ସ୍ନାନ ଯାତ୍ରା
ମାନଗୋବିନ୍ଦ ସ୍ବାଇଁ
ରତ୍ନସିଂହାସନ ବେଦି ଛାଡ଼ି ଆସ
ସ୍ନାନ ମଣ୍ଡପ ଆଡ଼କୁ
ଏକ ଶହ ଆଠ ଗରା ଜଳ ସ୍ନାନ
ଥଣ୍ଡା ସର୍ଦ୍ଦି ଏ ତମକୁ।
ସ୍ନାନ ଯାତ୍ରା ବଡ଼ ବିଚିତ୍ର ବ୍ୟାପାର
ଭକ୍ତଙ୍କୁ ତା ଅଗୋଚର
ଜ୍ବରରେ କଂପିଛୁ ଦେବତା ଆମର
ସେହି ଜାଣେ ତା ଖବର।
ସୁବାସିତ ଜଳ ପବିତ୍ର ମନରେ
ସେ ଦିନ କରିବ ସ୍ନାନ
ଶୁଦ୍ଧ ମନ୍ତ୍ର ପାଠ ଦଇତା ସେବକ
ପ୍ରଭୁ ପାଇଁ କରି ଗାନ।
ଭକତ ତୁମକୁ କରି ଦରଶନ
ଉପଭୋଗ କରିଦିନ
ମୁକ୍ତି ହେଲି ବୋଲି ନିଜକୁ ଧନ୍ୟ ସେ
ପ୍ରଭୁଙ୍କୁ କରି ଜଣାଣ।
ସ୍ନାନ ଯାତ୍ରା ନୀତି ସ୍ମୃତି ଇତିହାସ
ସଂସ୍କୃତି ଓଡ଼ିଶା ଦେଶ
ବିଶ୍ବ ରେ ପ୍ରସିଦ୍ଧ ଜଗନ୍ନାଥ ଧାମ
ଭକ୍ତ ଜନ ସମାବେଶ