ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚର ବିପ୍ଳବୀ କବି ରବି ସିଂ ଙ୍କ ଜୟନ୍ତୀ ପାଳନ

ରାଉରକେଲା/ ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୁଲ୍ୟରେ କଲଚରାଲ୍ ଏକାଡେମୀ ସଭାଗୃହ ଠାରେ କବି ବଳରାମ ରାଉଳଙ୍କ ସଭାପତିତ୍ବରେ ବିପ୍ଳବୀ କବି ରବି ସିଂ ଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରଗତିବାଦୀ କବି ପଶୁପତିନାଥ ଚାଟାର୍ଜୀ ଆସନ ମଣ୍ଡନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡଃ ନଗେନ କୁମାର ଦାସ ଓ ସଂଯୋଜକ ଭାବେ କବି ଅଶୋକ କୁମାର ରାଉତ ଯୋଗଦେଇଥିଲେ। କବି ରବି ସିଂ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସଭାପତି ସ୍ବାଗତ ଭାଷଣ ଅବସରରେ କବିଙ୍କର ମାନବବାଦୀ ଚିନ୍ତନ ସମାଜବାଦୀ ଆଭିମୁଖ୍ୟ ତଥା ଦଳିତ ନିଷ୍ପେସିତ ଜନଗଣଙ୍କ ପ୍ରତି ସମର୍ପିତ ସାରସ୍ଵତ ସମ୍ଭାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମଞ୍ଚର  ସମ୍ପାଦକ  ଆର୍ତ୍ତତ୍ରାଣ ମହାପାତ୍ର କବିଙ୍କର ଜୀବନାଦର୍ଶ, କୃତି ତଥା ଜୀବନ ସଂଗ୍ରାମ ସମ୍ପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କବିଙ୍କର ଏକ ବୈପ୍ଳବିକ କବିତା ପାଠ କରିଥିଲେ। ମୁଖ୍ୟ ବକ୍ତା ଡଃ ଦାସ କବିଙ୍କର ସାମ୍ୟବାଦୀ ଚିନ୍ତନ , ସାରସ୍ଵତ ସୃଜନର ପ୍ରଭାବ ଓ ପ୍ରତିଷ୍ଠା , ନିର୍ଭିକ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ବଳିଷ୍ଠ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି କବିଙ୍କର ଅନତିକ୍ରମଣୀୟ ସୃଜନ ପ୍ରତିଭା ଭାରତବର୍ଷ ତଥା ପୃଥିବୀର ଅନ୍ୟ ସମଧର୍ମା କବିଙ୍କର ସୃଜନ ସମ୍ଭାରର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ । ଅନୁଭୂତି ଲବ୍ଧ କଠୋର ଅଭିଜ୍ଞତାରେ ତାଙ୍କ କବିତା ସମାଜରେ କିପରି ତୀବ୍ର ଆଲୋଡନ ସୃଷ୍ଟି କରିଥାଏ ତାହା ସେ ଆଲୋଚନା କରିଥିଲେ। କବି ଅଶୋକ କୁମାର ରାଉତଙ୍କ ସଂଯୋଜନାରେ ରାଉରକେଲାର କବି ମାନଙ୍କୁ ନେଇ ପ୍ରଗତିଶୀଳ କବିତା ପାଠ କରା ଯାଇଥିଲା। ଏଥିରେ ବିଜୟିନୀ ଜେନା, ପ୍ରଣତି ବେହେରା, ଡଃ କୃପାସିନ୍ଧୁ ନାୟକ,ବିଭୂ ନାୟକ, ତ୍ରିନାଥ ସିଂ, ମୀନକେତନ ପଶାୟତ, କୁଞ୍ଜବିହାରୀ ରାଉତ, ପ୍ରତାପ କୁମାର ପଣ୍ଡା, କିଶୋରୀ ମୋହନ କର,ଗୌତମ ଦାସ, କରୁଣାକର ପାଟ୍ଟଶାଣୀ, ଅଭିରାମ ପ୍ରଧାନ, ପ୍ରବୋଧ ନାୟକ ପ୍ରମୁଖ କବିତା ପାଠ କରିଥିବା ବେଳେ କେଦାରନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାରସ୍ବତ ସଭାରେ ଡଃ ପ୍ରଭାତ କୁମାର ମଲ୍ଲିକ, ଅକ୍ଷୟ କୁମାର ସାମଲ, ଗଗନ ବିହାରୀ ଧଳ, ପ୍ରହଲ୍ଲାଦ କୁମାର ଦାସଙ୍କ ସମେତ ଅନେକ ସୃଜନ ବ୍ୟକ୍ତିତ୍ଵ ଉପସ୍ଥିତ ରହି ସଭାକୁ ସଫଳ କରାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ ନଳକୂପ ଠିକାଦାର ଘରୁ ବହୁଚର୍ଚ୍ଚିତ ଡକାୟତି ଘଟଣା,ଅଭିଯୁକ୍ତ ମାନେ ଦୋଷୀ ସାବ୍ୟସ୍ତ 

masiha

ପାପଡ଼ାହାଣ୍ଡି ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l

Sunil Chandra Nayak

ପଞ୍ଚାୟତ ସମିତି ସ୍ତରୀୟ ମିଳିତ ଜନ ଶୁଣାଣି 

Sunil Chandra Nayak

Leave a Comment

error: Content is protected !!