ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଡୁମେରତାରେ ହାତୀ ମୃତ୍ୟୁ ଅଞ୍ଚଳ ଗସ୍ତ

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଡୁମେରତାରେ ହାତୀ ମୃତ୍ୟୁ ଅଞ୍ଚଳ ଗସ୍ତ

ରାଉରକେଲା : ଗତ କିଛିଦିନ ତଳେ ବନ୍ଧମୁଣ୍ଡା ନିକଟସ୍ଥ ଡୁମେରତା ଗ୍ରାମର ଟୁଙ୍ଗରି ଟୋଲ୍ଲୀରେ ଏକ ହାତୀର ମୃତ୍ୟୁ ହୋଇଯାଇଥିଲା । ହାତୀର ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା ସେ ସମ୍ବନ୍ଧରେ ସଠିକ ତଥ୍ୟ ବର୍ତ୍ତମାନ ଯଦିଓ ଜଣାପଡିନାହିଁ ତେବେ ବନବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚି ମୃତ ହାତୀର ଶବକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ମୃତଦେହକୁ ପୋତି ଦେଇଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେଲା ପରେ ଯାଇ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ । ଅପରପଟେ ହାତୀର ମୃତ୍ୟୁକୁ ନେଇ ବନବିଭାଗ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଏ ସମ୍ବନ୍ଧରେ ଖବରପାଇ ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଆଜି ଡୁମେରତା ଟୁଙ୍ଗରିଟୋଲ୍ଲୀରେ ହାତୀ ମୃତ୍ୟୁବରଣ କରିଥିବା ସ୍ଥଳରେ ପରିଦର୍ଶନ କରିଥିଲେ । ବନବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ହୋଇଥିବା ପରିଦର୍ଶନ ସମୟରେ ହାତୀର ମୃତ୍ୟୁକୁ ନେଇ ହୋଇଥିବା ସମୀକ୍ଷା ସମୟରେ ବବିଧାୟକ ଶ୍ରୀ ତନ୍ତୀ ଉପସ୍ଥିତ ଥିବା ଉଭୟ ଅଧିକାରୀ ଏବଂ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ । ଆସନ୍ତା ଦିନରେ ହାତୀ ମାନଙ୍କର ମୃତ୍ୟୁକୁ ରୋକିବା ସହିତ ହାତୀ ମାନଙ୍କ ଯୋଗୁଁ ଗ୍ରାମବାସୀଙ୍କ ଧନ ଜୀବନର ହେଉଥିବା କ୍ଷୟକ୍ଷତିକୁ ରୋକିବା ସହିତ କିପରି ସୁରକ୍ଷା ହୋଇପାରିବ ସେ ସମ୍ବନ୍ଧରେ ବନବିଭାଗର ଅଧିକାରୀ ମାନେ ଗ୍ରସମବାସୀଙ୍କୁ ନେଇ ନିୟମିତ ବୈଠକ କରି ବ୍ୟାପକ ସଚେତନ କରାଇବାର ଆବଶ୍ୟକ ଅଛି ବୋଲି ବିଧାୟକ ଶ୍ରୀ ତନ୍ତୀ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେବା ସହିତ ହାତୀର ଜୀବନର ସୁରକ୍ଷା ନିମିତ୍ତ ଗ୍ରାମବାସୀ ମାନେ ସର୍ବଦା ତତ୍ପର ରହିବା ଉପରେ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଗସ୍ତ ସମୟରେ ଡ଼ି ଏଫ ଓ,ଏ ଡ଼ି ଏଫଙ୍କ ସମେତ ବନବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଇଏମଏ ର ୭୨ତମ ବାର୍ଷିକ ସମ୍ମିଳନୀ ଉଦଯାପିତ

Sunil Chandra Nayak

କୂଅରୁ ଯୁବକଙ୍କ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

masiha

ହୁମାନିଟି ଫାଉଣ୍ଡେସନର ଶିଶୁ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!