ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ବିଇଓ ଙ୍କ ଘରୁ ତାଲାଭଙ୍ଗି ଚୋରି ଉଦ୍ୟମ

ଗୃହକର୍ତା ଉଠି ପଡିବା ରୁ ଚମ୍ପଟ ମାରିଲେ ଚୋର 

ଧର୍ମଗଡ୨୯/୩/୨୨:

ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଧାମନପୁର ଗାଁରେ ରହୁଥିବା ଗୋଲାମୁଣ୍ଡା ବ୍ଲକ ଶିକ୍ଷାଧିକାରୀ ନବ କିଶୋର ସାହୁ ଙ୍କ ଘରୁ ଗତ କାଲି ବିଳମ୍ବିତ ରାତିରେ ତାଲାଭାଙ୍ଗି ଚୋରି ଉଦ୍ୟମ ହୋଇ ଥିବା ଅଭିଯୋଗ ହୋଇଛି । ମିଳିଥିବା ଅଭିଯୋଗ ଅନୁଯାୟୀ ବିଇଓ ଶ୍ରୀ ସାହୁ ଓ ତାଙ୍କ ପତ୍ନୀ ଘରେ ସୋଇଥିବା ସମୟ ରେ କିଛି ଶବ୍ଦ ଶୁଣି ଥିଲେ । ତେବେ ସେ ସୋଇଥିବା କୋଠରୀ ରୁ ପଦା କୁ ବାହାରିବାକୁ ଉଠିବା ବେଳେ କୋଠରି କବାଟ ବାହାର ପଟୁ ବନ୍ଦ ଥିବାରୁ ଘରେ ଚୋର ପଶିଥିବା ସନ୍ଦେହ କରି ଥିଲେ । ସେ ସଙ୍ଗେ ସଙ୍ଗେ ନିକଟ ସମ୍ପର୍କୀୟ ଙ୍କୁ ଫୋନ କରି ଡାକି ବାରୁ ଚୋର ମାନେ ଚମ୍ପଟ ମାରିଥିଲେ । ସମ୍ପର୍କୀୟ ମାନେ ଘର କବାଟ ଖୋଲି ତାଙ୍କୁ ଉଦ୍ଧାର କରି ଥିଲେ । ଚୋର ମାନେ ପ୍ରଥମେ ବାଡ ଭାଙ୍ଗି ହତାମଧ୍ୟକୁ ପଶିଥିଲେ । ପରେ ଗ୍ରିଲ ତାଲ କାଟି ଘରେ ପଶି ତାଙ୍କ ପୁଅ ବୋହୁ ଶୋଇବା କୋଠରୀ ତାଲା ଭାଙ୍ଗି ଭିତରେ ଥିବା ଗଦ୍ରେଜ ଆଲମିରା କୁ ମଧ୍ଯ ଭାଙ୍ଗି ଥିଲେ କିନ୍ତୁ ଗୃହ କର୍ତ୍ତା ଉଠି ପଡିବା ଯୋଗୁ ଚୋର ମାନେ କିଛି ନେଇ ନ ପାରି ଚମ୍ପଟ ମାରିଥିଲେ । ଏ ସମ୍ପର୍କ ରେ ଗୋଲାମୁଣ୍ଡା ଥାନା ରେ ଏକ ଅଭିଯୋଗ କରିଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି ।ଏନେଇ ଅଞ୍ଚଳବାସୀ ଙ୍କ ମହଲରେ ଛନକା ପଶିଛି।ଗୋଲାମୁଣ୍ଡା ଥାନା ଅଞ୍ଚଳରେ ରାତିରେ ପୋଲିସ ପହରା ବ୍ୟବସ୍ଥାକୁ କଡାକଡି କରିବାକୁ ସର୍ବସାଧାରଣରେ ଦାବି ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଜୁନାଗଡ଼ ପୋୖର ନିର୍ବାଚନ ବିଜେପି ର ଜୋରଦାର ପ୍ରଚାର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରାଜନୈତିକ ପଶାପାଲି ରେ ଚାପି ହୋଇଯାଇଛି ଧର୍ମଗଡ ଆଇଟିଆଇ

Leave a Comment

error: Content is protected !!