ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ମାଣଧିନ ପୋଲ ଭୁସୁଡିଲା, ପାଞ୍ଚଟି ଗାଁ ରାସ୍ତା ବିଛିନ୍ନ 

ଉତକେଲା,୧୪/୦୭:( ମ ନି ସ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ପଞ୍ଚାୟତରୁ ନାଳ ଉପରେ ବିଜୁ ସେତୁ ଯୋଜନାରେ ନିର୍ମାଣଧିନ ପୋଲ ଭୁଶୁଡ଼ି ପଡିବା ଯୋଗୁଁ ପ୍ରାୟ ୫ଟି ଗାଁ ମୁଖ୍ୟସ୍ରୋତରୁ ବିଛିନ୍ନ ହୋଇପଡିଛି । ବିଶେଷ କରି କଳାହାଣ୍ଡିର ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ତଥା ଶୈବ ପୀଠ ଗୁର୍ଜିମୁଣ୍ଡାକୁ ଯିବାପାଇଁ ମଧ୍ୟ ଏହା ଏକମାତ୍ର ରାସ୍ତା । ଏବେ ଶ୍ରାବଣ ମାସ ହେଇଥିବା ବେଳେ ଶିବ ଭକ୍ତମାନେ ଗୁର୍ଜିମୁଣ୍ଡାକୁ ଦର୍ଶନ କରିବା ପାଇଁ ଆସନ୍ତି । ବର୍ତ୍ତମାନ ଏହି ପୋଲ ଭୁଶୁଡି ପଡିବା ଯୋଗୁଁ ଉକ୍ତ ଶୈବପୀଠକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବରେ ବିଛିନ୍ନ ରହିଛି । ଉକ୍ତ ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନିକ ଅଣଦେଖା କରୁଥିବାର ଅଭିଯୋଗ ଆସିଥିଲା ।ଜିଲ୍ଲାପାଳ ଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯିବା ଆସିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷରୁ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା ଯାହାକି ୨ ଦିନର ଲଗାଣ ବର୍ଷାରେ ଧୋଇହୋଇଯାଇଛି । ଯାହା ଫଳରେ ପାଖାପାଖି ୫ଟି ଗାଁର ଲୋକମାନେ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଯାଇଛନ୍ତି ଗ୍ରାମବାସୀମାନଙ୍କ କହିବା ଅନୁଯାୟୀ ଆଗକୁ ବର୍ଷା ଯୋଗୁଁ ଏହି ଅସ୍ଥାୟୀ ରାସ୍ତାରେ ଯିବା ଆସିବା କଷ୍ଟକର ହେବ ତେଣୁ ପର୍ଥଲା ପଞ୍ଚାୟତ ଠାରୁ ମାଳପଡା ରାସ୍ତାକୁ ବାଇପାସ୍ ରାସ୍ତା ନିର୍ମାଣ କରାଯାଉ ବୋଲି ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଅଣଦେଖା କରୁଛନ୍ତି । ଯଦି ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ନଦେବେ ତାହେଲେ ଉକ୍ତ ୫ଟି ଗ୍ରାମର ଲୋକେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଉତକେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ମମତା ସାହୁ ଙ୍କ କବିତା ମାଆ ପଦ ଟିଏ

Sunil Chandra Nayak

ନିର୍ଦ୍ଵନ୍ଦରେ ସମବାୟ ସଭାପତି ଭାବେ ନିର୍ବାଚିତ ହେଲେ ସାମ୍ବାଦିକ ତଥା ସମାଜସେବୀ ତୁଳମଣି ନାଗ

Sunil Chandra Nayak

ନୂଆପଡା ଜିଲ୍ଲାରେ ବିଶ୍ଵ ନିଶା ସେବନ ନିରୋଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!