାଚିତ ବ୍ଲକ ସଭାପତି କ୍ଷେତ୍ର ମୋହନ ମାଝୀ, ସମ୍ପାଦକ ଆଶିଷ କୁମାର ପ୍ରଧାନୀ, ଉପସଭାପତି ଲଲିତ ନାଏକ ଙ୍କ ସମେତ ଅନ୍ୟ କାର୍ଯ୍ୟ କର୍ତ୍ତା ଙ୍କୁ ଜିଲ୍ଲା ସଭାପତି ଶପଥ ପାଠ କରାଇଥିଲେ । ବିଶ୍ଵଜିତ ଵେହେରା ସ୍ବାଗତ ଭାଷଣ, ପଦ୍ମଲୋଚନ ନାଏକ ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ବେଣୁଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