ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁରୁଦିବସରେ ସମ୍ମାନିତ ହେଲେ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକ

ପାପଡାହାଣ୍ଡି,5/9, ମନିସ —ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଆଦର୍ଶ ବିଦ୍ୟାଳୟଠାରେ ସୋମବାର ପାଳିତ ହୋଇଯାଇଛି ବ୍ଳକ ସ୍ତରୀୟ ଗୁରୁ ଦିବସ | ଏହି ଅବସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ କରାଯାଇ 41 ଜଣଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା | ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡାହାଣ୍ଡି ଶାଖା ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବେ ପାପତାହାଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ବିରେନ୍ଦ୍ର କୁମାର ପାଢୀ, ମୁଖ୍ୟବକ୍ତା ଭାବେ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ସପ୍ନା ସିଂ, ସମ୍ମାନୀୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପୂଜାରୀ ଏବଂ ବାଲକ ଦାସରନ୍ଧାରୀ, ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ପାତ୍ର ଏବଂ ପୂର୍ବତନ ଶିକ୍ଷକ ସୁବାଷ ଚନ୍ଦ୍ର ଘଣ୍ଟ, ବ୍ଳକ ଶିକ୍ଷକ ସଂଘ ଉପସଭାପତି ପ୍ରତିମାକୁମାରୀ ଯାଦବ ଯୋଗଦାନ କରିଥିଲେ | ଶତାଧିକ ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତିରେ ଗୁରୁ ପୂଜନ କରାଯାଇ ଗତ ଦୁଇ ବର୍ଷ ହେଲା ସରକାରୀ ସେବା ନିବୃତ୍ତ ହୋଇଥିବା ୪୧ଜଣ ବରେଣ୍ୟ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଦର୍ଶନ ମାଝୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଂଚାଳନ ସଂଘ ସମ୍ପାଦକ ରତିକାନ୍ତ ପଣ୍ଡା ଙ୍କ ଦ୍ଵାରା ହୋଇଥିବାବେଳେ ସୁଦାମ ଚରଣ ସେଠୀ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ମାଝୀ, ଗୋବର୍ଦ୍ଧନ ନାୟକ, ଦୈତାରୀ ପୂଜାରୀ, ଦେବାର୍ଚ୍ଚନ ପାଞ୍ଜିଆ ଦେବ ମାଝୀ,ପ୍ରଶାନ୍ତ କୁମାର ପଣ୍ଡା, ମନୋଜ ମାଝୀ,ବଳରାମ ମାଝୀ, କୃପା ନିଧି ସିଂ,ବାବୁଲାଲ ହରିଜନ ଏବଂ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

 

Related posts

ଦୁର୍ଗମ ତ୍ରିଲୋଚନପୁର ଓ ବିକାଶନଗର ପରିଦର୍ଶନ 

ସସ୍ମିତେଶ ସାହୁ ଙ୍କ କବିତା ସକାଳ ପ୍ରାର୍ଥନା

ମିଶନ ସ୍କୁଲ ର ୨୯ ତମ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!