ଅକୁହା କଥା
ମାମି ପାତ୍ର
ଭଗବାନ କାହିଁକି ଏମିତି କରନ୍ତି ମୁଁ ନିଜେ ଜାଣିପାରୁନି।କଣ ପାଇଁ ? କି ଦୋଷ କରିଛି ଭଗବାନଙ୍କ ନିକଟରେ କାହିଁକି ଏମିତି କରୁଛନ୍ତିନ୍ତି। ପାରଧ୍ୟରେ କି ଭୂଲ କରିଛି ମୁଁ ଜାଣିନାହିଁ। ଏମିତି ଗୋଟେ ନାରୀ ଜନ୍ମ ଦେଲେ ସେ ଜୀବନ ସାରା ଆଖିରେ ଲୁହ ବୋହିଯାଉଥାଏ। ତା ଆଖିରେ ଲୁହକୁ କିଏ ବା ଦେଖୁଛି ଆଉ କିଏ ବା ପୋଛୁଛି।
“ବନ ପୋଡିଗଲେ ସଭିଏଁ ଦେଖନ୍ତି
ମନ ପୋଡିଗଲେ କିଏ ବା ଦେଖେ”
ସମୟ ଅତି ବିଡମ୍ବନା। ରେ ସମୟ ତୁ ଏମିତି କାହିଁକି କରୁଛୁ। କି ଦୋଷ ଥିଲା ନାରୀଟିଏ କରି ଜନ୍ମ ଦେଲୁ। ନାରୀ ଜନ୍ମ ହେବା କଣ ଭୂଲ। ଏ ସମାଜ ତାକୁ କଣ ପାଇଁ ଘୃଣ୍ୟ ଆଖିରେ ଦେଖେ। କାହିଁକି ସେ ଆଜି ସମସ୍ତ ଙ୍କ ପାଖରେ ଦୋଷି ହୁଏ କିଛି ଦୋଷ ନକରି କି ବି ସୁଧା ଦୋଷୀ। ଜୀବନର ସମସ୍ତଙ୍କ ପ୍ରତି କର୍ତ୍ତବ୍ୟ ପରାୟଣ ହୋଇ କାହାରି ମନରେ କଷ୍ଟ ନଦେବାର ପାଇଁ ସଳିତା ପରି ଜଳି ଜଳି ନିଜେ ଜଳିଯାଏ। ଅନ୍ୟମାନେ କେମିତି ଖୁସିରେ ରହିବେ।ହେଲେ ପାଏ କଣ । କେବଳ ଘୃଣା ଆଉ ଅପବାଦ। ବାପ ଘର ପାଇଁ ତ୍ୟାଗ କରି ଥାଏ । ଆଉ ଶଶୁର ଘର ପାଇଁ ସବୁପ୍ରକାର ଜଳାଞ୍ଜଳି ଦେଇ ଥାଏ। ହେଲେ ଶେଷରେ କଣ ହୁଏ କଥା କଥାକେ ଆରମ୍ଭ ହୁଏ ଗାଳି ଆଉ ମାଡ।
ମିନି ବୋଲି ଗୋଟେ ଛୋଟ ଝିଅ ଟିଏ ଥିଲା। ସେ ଧିରେ ଧିରେ ବଢିବାର ଲାଗିଲା। ଯେତେବେଳେ ତାକୁ ନଅ ବରଷ ଯେତେବେଳେ ହେଇଥାଏ। ସେତେବେଳେ ଘର କାମ କଣ ବା ଜାଣିଥାଏ। ଖେଳିବା ବୁଲିବା ସମୟରେ ହାତରେ ଧରେଇଦେଲେ ଝାଡୁଟିଏ। ଆଉ ଆରମ୍ଭ କଲା ଘର କାମ। ସେଥିରେ ବି ସିଏ ପାଠ ପଢୁଥାଏ। ସକାଳ ହେଲେ ଘରର ସବୁ କାମ ସାରି ଟ୍ୟୁସନକୁ ଯାଏ।ଟ୍ୟୁସନକୁ ଫେରିଆସି ଦେଖେତ ଘରେ ସମସ୍ତେ ଖାଇ ସାରି ଅଇଁଠା ବାସନ ପକେଇଥାନ୍ତି। ଗୋଡ ଉପରେ ଗୋଡ ପକେଇ ହାକିମ ଜାହିର କରନ୍ତି। ସେ ସବୁକୁ ବି ଶୁଣେ ହେଲେ କିଛି କୁହେନି।
