ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିନିକିଆ ନର୍ଲା ଗସ୍ତରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ, ପରିଦର୍ଶନ କଲେ ବିଭିନ୍ନ ଅନୁଷ୍ଠାନ 

ରୁପ୍ରା (ମନୀସ) : କଳାହାଣ୍ଡିର ନୂତନ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଦିନିକିଆ ନର୍ଲା ଗସ୍ତରେ ଆଜି ଆସି ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ପ୍ରଥମେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିବାପରେ ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନା) ପ୍ରମୁଖ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବ୍ଲକ କାର୍ଯ୍ୟାଳୟରେ ସମସ୍ତଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲାପାଳ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ, ସେଠାରେ ଅନ୍ତଃ ଓ ବର୍ହି ବିଭାଗ ବୁଲି ଦେଖିବାସହ ଚିକିତ୍ସକ ମାନଙ୍କ ସହ ଡାକ୍ତରଖାନାର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ବୁରାଟ୍ ଏସ୍. ଏଚ୍. ଜି, ଚପଟଖଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅମୃତ ସରୋବର ତୁଲାପଡା, ଛତୁଚାଷ ଓ ଭାନପୁରର ମୋ ପୋଖରୀ ବୁଲି ଦେଖିଥିଲେ। ଏହି ଅବସରରେ ସିଡିପିଓ, ତହସିଲଦାର, ଏପିଓ, ବିଏସ୍ଏସ୍ଓ, ଏବିଡିଓ, ଏମ୍ଆଇ ଓ ଜିପିଇଓଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଉନ୍ନତି ମୂଳକ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ

Related posts

ସାପ କାମୁଡ଼ାରେ ଜଣେ ମହିଳା ମୃତ

Sunil Chandra Nayak

ବାମନଘାଟୀ ଉପଖଣ୍ଡ ରେ ଭୋଟର ସଚେତନତା ରଥ ର ଶୁଭାରମ୍ଭ

Sunil Chandra Nayak

ମହାଲିଙ୍ଗଠାରେ ଅଗ୍ରସେନ ଜୟନ୍ତି ପାଳିତ 

Sunil Chandra Nayak

Leave a Comment

error: Content is protected !!