ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ କମିଟି ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

 ତେନ୍ତୁଳିଖୁଣ୍ଟି – ୨୮/୦୯/୨୨-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରହ୍ଲାଦ ହିଆଲ ଙ୍କ ସଭାପତିତ୍ୱ ରେ ଆଜି ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଭୁଜବଳ ମାଝୀ ଯୋଗ ଦେଇଥିଲେ। ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଙ୍କୁ ଦୋଳ ଗୋବିନ୍ଦ ସ୍ମୃତି ସମ୍ମାନ ମିଳି ଥିବାରୁ ତାଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ସେହିଭଳି ପ୍ରଦେଶ କଂଗ୍ରେସ ର ପି ସି ସି ସଭ୍ୟ ଭାବେ ମନୋନୀତ ହୋଇଥିବାରୁ ପାତ୍ରପୁଟ ପଂଚାୟତ ସମିତି ସଭ୍ୟ ଦିଲିପ ପ୍ରଧାନୀ ଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପି ନାଗା ରତ୍ନ ଆମ୍ମା ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ଵାରିକା ମହାପାତ୍ର ,ନବରଙ୍ଗପୁର ନଗର କଂଗ୍ରେସ ସଭାପତି ପ୍ରଦୀପ ସାହୁ,, ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି, ନିର୍ମଳ କନ୍ଧପାନ ,ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଇତ୍ୟବସରେ କଂଗ୍ରେସ ର କର୍ମୀ ଓ ନେତା ସମ୍ବର୍ଦ୍ଧନା ସଭା କି ସଭା ସମିତି କରି ନିଜ ସମୟ ନଷ୍ଟ ନ କରି ତୃଣ ମୂଳ ସ୍ତର ରେ ପହଁଚି ଲୋକଙ୍କ ସମସ୍ୟା ସହ ଜଡ଼ିତ ହୋଇ ସମାଧ।ନ କରିବା ପାଇଁ ଆହ୍ୱାନ କରିଥିଲେ ପୂର୍ବତନ ବିଧାୟକ ଭୁଜବଳ ମାଝୀ। ଅନ୍ୟ ମାନଙ୍କ ମଧ୍ୟରେ ଭୀମସେନ ପାଣିଗ୍ରାହୀ, ଦୁର୍ଲଭ କନ୍ଧ ଗୌଡ଼, ଚିଦାନନ୍ଦ ସାହୁ, ଅବଦୁଲ ଫିରୋଜ , ବସନ୍ତ ପାଣିଗ୍ରାହୀ,ଡାଲବନ୍ଧୁ , ସୁନୀଲ ସିଂ,କିଶୋର ସିଂ ସମେତ ଶତାଧିକ କର୍ମୀ ଓ ନେତା ଉପସ୍ଥିତ ଥିଲେ। ଜନତା ଙ୍କ ସହ ସର୍ବଦା ଜଡିତ ହୋଇ ରହିଲେ ଆମେ ପୂର୍ଵ ଗୌରବ ଫେରି ପାଇବା ବୋଲି କହିଥିଲେ ପି ସି ସି ସଭ୍ୟ ଦିଲିପ ପ୍ରଧାନୀ। ସଂଗ୍ରାମ ଆରମ୍ଭ ହୋଇଛି ଥକି ଯିବନି ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ନିର୍ଣ୍ଣାୟକ ଲଢ଼େଇ ପାଇଁ ଏକାଠି ହାତକୁ ହାତ ମିଶାଇ ଲଢ଼ିବା ବୋଲି ଦୋଳ ଗୋବିନ୍ଦ ସମ୍ମାନ ରେ ସମ୍ମାନିତ ମୁନ୍ନା ତ୍ରିପାଠୀ ଆହ୍ୱାନ ଦେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଗ୍ଲାମ ଅପ ର ବିଜେତା ହେଲେ ଅଧ୍ୟାପିକା ସସ୍ମିତା ଜେନା

Sunil Chandra Nayak

ପ୍ରେମଲତା ଗିରି ଙ୍କ କବିତା ଅବକାଶ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସବୁ କୃଷ୍ନମୟ

Sunil Chandra Nayak

Leave a Comment

error: Content is protected !!