ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇନ ମହାବିଦ୍ୟାଳୟର ବାର୍ଷିକୋତ୍ସବ ସ୍ଲାଶ ଉଦଯାପିତ

ବିଚାର ପ୍ରକ୍ରିୟା ସରଳୀକରଣ ତଥା ଆଞ୍ଚଳିକ ଭାଷାରେ ହେବା ଦରକାର: ଡଃ ନନ୍ଦ

ରାଉରକେଲା/ ବିଚାର ପ୍ରକ୍ରିୟା ସରଳୀକରଣ ଓ ଆଞ୍ଚଳିକ ଭାଷାରେ ହେଲେ ଜନସାଧାରଣ ଉପକୃତ ହେବେ ବୋଲି ଅତିଥିମାନେ ମତବ୍ଯକ୍ତ କରିଛନ୍ତି । ରାଉରକେଲା ଆଇନ ମହାବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକୋତ୍ସବ ସ୍ଲାଶ ଆଜି ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସୁକାନ୍ତ କୁମାର ନନ୍ଦ ନିଜ ବକ୍ତବ୍ଯରେ ଉପରୋକ୍ତ ମନ୍ତବ୍ଯ ଦେଇଥିଲେ । ସ୍ଲାଶ ର ଦ୍ବିତୀୟ ଦିନରେ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା ଙ୍କ ସଭାପତିତ୍ବ ଓ ମହାବିଦ୍ୟାଳୟ କାର୍ଯ୍ୟକାରୀ ସଭାପତି ସଂଜୀବ କୁମାର ମହାନ୍ତିଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଧୁସୂଦନ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସୁକାନ୍ତ କୁମାର ନନ୍ଦ ମୁଖ୍ୟ ଅତିଥି,ବରଗଡ଼ ବିକାଶ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ବିକ୍ରମ କୁମାର ଦାସ ଓ ରାଉରକେଲା ବାର ଆସୋସିଏସନର ସଭାପତି ସୁରେଶ ଚନ୍ଦ୍ର ମାଝୀ ସମ୍ମାନିତ ଅତିଥି ଓ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ମୋନାଲିସା ସାହୁ ଓ ଶୁଭମ ଓରାମ ଙ୍କ ମଂଚ ସଂଯୋଜନାରେ ପ୍ରାରମ୍ଭରେ ଅଧ୍ୟକ୍ଷ ଡଃ ବେହେରା ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଆବାହକ ଶ୍ରୀ ମହାନ୍ତି ଆଇନ ମହାବିଦ୍ୟାଳୟର ଇତିବୃତ୍ତି ସଂପର୍କରେ ଆଲୋଚନା କରିବା ସହ ଏହା ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଶ୍ରୀ ଦାସ ତାଙ୍କ ବକ୍ତବ୍ଯ ରେ କହିଲେ ଯେ ସଂପ୍ରତି ବିଚାରଳୟ ମାନଙ୍କରେ ଅତ୍ୟଧିକ ମାମଲା ପଡିରହୁଥିବାରୁ ଅଧିକ ଆଇନ ମହାବିଦ୍ୟାଳୟ,ବିଚାରକ ଓ ଆଇନଜୀବୀ ସୃଷ୍ଟି ହେବା ଦରକାର । ଯାହା ସାଂପ୍ରତିକ ସ୍ଥିତିରେ ଯୁବସମାଜ ପାଇଁ ଆହ୍ୱାନ ସୃଷ୍ଟି କରିଛି । ତେଣୁ ଆମକୁ ସିଂହ ପାଖରେ ଥିବା ଆଦବ କାଇଦାକୁ ଆପଣେଇବାକୁ ପଡିବ। ଅନ୍ୟତମ ଅତିଥି ଶ୍ରୀ ମାଝୀ ତାଙ୍କ ବକ୍ତବ୍ଯରେ ଆଇନ ଶିକ୍ଷା ପ୍ରତି ବିଦ୍ୟାର୍ଥୀଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ଯ ରେ କହିଲେ ଯେ ମଣିଷ ଅଭାବ ଅସୁବିଧାରେ ମରିପାରେ।ମାତ୍ର ମଣିଷର ଅଧିକାର ଖର୍ବ ନହେଉ।ଶିକ୍ଷା ବ୍ୟବସ୍ଥା ନଷ୍ଟ ହେଲେ ଆଗାମୀ ଭବିଷ୍ୟତ ନଷ୍ଟ ହେବ । ନିଜ ଅଧିକାର ନିଜେ ବୁଝିବା ସହିତ ଅନ୍ୟକୁ ବୁଝାଇପାରିଲେ ଏହି ଶିକ୍ଷା ସାର୍ଥକ ହେବ। ମୁଖ୍ୟ ଅତିଥି ଡଃ ନନ୍ଦ କହିଲେ ଯେ ସାଧାରଣ ଲୋକଙ୍କ ପାଖରେ ବିଚାର ପ୍ରକ୍ରିୟା ପହଞ୍ଚିବା ଦରକାର । ତେଣୁ ଲୋକଙ୍କ ଭାଷାରେ ଲୋକଙ୍କ ପାଖରେ ପହଞ୍ଚିବା ଦରକାର ।ଏହାସହ ବିଚାର ପ୍ରକ୍ରିୟା ସରଳୀକରଣ ଉପରେ ଗୁରୁତ୍ବାରୋପ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ କ୍ରୀଡା ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ପରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଲୁମନି ଆସୋସିଏସନ୍ ର ସଭାପତି ଡଃ ସୁମନ ଦତ୍ତ, ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ, ଏମଡି ରଫିକ, ସନ୍ତୋଷ ଭଦ୍ର,ଦେବାଶିଷ ମହାନ୍ତି, ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ବିଭୁତି ଭୂଷଣ ପୁହାଣ, ସଚ୍ଚିଦାନନ୍ଦ ପରିଡା,ବବିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ମହାବିଦ୍ୟାଳୟର ଡଃ ପ୍ରଜ୍ଞା ପରମିତା ପଣ୍ଡା, ଡଃ ସମ୍ପାଦିକା ମହାନ୍ତି,ଡଃ ଦିବ୍ୟେନ୍ଦୁ ପଣ୍ଡା,ତନ୍ମୟରାଜ ପାଢୀ ଓ ବଡବାବୁ ମନୋରଞ୍ଜନ ମହାନ୍ତି ତଥା ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ଶେଷରେ ଛାତ୍ର ସତ୍ୟାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

 

Related posts

ଟେମରି ଗ୍ରାମ ପଞ୍ଚାୟତ କୁମ୍ଭାରୀ ଗ୍ରାମର ପୋଖରୀ ରାସ୍ତାରେ ଅଳିଆବର୍ଜନା ପରିପୂର୍ଣ୍ଣ 

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ତୁମକୁ ଖୋଜିବା ମୁହୂର୍ତ୍ତରେ

Sunil Chandra Nayak

ମୋଦି ସରକାର ଙ୍କ ଦ୍ଵିତୀୟପାଳି ଶାସନ ରେ ୩ୟ ବର୍ଷ ପୂର୍ତ୍ତି ଅବସରେ ରେ ଯୁବମୋର୍ଚ୍ଚା ର ବିକାଶ ତିର୍ଥ ବାଇକ୍ ରେଲି

Sunil Chandra Nayak

Leave a Comment

error: Content is protected !!