ଯଦିୟ ସିଏ କିଛି କୁହେ ।ତାହାଲେ ଆରମ୍ଭ ହୋଇଯାଏ ଗାଳି ଆଉ ମାଡ ।ତଥାପି କିଛି କୁହେନି।।ସେସବୁକୁ ଚୁପଚାପ ସହିଯାଏ।କିଛି କୁହେନି କଣ ବା କହିବ?କାହାକୁ ବା କହିବ?ସମସ୍ତେ ତାର ପରିବାରର ସଦସ୍ୟ ବାପ ,ମାଆ ,ଭାଇ,ଭଉଣୀ ।
ସେ ଭାବେ ସମସ୍ତେ ତ ଘରେ ଅଛନ୍ତି, ହେଲେ ସେମାନଙ୍କୁ କିଛି ନକହି ମୋତେ କାହିଁକି କହୁଛନ୍ତି ଘରର ସବୁ କାମ କରିବା ପାଇଁ।କଣ ପାଇଁ ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥାଏ। ମନର କଥା ମନରେ ରଖିଥାଏ। ହଠାତ୍ ଦିନେ ତାର ତାକୁ ମାଗିଲା।ଏ ମିନି , ମିନି କୁଆଡେ ଗଲୁ ଆସିଲୁ ଏଠିକି ଶୀଘ୍ର ଆସ୍ ଏଠି ଆସିଲୁନା । ମିନି ଦୌଡ଼ି ଦୌଡ଼ି ଆସି କହିଲା କଣ ହେଲା କହ ?କଣ ପାଇଁ ମୋତେ ଡାକିଲୁ ?ଭାଇ କହୁଛି କୁଆଡେ ଯାଇଥିଲୁ ଡାକିଲା ବେଳକୁ ଶୁଭୁନାହିଁ।କେତେ ଡାକିଲିଣି ତତେ କଣ ଶୁଭାଯାଉନି। ମିନି କହୁଛି ଶୁଭିନାହିଁ । ହଉ ଛାଡ ସେ କଥା!କହ କଣ ପାଇଁ ଡାକୁଥୁଲୁ।
ମିନିର ଭାଇ କହୁଛି ଗଲୁ ମୋ ପାଇଁ ଟିକିଏ ଚାହା କରିକି ଆଣିବୁ ପିଇବି।
ମିନି କହିଲା ମୋର ବହୁତ ପାଠ ଅଛି ଭାଇ ତୁ ଟିକିଏ ମାଆକୁ କହ ତ ପାଇଁ ଟିକିଏ ଚା କରିଦେବ।
ଭାଇ କହୁଛି ନା ସେ କରି ପାରିବନି ତୁ ଯାଉନୁ କରିକି ଆଣିବୁ।
ମିନି କହିଲା ହଉ ଯାଉଛି । ଏହା କହି ଚା କରିବାକୁ ଗଲା।
ଭାଇ କହିଲା ଏ ମିନି ଘରେ ପାଣି ନାହିଁ ପାଣି ଆଣି ରଖିଦେଇ ଯିବୁ ସ୍କୁଲକୁ। ମିନି କହିଲା ହଉ ମୁଁ ପାଣି ରଖିଦେଇଯିବି। ଏମିତି ଘରର ସବୁ କାମ କରେ। ହେଲେ କାହାରି ପାଖରୁ ସ୍ନେହ ଶ୍ରଦ୍ଧା ପାଇଲା ନାହିଁ।
ବେଳେବେଳେ ଖାଇବାକୁ ପାଏ ନାହିଁ। ସବୁ ଖାଇଦେଇଥିବେ ହେଲେ ଶେଷରେ ତା ପାଇଁ କିଛି ନଥାଏ। ଥାଏ କେବଳ ସୁଖିଲା ଭାତ ଆଉ ଅଳ୍ପ ଟିକିଏ ତରକାରି ଥାଏ କଣ କରିବ ବା ମିନି ସେୟାକୁ ଖାଇ ଟ୍ୟୁସନକୁ ଯାଏ। ଟ୍ୟୁସନରୁ ଫେରି ଦେଖେତ ସହସ୍ତେ ବସିଛନ୍ତି। କିଛି ରୋଷେଇ ହୋଇନଥାଏ।