ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସ୍ନାନ ଯାତ୍ରା

ସ୍ନାନ ଯାତ୍ରା

ମାନଗୋବିନ୍ଦ ସ୍ବାଇଁ

 

ରତ୍ନସିଂହାସନ ବେଦି ଛାଡ଼ି ଆସ

    ସ୍ନାନ ମଣ୍ଡପ ଆଡ଼କୁ

ଏକ ଶହ ଆଠ ଗରା ଜଳ ସ୍ନାନ

   ଥଣ୍ଡା ସର୍ଦ୍ଦି ଏ ତମକୁ।

ସ୍ନାନ ଯାତ୍ରା ବଡ଼ ବିଚିତ୍ର ବ୍ୟାପାର

   ଭକ୍ତଙ୍କୁ ତା ଅଗୋଚର

ଜ୍ବରରେ କଂପିଛୁ ଦେବତା ଆମର

    ସେହି ଜାଣେ ତା ଖବର।

ସୁବାସିତ ଜଳ ପବିତ୍ର ମନରେ

    ସେ ଦିନ କରିବ ସ୍ନାନ

ଶୁଦ୍ଧ ମନ୍ତ୍ର ପାଠ ଦଇତା ସେବକ

   ପ୍ରଭୁ ପାଇଁ କରି ଗାନ।

ଭକତ ତୁମକୁ କରି ଦରଶନ

   ଉପଭୋଗ କରିଦିନ

ମୁକ୍ତି ହେଲି ବୋଲି ନିଜକୁ ଧନ୍ୟ ସେ

    ପ୍ରଭୁଙ୍କୁ କରି ଜଣାଣ।

ସ୍ନାନ ଯାତ୍ରା ନୀତି ସ୍ମୃତି ଇତିହାସ

    ସଂସ୍କୃତି ଓଡ଼ିଶା ଦେଶ

ବିଶ୍ବ ରେ ପ୍ରସିଦ୍ଧ ଜଗନ୍ନାଥ ଧାମ

    ଭକ୍ତ ଜନ ସମାବେଶ

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଶ୍ରଦ୍ଧା ଶକ୍ତି ସେବା ସଙ୍ଗଠନ ତରଫରୁ ମଧୁବାବୁ ଙ୍କ ଜୟନ୍ତୀ ଉତ୍ସବ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଢେଉ

Sunil Chandra Nayak

ଯୁବକଙ୍କ ଆତ୍ମ ହତ୍ୟା

Sunil Chandra Nayak

Leave a Comment

error: Content is protected !!