ପାପଡାହାଣ୍ଡି,27/7— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତର ସଦର ମହକୁମାରେ ବୁଧବାର ଏକ ବିଷ ଧର ସାପ କାମୁଡାରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ତାଙ୍କ ନାମ ପ୍ରେମଶିଲା ବିଶୋଇ | ଅପରାହ୍ନରେ ପ୍ରେମଶିଲା ଖାଇ ସାରି ଘରେ ବିଶ୍ରାମ ନେଉଥିବା ସମୟରେ ଘର ଉପରେ ମୂଷା ଧରିବା କୁ ଯାଉଥିବା ସାପ ତାଙ୍କ ଗୋଡ଼ ପାଖରେ ପଡି ପ୍ରେମଶିଲା ଙ୍କ ଗୋଡ଼ରେ କାମୁଡି ଥିଲା | ଏଥିରେ ସେ ଗୁରୁତର ହେବାରୁ ତାଙ୍କୁ ମୈଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା | ବର୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି | ବିଲ ବାଡ଼ରେ ରାସୟନିକ ସାରର ବହୁଳ ବ୍ୟବହାର ଓ ଖାଦ୍ୟ ଅନ୍ୱେଷଣ ରେ ଜୀବ ଜନ୍ତୁ ମାନେ ଗାଁ ମୁହାଁ ହେଉଛନ୍ତି | ଲୋକଙ୍କ ଘରେ ରହି ଆକ୍ରମଣ କରୁଛନ୍ତି |
ପାପଡାହାଣ୍ଡିରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