କେତେବେଳେ ସେ ପାଠ ପଢିବ ।ସବୁବେଳେ ଘର କାମରେ ସବୁବେଳେ ବ୍ୟସ୍ତ ହୋଇଥାଏ। ଯେତେବେଳେ ପାଠ ପଢିବାକୁ ବସେ କିଛି ସମୟପରେ ତାକୁ ହୁକୁମ ଜାହିର କରନ୍ତି। ଯେତେବେଳେ ଦଶମ ପାସ କଲା ସେତେବେଳେ ତାର ବିବାହ କରିବାର ମନସ୍ତ କଲେ। ମିନିର ବଡ ଭାଇ ଟିକିଏ ଅହଙ୍କାରୀ ଭାବର । ସେ ଘର ଲୋକଙ୍କୁ କହିଲା ଯେତେ ଶୀଘ୍ର ମିନିର ବିବାହ ହେଇଯିବ ସେତେ ଶୀଘ୍ର ଭଲ। କିନ୍ତୁ ମିନିର ମାଆ ରାଜି ହେଉନଥାଏ। ତା ମାଆ କହୁଥାଏ ଏତେ କମ ବୟସରୁ ବାହାଘର କରିବାଟା ଠିକ୍ ହେବ ନାହିଁ।ଆଉ କିଛି ବର୍ଷ ଯାଉ । ଏହା କହି ମାଆ ତାର ଚାଲିଗଲା। +୨ପାଠ ପଢା ଆରମ୍ଭ କଲା ।ତାପରେ ଗ୍ରାଜୁଏସନ୍ ଶେଷ କଲା। ଜୀବନ ଯନ୍ତ୍ରଣାରେ ଛଟପଟ ହୋଇ ପାଇଁ ପାଠ ପଢା ଶେଷ କଲା। ଯେତେବେଳେ +୨ପଢୁଥିଲା ସେତେବେଳେ ଟ୍ୟୁସନ ଆରମ୍ଭ କଲା। ଟ୍ୟୁସନରୁ ଯାହା ପଇସା ପାଏ ।ସେଥିରେ ସେ ପାଠ ପଢା ସହିତ ନିଜର ଖର୍ଚ କୁ ବି ତୁଲେଇଲା। କଣ କରିବ ସମସ୍ତଙ୍କ ପାଖରୁ ଗାଳି ମାଡବି ଖାଏ ମିନି ହେଲେ କିଛି କୁହେନି ଗୁମୁରି ଗୁମୁରି କାନ୍ଦେ ନିରୋଳା ଜାଗାରେ ବସି। ହେଲେ ତା ଆଖି ଲୁହ କିଏ ବା ଦେଖେ। କିଛି ବର୍ଷ ବିତିଗଲା ପରେ ପାଠ ପଢା ଶେଷ ହେଲା।ଧିରେ ଧିରେ ଟ୍ୟୁସନ ପିଲା ବଢିବାକୁ ଲାଗିଲେ ଶେଷରେ ଗୋଟିଏ କୋଚିଂ ସେଣ୍ଟରଟିଏ ଖୋଲିଲା ସେଥିରେ ବି ପରିବାର ଲୋକ ବିରକ୍ତ ହେଲେ ଏମିତି ଟ୍ୟୁସନ ସାରି ଗଲାପରେ ବି ଘର ଲୋକମାନେ ତାକୁ ବହୁତ ହଇରାଣ କଲେ।କେତେ ବା ସହିବ ଦିନେ ରାଗି ଯାଇ ଘରୁ କୁଆଡେ ପଳେଇ ଯିବ ବୋଲି ମନସ୍ଥ କଲା । ମନେ ମନେ କହୁଥାଏ ଏମିତି ଏଠି ମାଡ ଗାଳି ସହିବା ଅପେକ୍ଷା କାହା ଘରେ ଯାଇ କାମ କରି ଚଳିବି ?ଏହା କହି କାନ୍ଦୁଥାଏ ଆଉ ଭଗବାନଙ୍କୁ କହୁଥାଏ। ହେ ପ୍ରଭୂ ତମେ ଏମିତି କାହିଁକି ମୋ ସହିତ କରୁଛ। ମୋର ଦୋଷ କଣ ? କଣ ତୁମେ ଚାହୁଁଛ ?