ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାକ୍ତରଖାନା କିରାଣୀ ଦୀର୍ଘ ଦିନ ହେବ ଗାଏବ ହଇରାଣ ରେ କର୍ମଚାରୀ

 ଚନ୍ଦାହାଣ୍ଡି ୨୪/୯(ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କିରାଣୀ କିଶୋରୀ ଲାଳ ବିହାରୀ ଅଫିସ କାର୍ଯ୍ୟ ରେ ଅବହେଳା କରିବା ସହ ଦୀର୍ଘ ଦିନ ହେବ ନିଜ କାମ ରେ ଯୋଗଦାନ ନକରିବା ରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର, ସ୍ୱାସ୍ଥ୍ୟ ଅଧିକାରୀ ମାନେ ଦରମା, ବିଲ ଠାରୁ ଆରମ୍ବ କରି ସେମାନଙ୍କ ଇ ପି ଏଫ୍ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅନ୍ୟାନ୍ୟ ବିଲ ଭାଉଚର କାମ ରେ ଘୋର ବ୍ୟାଘାତ ଦେଖାଦେବା ସହ ଠିକଣା ସମୟ ରେ ଦରମା ବିଲ ଜିଲ୍ଲା ମୁଖ୍ୟାଳୟ କୁ ପଠାଯାଉ ନଥିବା ରୁ ୫ ମାସ ହେବ ଡାକ୍ତରଖାନା ର କର୍ମଚାରୀ ଏବଂ ଅଧିକାରୀ ମାନେ ଦରମା ପାଇପାରୁ ନଥିବା ଅଭିଯୋଗ କରିଛନ୍ତି । ଉକ୍ତ କିରାଣୀ କିଶୋରୀ ଲାଳ ବିହାରୀ ନିଜ ର ମୋବାଇଲ ନମ୍ବର କୁ ବନ୍ଦ କରି ରଖିଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଏବଂ ଡାକ୍ତର ମାନେ ତାଙ୍କ ସହ ଯୋଗାଯୋଗ ହୋଇ ପାରୁ ନଥିବା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସନ୍ଦିପ କୁମାର ଶତପଥୀ ପ୍ରକାଶ କରିଛନ୍ତି । କିରାଣୀ କିଶୋରୀ ଲାଲ ଙ୍କ ଅବହେଳା ଏବଂ ଅନୁପସ୍ଥିତ ଯୋଗୁଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ବାରମ୍ବାର ହଇରାଣ ହେଉଥିବାରୁ ଏଦିଗରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତୁରନ୍ତ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନେ ଦାବୀ କରିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ରକ୍ଷା ବନ୍ଧନ

Sunil Chandra Nayak

ଗଛ ପଡି ବାସିନୀ ଠାରୁ ବାମିନି ରାସ୍ତା ଠପ

Sunil Chandra Nayak

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଆସିଲା ନିମନ୍ତ୍ରଣ, ଗୋ ପୂଜନ, ଗାୟତ୍ରୀ ଓ ଗୀତାଯଜ୍ଞରେ ଯୋଗଦେବେ ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା

Sunil Chandra Nayak

Leave a Comment

error: Content is protected !!