ଚନ୍ଦାହାଣ୍ଡି ୨୪/୯(ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କିରାଣୀ କିଶୋରୀ ଲାଳ ବିହାରୀ ଅଫିସ କାର୍ଯ୍ୟ ରେ ଅବହେଳା କରିବା ସହ ଦୀର୍ଘ ଦିନ ହେବ ନିଜ କାମ ରେ ଯୋଗଦାନ ନକରିବା ରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର, ସ୍ୱାସ୍ଥ୍ୟ ଅଧିକାରୀ ମାନେ ଦରମା, ବିଲ ଠାରୁ ଆରମ୍ବ କରି ସେମାନଙ୍କ ଇ ପି ଏଫ୍ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅନ୍ୟାନ୍ୟ ବିଲ ଭାଉଚର କାମ ରେ ଘୋର ବ୍ୟାଘାତ ଦେଖାଦେବା ସହ ଠିକଣା ସମୟ ରେ ଦରମା ବିଲ ଜିଲ୍ଲା ମୁଖ୍ୟାଳୟ କୁ ପଠାଯାଉ ନଥିବା ରୁ ୫ ମାସ ହେବ ଡାକ୍ତରଖାନା ର କର୍ମଚାରୀ ଏବଂ ଅଧିକାରୀ ମାନେ ଦରମା ପାଇପାରୁ ନଥିବା ଅଭିଯୋଗ କରିଛନ୍ତି । ଉକ୍ତ କିରାଣୀ କିଶୋରୀ ଲାଳ ବିହାରୀ ନିଜ ର ମୋବାଇଲ ନମ୍ବର କୁ ବନ୍ଦ କରି ରଖିଥିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଏବଂ ଡାକ୍ତର ମାନେ ତାଙ୍କ ସହ ଯୋଗାଯୋଗ ହୋଇ ପାରୁ ନଥିବା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସନ୍ଦିପ କୁମାର ଶତପଥୀ ପ୍ରକାଶ କରିଛନ୍ତି । କିରାଣୀ କିଶୋରୀ ଲାଲ ଙ୍କ ଅବହେଳା ଏବଂ ଅନୁପସ୍ଥିତ ଯୋଗୁଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ବାରମ୍ବାର ହଇରାଣ ହେଉଥିବାରୁ ଏଦିଗରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତୁରନ୍ତ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ମାନେ ଦାବୀ କରିଛନ୍ତି ।
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