ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡାରେ ମହିଳା ଗୁରୁତର

ପାପଡାହାଣ୍ଡି,27/7— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତର ସଦର ମହକୁମାରେ ବୁଧବାର ଏକ ବିଷ ଧର ସାପ କାମୁଡାରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ତାଙ୍କ ନାମ ପ୍ରେମଶିଲା ବିଶୋଇ | ଅପରାହ୍ନରେ ପ୍ରେମଶିଲା ଖାଇ ସାରି ଘରେ ବିଶ୍ରାମ ନେଉଥିବା ସମୟରେ ଘର ଉପରେ ମୂଷା ଧରିବା କୁ ଯାଉଥିବା ସାପ ତାଙ୍କ ଗୋଡ଼ ପାଖରେ ପଡି ପ୍ରେମଶିଲା ଙ୍କ ଗୋଡ଼ରେ କାମୁଡି ଥିଲା | ଏଥିରେ ସେ ଗୁରୁତର ହେବାରୁ ତାଙ୍କୁ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା | ବର୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି | ବିଲ ବାଡ଼ରେ ରାସୟନିକ ସାରର ବହୁଳ ବ୍ୟବହାର ଓ ଖାଦ୍ୟ ଅନ୍ୱେଷଣ ରେ ଜୀବ ଜନ୍ତୁ ମାନେ ଗାଁ ମୁହାଁ ହେଉଛନ୍ତି | ଲୋକଙ୍କ ଘରେ ରହି ଆକ୍ରମଣ କରୁଛନ୍ତି |

ପାପଡାହାଣ୍ଡିରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଘର ଭାଙ୍ଗି ଧାନ ଖାଇଲା ହାତୀ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ହେ ବିଘ୍ନେଶ

Sunil Chandra Nayak

କୃଷକ ଓଡିଶା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!