ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁକ୍ତ ୨ ବିଜ୍ଞାନ ପରିକ୍ଷା ରେ ଛାତ୍ରୀ ମାନଙ୍କ ସଫଳତା

ଡାବୁଗାଁ, ୨୭/୭ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଜିଲା ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ +୨ ବିଜ୍ଞାନ ରେ ବିଦ୍ୟାଳୟ ରୁ ୫୯ ଜଣ ଛାତ୍ରୀ ଙ୍କ ମଧ୍ୟରୁ ୫୭ ଛାତ୍ରୀ ପାସ କରିଛନ୍ତି | ଏଥିରେ ୩୩ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୧୯ ଜଣ ଓ ୩ୟ ଶ୍ରେଣୀରେ ୫ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୯୬.୬୧ ପ୍ରତିଶତ ପରିକ୍ଷା ଫଳ ହୋଇ ଥିବାରୁ ଅଧକ୍ଷ ସୁକାନ୍ତ କୁମାର ସ୍ୱାଇଁ ସନ୍ତୋଷ ବ୍ୟକ୍ତ କରିବା ସହିତ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଛାତ୍ରୀ ମାନେ ଧନ୍ୟବାଦ ଦେଇଛନ୍ତି । ପରିକ୍ଷା ଫଳ ପ୍ରକାଶ ପରେ ଅଧକ୍ଷ, ସମସ୍ତ ଶିକ୍ଷୟତ୍ରୀଶିକ୍ଷକ, ଅଭିଭାବକ ଓ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ ଉକ୍ତ ପରିକ୍ଷା ଫଳରେ ସନ୍ତୋଷ ବ୍ୟକ୍ତ କରି ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଚ୍ଚତ୍ତର ଶିକ୍ଷା ରେ ସଫଳ ହେବା ନେଇ ଆଶୀର୍ବାଦ ପ୍ରଦାନ କରିଛନ୍ତି । ସମସ୍ତ ଛାତ୍ରୀ ମାନେ ଉକ୍ତ ବିଦ୍ୟାଳୟ ର ଅଧ୍ୟକ୍ଷ୍, ଶିକ୍ଷୟତ୍ରୀ ଶିକ୍ଷକ, ପରିଚାଳନା କମିଟି ଓ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେବା ସହିତ ଉକ୍ତ ବିଦ୍ୟାଳୟ ପରିବେଶ କୁ ମଧ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ | ଏହି ବିଦ୍ୟାଳୟର ଛାତ୍ରୀ ମଞ୍ଜୁଳା ପନକା ୪୬୬ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି |

ପ୍ରଜ୍ଞା ରଞ୍ଜନ ପରିଡ଼ା , ଡାବୁଗାଁ

Related posts

ଆସିଲା ନୂଆ ଆଇଟି ନିୟମ.. ଏଣିକି ସୋସିଆଲ ମିଡିଆ ଆକାଉଣ୍ଟକୁ ଅଚଳ ଓ ରଦ୍ଦ କରିପାରିବେ ସରକାର।

Sunil Chandra Nayak

ବ୍ଲକ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

ବିଧାୟିକା ସୀମାରାଣୀଙ୍କ ହିନ୍ଦୋଳ ଏନ୍ ଏ ସି ଗସ୍ଥ କାର୍ଯ୍ୟକ୍ରମ

Leave a Comment

error: Content is protected !!