ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ପୁରୀ ବଡ଼ ଦାଣ୍ଡେ ଭିଡ ଜମିଅଛି

ସଭିଏଁ ହରଷମନା

ଝୁଲି ଝୁଲି ଆସେ ମନ୍ଦ ମନ୍ଦ ହସେ

ଆମର କାଲିଆ ସୁନା…..(୦)

 

ଭଉଣୀ ଓ ଭାଇ ସଙ୍ଗତରେ ନେଇ

ମାଉସୀ ଘରକୁ ଯିବ

ଚଳା ନୟନରେ ଚାହିଁ ଆଦରରେ

ସବୁରି ଦୁଃଖ ହରିବ

ଚଢ଼ି ନନ୍ଦିଘୋଷ ହୋଇ ହସହସ

କିମିଆ କରିବ ସିନା…….(୧)

 

ଘଣ୍ଟ ହୁଳହୁଳି ପଡୁଛି ଉଛୁଳି

ହରିବୋଲର ଶବଦ

ଶୁଣି ମୋ କାଳିଆ ମନ ମୋହନିଆ

ମନରେ ଭରି ଆନନ୍ଦ

ଢାଳି ଦେବ ତାର ଧାରା ଆଶିଷର

ଉଡାଇ ତାହାର ବାନା…….(୨)

 

ଦେବଦଳନରେ ସୁଭଦ୍ରା ମଝିରେ

ଆଗେ ବଳଭଦ୍ର ଭାଇ

ପଛରେ ଆସଇ ସବୁ ଦେଖୁଥାଇ

ଦାରୁବ୍ରହ୍ମ ରୂପ ନେଇ

ପାପ ତାପ ହାରୀ ସେହି ଦଇତାରୀ

ସବୁ ଖାଲି ତାର ବିନା……(୩)

 

ତା ରଙ୍ଗ ଅଧର ଠାଣି ତା ସୁନ୍ଦର

ସିଏ ଅଜ ଅବିନାଶୀ

ମିଛ ମାୟା ଘୋର ପାର୍ଥିବ ସଂସାର

ସିଏ ଟି ଏକା ବିଶ୍ୱାସୀ

ଜଗତର ଦୁଃଖ ହରୁ ସେ ଶ୍ରୀମୁଖ 

ଏତିକି କରୁ ସେ ସୁନା……(୪)

ଫୁଲବାଣୀ, କନ୍ଧମାଳ

Related posts

ମୁସଲମାନ ସମ୍ପ୍ରଦାୟ ଭାଇ ଭଉଣୀ ଙ୍କ ଉଦେଶ୍ୟ ରେ  ଉଦଘାଟିତ ହେଲା ମସଜିଦ୍ 

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ଗାଈଗୋଠ ଫେରିବାର ବେଳ

Sunil Chandra Nayak

ଭବାନୀପାଟଣା ଠାରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କି ଅମୃତ ମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!