ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସ ଚକ ତଳେ ଚାପି ହୋଇ ବୃଦ୍ଧାଙ୍କ ମୃତ୍ୟୁ

ପାପଡାହାଣ୍ଡି,18/10,ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ସଦର ମହାକୁମାରେ ମଙ୍ଗଳ ବାର ବସ ଚକ ତଳେ ଚାପି ହୋଇ ଜଣେ ଵୃଦ୍ଧାଙ୍କ ମୃତ୍ୟୁ ହୋଇଛି | ତାଙ୍କ ନାମ କୌଶଲ୍ୟା ହରିଜନ | ମାଲକାନଗିରି ଜିଲ୍ଲା ଏମଭି 79 ରୁ ସେ ବିଶୋଇ ନାମକ ଏକ ଘୋରଇ ବସରେ ସେ ଆସୁଥିଲେ | ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିକଟରେ ସେ ବସରୁ ଓଲ୍ହାଇ ଥିଲେ, ଏହି ସମୟରେ ବସଟି ଆଗକୁ ଗଡିବାରୁ ସେ ପଛ ଚକ ତଳେ ପଡି ଯାଇଥିଲେ | ଏଥିରେ ସେ ଗୁରୁତର ହୋଇ ପଡ଼ିଥିଲେ | ଖବର ପାଇ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ପହଁଚି ତାଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ଯେଉଁ ଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଖବର ପାଇ ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଯୁବ ହଷ୍ଟେଲସ ପକ୍ଷରୁ ବିଶ୍ବ ବ୍ୟାଘ୍ର ଦିବସ ପାଳିତ

Sunil Chandra Nayak

ବିବେକସେନା ତରଫରୁ କଳାହାଣ୍ଡି ପ୍ରତିଷ୍ଠା ଦିବସ ପାଳିତ ଓ କଳାହାଣ୍ଡି ମାନଚିତ୍ର ର ଚିତ୍ରାଙ୍କନ ପ୍ରତିଯୋଗିତା

Sunil Chandra Nayak

ଆଜିଠାରୁ ଶ୍ରୀ ଶ୍ରୀ ବଳଦେବ ଜିଉ ଙ୍କ ମନ୍ଦିରରେ ଅବଢା ଆରମ୍ଭ.

Sunil Chandra Nayak

Leave a Comment

error: Content is protected !!