ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇଏମଏ ର ୭୨ତମ ବାର୍ଷିକ ସମ୍ମିଳନୀ ଉଦଯାପିତ

ରାଉରକେଲା/ ଭାରତୀୟ ଚିକିତ୍ସକ ସଂଘ ( ଆଇଏମଏ) ରାଉରକେଲା ସିଟି ବ୍ରାଞ୍ଚ ତରଫରୁ ୭୨ତମ ବାର୍ଷିକ ସମ୍ମିଳନୀ ଜେପି ହସପିଟାଲ୍ ର ସମ୍ମିଳନୀ ପକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଆମାକୋନ ୨୦୨୩ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି, ସୁନ୍ଦରଗଡ ସିଡିଏମଓ ଡାକ୍ତର ସରୋଜକାନ୍ତ ମିଶ୍ର ଏବଂ ଜେପି ହସପିଟାଲ୍ ର ଅଧ୍ୟକ୍ଷ ସଞ୍ଜୟ ବଂଶଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଡାକ୍ତର ଅର୍ଚ୍ଚନା ବାରିକଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀରେ ଆଇଏମଏ ର ରାଜ୍ୟ ସଭାପତି ଡାକ୍ତର ରଜତ କୁମାର ରାୟ,ଡାକ୍ତର ପ୍ରଭାତ କୁମାର ପଣ୍ଡା, ସଚିବ ଡାକ୍ତର ବ୍ରଜକିଶୋର ଦାଶ, ଅର୍ଥ ସଚିବ ମୃତ୍ୟୁଞ୍ଜୟ ମହାପାତ୍ର, ରାଉରକେଲା ସିଟି ଶାଖାର ସଂଗଠନ ଅଧ୍ୟକ୍ଷ ଡାକ୍ତର ବି କେ କକ୍କଡ, ସଂଗଠନ ସଚିବ ଡାକ୍ତର ଏସ କେ ମହାପାତ୍ର, କୋଷାଧ୍ୟକ୍ଷ ଡାକ୍ତର ସୁରେଶ ବଂଶଲ, ଆୟୋଜକ କମିଟିର ସଦସ୍ୟ ଡାକ୍ତର ବିଶ୍ବଜିତ ମହାପାତ୍ର, ଡାକ୍ତର ଲାଲ୍, ଡାକ୍ତର ସଞ୍ଜୟ ରାୟ, ଡାକ୍ତର ନିବେଦିତା ପାଣି, ଡାକ୍ତର ଗୋପବନ୍ଧୁ ବଳ, ଡାକ୍ତର ଦେବାଶିଷ ପଟ୍ଟନାୟକ, ଡାକ୍ତର ନିଶୁ ବଂଶଲ, ଡାକ୍ତର ଏସ ଏନ କର,ଡାକ୍ତର ରବି କୁମାର , ଡାକ୍ତର ଏ ଜି ସାମଲ, ଡାକ୍ତର ବି କେ ସାହୁ, ଡାକ୍ତର ସମୀର ପାତ୍ର, ଡାକ୍ତର ଏ ପଟ୍ଟନାୟକ, ଡାକ୍ତର ଏସ ଟି ଦାସ, ଡାକ୍ତର ଦେବେନ୍ଦ୍ର ସେଠୀ, ଡାକ୍ତର ଗୀତାଞ୍ଜଳୀ ପତ୍ରୀ, ଡାକ୍ତର ପୀୟୁଷ ବଂଶଲ, ପୃଷ୍ଠପୋଷକ ଡାକ୍ତର ଜି ବି ବାଲା,ଡାକ୍ତର ସାଜନ ଅଗ୍ରୱାଲ,ଡାକ୍ତର ଜନ୍ମେଞ୍ଜୟ ମହାପାତ୍ର, ଡାକ୍ତର ଜୟନ୍ତ ପଣ୍ଡା, ଡାକ୍ତର ଏମ କେ ଛୋଟରାୟ, ଡାକ୍ତର ରୀତାଞ୍ଜଳୀ ମିଶ୍ର, ଡାକ୍ତର ଭାରତ ପାଣିଗ୍ରାହୀ, ଡାକ୍ତର ସସ୍ମିତା ସ୍ବାଇଁ, ଡାକ୍ତର ଏସ ଖଣ୍ଡେଲୱାଲ, ରବିନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ନାୟକ ଙ୍କୁ ଦ୍ୱିତୀୟ ଇଶ୍ବର ରୂପେ ଅବହିତ କରିବା ସହ ସ୍ବାସ୍ଥ୍ୟ ଓ ଶିକ୍ଷା କୁ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଥିବା ବିଷୟରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣ, ପରିବେଶ ଏବଂ ମହିଳା, ଜଳବାୟୁ ପରିବର୍ତ୍ତନ,କ୍ଲିନିକାଲ ଯୋଗାଯୋଗ ଦକ୍ଷତା, ସ୍ବାସ୍ଥ୍ୟସେବା ଉପରେ ଡିଜିଟାଲ ପ୍ରଭାବ, ଚିକିତ୍ସା ପ୍ରଯୁକ୍ତିରେ ହିଂସା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ଡାକ୍ତର ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ସେମାନଙ୍କ ପାଇଁ ସହରର ବିଭିନ୍ନ ଦର୍ଶନୀୟ ସ୍ଥଳୀକୁ ପରିଦର୍ଶନ କରିବା ପାଇଁ ନିଆଯାଇଥିଲା। ଏହି ଅବସରରେ ଆଇଏମଏ ଦ୍ବାରା ଜୀବନବ୍ୟାପୀ ସେବା ଯୋଗାଇ ଦେଇଥିବା ପାଇଁ ଭଦ୍ରକ ର ଡାକ୍ତର ହରେକୃଷ୍ଣ ନାୟକ ଙ୍କୁ ୨୦୨୦ ପାଇଁ, ଜଗତସିଂହପୁର ର ଡାକ୍ତର ପି କେ ଆର ମହାପାତ୍ର ଙ୍କୁ ୨୦୨୧ ପାଇଁ ଓ ପୁରୀର ଡାକ୍ତର ବାମଦେବ ମହାନ୍ତିଙ୍କୁ ୨୦୨୨ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏକ ସୁସ୍ଥ ସମାଜ ଗଠନ ଓ ନିମ୍ନ ସ୍ତରର ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟସେବା ପ୍ରଦାନ କରିବାକୁ ଆଇଏମଏ ସଦସ୍ୟ ମାନେ ସଂକଳ୍ପ ବଦ୍ଧ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ସୁରେଶ ଶର୍ମା,ନମିତା କୁଣ୍ଡୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମତ୍ସ୍ୟଚାଷୀଙ୍କୁ ଦକ୍ଷତା ବୃଦ୍ଧି, ତାଲିମ ଓ ସଚେତନତା ଶିବିର 

masiha

ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ଉଦଯାପନି ସମାରୋହ ଅନୁଷ୍ଠିତ

masiha

ରାଜନଗର ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!