ଅନେକ କିଛି ମନ କୋହକୁ ଭଗବାନଙ୍କ ପାଖରେ ଜଣଉଥାଏ। ତଥାପି ମନକୁ ମାରି ରହିଲା ଘରେ। କିଛି ଦିନ ଗଲାପରେ ମିନିର ବିବାହ କରିବା ପାଇଁ ସ୍ଥିର କରାଗଲା।ଏବଂ ତା ପାଇଁ ଏକ ବରପାତ୍ରଟିଏ ଖୋଜିଲେ।ଶେଷରେ ବରଟିଏ ଠିକ୍ କଲେ ପୁଅ ଘରକୁ ମିନିର ପରିବାର ଲୋକ ଯାଇ ଠିକ୍ କରିଆସିଲେ । ବିବାହର ତାରିଖର ଧାରଣ କରାଗଲା। ହେଲେ କଣ କଲେ ?ଗୋଟିଏ ଅମଣିଷ ସହିତ ବିବାହ କରିଦେଲେ। ମିନି ବିବାହର କିଛି ଦିନ ପରେ ତା ସ୍ୱାମୀର କଥା ଧିରେ ଧିରେ ଜାଣିଲା। ତା ସ୍ୱାମୀ ଥିଲା ଜଣେ ମଦୁଆ ଆଉ ଲମ୍ପଟ ଧରଣର ଲୋକ। ସେ ସବୁ ଦିନ ମଦ ପିଇ ମିନିକୁ ମାରେ।ବହୁତ ଶାରୀରିକ ନିର୍ଯାତନା ଦିଏ।ଆଉ ତାକୁ ସବୁବେଳେ ଧମକ ଦିଏ ।ତୁ ଯଦି ବେଶୀ କଥା କହିବୁ ତତେ ଧକ୍କା ମାରି ବିଦାକରିଦେବି । ଶଶୁର ଘରବି ତାକୁ ଯନ୍ତ୍ରଣା ସହିବାକୁ ପଡୁଥାଏ।ହେଲେ ପାଟି ଫିଟଉନଥାଏ। କଣ କରିବ ?କିଛି ବର୍ଷ ପରେ ଗୋଟିଏ ପୁତ୍ର ସନ୍ତାନ ର ଜନନୀ ହେଲା। ପୁତ୍ରୀଟି ବୟସ ବଢିବା ସଙ୍ଗେ ସଙ୍ଗେ ସେ ତା ମାଆ ପ୍ରତି ଅନ୍ୟାୟ ଓ ଅବିଚାର କଲା। କେତେ ସହିବ ସିଏ ଆଉ । ଜୀବନର ଯନ୍ତ୍ରଣା ଯେ ଏତେ ଦାରୁଣ କଷ୍ଟ, ଦୁଃଖ ବଞ୍ଚିବାର ରାହା ଖୋଜିଥାଏ ହେଲେ ପାଇଲିନି ଶେଷରେ ଭଗବାନଙ୍କ ପାଖରେ ଦୁଃଖ ଜଣେଇଲି ।ଗୁହାରି କଲି ପ୍ରଭୂ ଏ ଶରୀର ତୁମର ଏ ଆତ୍ମାବି ତୁମର ମୁଁ ଯଦି ଏ ଶରୀରକୁ କଷ୍ଟ ଦିଏ ତାହେଲେ ତୁମକୁ କଷ୍ଟ ହେବ। ଆତ୍ମାବି କଲବଲ ହେବ ।ତାହେଲେ ମୁଁ କଣ କରିବି ତୁମେ କୁହ ପ୍ରଭୂ ।ଶେଷରେ ଭଗବାନ ମଣିଷ ରୂପରେ ଆସି କହୁଥାନ୍ତି ତୁମେ ଭଗବାନଙ୍କର ସେବା କର। ତୁମେ ନିଶ୍ଚିତ ମୁକ୍ତିର ମାର୍ଗ ମିଳିଯିବ। ଶେଷରେ ମିନି ଯେତେ ଦିନ ବଞ୍ଚିଥିବି ସେତେ ଦିନ ପ୍ରଭୂଙ୍କ ସେବା କରିବି।ସତରେ ମଣିଷ ଏତେ ସ୍ୱାର୍ଥବାଦୀ କାହିଁକି ?
ଶେଷରେ ମନରକଥା ମନରେ ମାରି ଭଗବାନଙ୍କ ସେବା କରି ଶେଷ ନିଶ୍ୱାସ ତ୍ୟାଗ କଲା ମିନି।
ମାମି ପାତ୍ର ,ତିହିଡି, ଭଦ୍ରକ