ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

ଝୁଲି ଝୁଲି ଆସୁଛି ମୋ କାଳିଆ ସୁନା

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ପୁରୀ ବଡ଼ ଦାଣ୍ଡେ ଭିଡ ଜମିଅଛି

ସଭିଏଁ ହରଷମନା

ଝୁଲି ଝୁଲି ଆସେ ମନ୍ଦ ମନ୍ଦ ହସେ

ଆମର କାଲିଆ ସୁନା…..(୦)

 

ଭଉଣୀ ଓ ଭାଇ ସଙ୍ଗତରେ ନେଇ

ମାଉସୀ ଘରକୁ ଯିବ

ଚଳା ନୟନରେ ଚାହିଁ ଆଦରରେ

ସବୁରି ଦୁଃଖ ହରିବ

ଚଢ଼ି ନନ୍ଦିଘୋଷ ହୋଇ ହସହସ

କିମିଆ କରିବ ସିନା…….(୧)

 

ଘଣ୍ଟ ହୁଳହୁଳି ପଡୁଛି ଉଛୁଳି

ହରିବୋଲର ଶବଦ

ଶୁଣି ମୋ କାଳିଆ ମନ ମୋହନିଆ

ମନରେ ଭରି ଆନନ୍ଦ

ଢାଳି ଦେବ ତାର ଧାରା ଆଶିଷର

ଉଡାଇ ତାହାର ବାନା…….(୨)

 

ଦେବଦଳନରେ ସୁଭଦ୍ରା ମଝିରେ

ଆଗେ ବଳଭଦ୍ର ଭାଇ

ପଛରେ ଆସଇ ସବୁ ଦେଖୁଥାଇ

ଦାରୁବ୍ରହ୍ମ ରୂପ ନେଇ

ପାପ ତାପ ହାରୀ ସେହି ଦଇତାରୀ

ସବୁ ଖାଲି ତାର ବିନା……(୩)

 

ତା ରଙ୍ଗ ଅଧର ଠାଣି ତା ସୁନ୍ଦର

ସିଏ ଅଜ ଅବିନାଶୀ

ମିଛ ମାୟା ଘୋର ପାର୍ଥିବ ସଂସାର

ସିଏ ଟି ଏକା ବିଶ୍ୱାସୀ

ଜଗତର ଦୁଃଖ ହରୁ ସେ ଶ୍ରୀମୁଖ 

ଏତିକି କରୁ ସେ ସୁନା……(୪)

ଫୁଲବାଣୀ, କନ୍ଧମାଳ

Related posts

ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତା ରେ ଭାଗ ନେବା ନିମନ୍ତେ କନ୍ଧମାଳ ଟିମ ର ଭୁବନେଶ୍ୱର ଯାତ୍ରା 

Sunil Chandra Nayak

ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ସାମାଜିକ କର୍ମୀ 

Sunil Chandra Nayak

ସାଂସଦ ସପ୍ତଗିରି ଉଲ୍ଲକା ଙ୍କ କଂଗ୍ରେସ ପାଇଁ ପ୍ରଚାର ଜୋର୍ ସୋର୍

Sunil Chandra Nayak

Leave a Comment

error: Content is protected !!